Posted inଜାତୀୟ

‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ

ପାଟନା,୧୯।୬: ବିହାରର ଆଇନ ବ୍ୟବସ୍ଥାକୁ ନେଇ ଆର୍‌ଜେଡି ଲଗାତାର ଭାବେ ନୀତୀଶ ସରକାରଙ୍କୁ କଟାକ୍ଷ କରୁଛି। ଏହି ପ୍ରସଙ୍ଗରେ ସୁବେର ରାଜସ୍ବ ଏବଂ ଭୂମି ସୁଧାର ମନ୍ତ୍ରୀ ଡା ଦିଲୀପ ଜୈସଓ୍ବାଲ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ଯେ ପ୍ରତ୍ୟେକ ଜିଲାରେ ଏସ୍‌ଆଇଟି ଗଠନ ହେବ। ଏହାଛଡ଼ା ପ୍ରତି ଜିଲାରେ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ ହେଉଛି। ଅବୈଧ ରୂପରେ ବନ୍ଧୁକ ନେଇ ଚାଲୁଥିବା ଅପରାଧୀଙ୍କୁ ସିଧା ଗୁଳି ମାରିବାର ଆଦେଶ ସରକାର ଦେଇଛନ୍ତି। ପୋଲିସ ଏବେ ଅବୈଧ ହତିଆର ରଖି ବୁଲୁଥିବା ଅପରାଧୀଙ୍କୁ ସିଧା ଗୁଳି ମରାଯିବ ବୋଲି ଦିଲୀପ କହିଥିଲେ।

ଦିଲୀପଙ୍କ ଏହି ବୟାନ ପରେ ଆର୍‌ଜେଡି କଟାକ୍ଷ କରୁଛି। ଦଳର ପ୍ରମୁଖ ମୁଖପାତ୍ର ଶକ୍ତି ସିଂ ଯାଦବ କହିଛନ୍ତି, ଦିଲୀପ ଜଣେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ନେତାଙ୍କ ଯୋଗ୍ୟତା କେତେ ସମସ୍ତେ ଜାଣନ୍ତି। ନୀତୀଶଙ୍କ ଆଗପଛରେ ଚାଲୁଥିବା ଲୋକେ ଶୁଣାଣି କରନ୍ତି। ସେମାନଙ୍କ ବ୍ୟତିତ ଆଉ କାହାର କଥାର ଗୁରୁତ୍ୱ ନାହିଁ। ବିହାରର ଭବିଷ୍ୟତ ଏକ ରୋଗୀ ହାତରେ। ମନ୍ତ୍ରୀ କିଭଳି ନିର୍ଣ୍ଣୟ ନେଇପାରିବ। ଯେତେବେଳେ ସରକାର ନିର୍ଣ୍ଣୟ ନେବେ ସେତେବେଳେ ଆମେ ଜବାବ ଦେବୁ।

ସେହିଭଳି ଆର୍‌ଜେଡି ମୁଖପାତ୍ର ଅୟାଜ ଅହମ୍ମଦ ଦିଲୀପଙ୍କ ବୟାନକୁ ନେଇ କହିଛନ୍ତି, ବିହାରରେ କିଭଳି ସରକାର ଚାଲିଛି ଦେଖନ୍ତୁ। କେଉଁଭଳି ଆଇନକୁ ନିଜ ହାତକୁ ନିଆଯାଉଛି ତାହା ଦେଖାଯାଉଛି। ଭାରତରେ ଆଇନ ବ୍ୟବସ୍ଥା ରହିଛି। ଏହାପରେ ଅପରାଧୀଙ୍କ ଉପରେ ନିଷ୍ପତ୍ତି ନିଆଯାଇଥାଏ।

ଅପରପକ୍ଷେ ମନ୍ତ୍ରୀଙ୍କ ବୟାନକୁ ନେଇ ଜେଡିୟୁ ପ୍ରତିକ୍ରିୟା ରଖିଛି। ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ ମନ୍ତ୍ରୀ ଏହି ବୟାନ ପୁର୍ଣ୍ଣିଆର ରୂପୌଲୀରେ ଦେଇଛନ୍ତି। ଏହା ଅପରାଧର ପେଣ୍ଠସ୍ଥଳୀ ରହି ଆସିଛି। ଏବେ କିନ୍ତୁ ସେଠାରେ ଲୋକେ ଅପରାଧ କରିବାକୁ ଡରୁଛନ୍ତି। ଜନସାଧାରଣ ନିଜର ସମର୍ଥନ ମୋଦି ଏବଂ ନୀତୀଶଙ୍କୁ ଦେଇଛନ୍ତି। ସ୍ପିଡ୍‌ ଟ୍ରାଏଲ ଜରିଆରେ ସମସ୍ତ ଅପରାଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri