Posted inଜାତୀୟ

ତେଜସ୍ୱୀ ବିରୋଧିଦଳ ନେତା!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ନୀତୀଶ କୁମାର ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦୀପାବଳି ପରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ଗୁରୁବାର ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ଏକ ବୈଠକ ରାବ୍ରି ଦେବୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ଆର୍‌ଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେସ୍ୱୀ ଯାଦବଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ତେଜସ୍ୱୀ ମଧ୍ୟ ବିରୋଧି ଦଳ ନେତା ଭାବେ ସମର୍ଥନ ପାଇଛନ୍ତି । ଏଥର ମହାମେଣ୍ଟରେ ସାମିଲ ଥିବା ତେଜସ୍ୱୀଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି । ସୂଚନାଯୋଗ୍ୟ, ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏଥର ନିର୍ବାଚନ ସମୟରେ ଜେଲ୍‌ରେ ଥିବାରୁ ତେଜସ୍ୱୀ ଦଳର ଗୁରୁଦାୟିତ୍ୱ ବହନ କରିଥିଲେ । ଏମିତିକି ଜନତାଙ୍କ ଖୁବ୍ ସମର୍ଥନ ବି ମିଳିଛି ତେଜସ୍ୱୀଙ୍କୁ । ପୋଷ୍ଟରରୁ ପିତାଙ୍କ ଫଟୋ ହଟାଇ ଦେଇ ଚର୍ଚ୍ଚାକୁ ଆସିଥିବା ତେଜସ୍ୱୀ କିନ୍ତୁ ଜନତାଙ୍କ ନିଟକତର ହୋଇ ପାରିଥିଲେ । ଫଳାଫଳକୁ ଦେଖିଲେ ସହଜରେ ଅନୁମାନ କରାଯାଇ ପାରେ ଯେ ତେଜସ୍ୱୀ ନିଜ ବଳରେ ବହୁ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’

ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍‌ ବସ୍‌-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...

ବିଦେଶୀ ଅଭଯୋଗରେ ଅଟକ ଥିବା ସେନା ଅଧିକାରୀଙ୍କୁ ମିଳିଲା ଜାମିନ

ଗୁଆହାଟି,୭।୬: ପୂର୍ବତନ ସେନା ଅଧିକାରୀ ତଥା କାରଗିଲ ଯୁଦ୍ଧର ଭେଟେରାନ୍‌ ମହମ୍ମଦ ସାନାଉଲ୍ଲାଙ୍କୁ ଗୁଆହାଟି ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ସେ ଭାରତୀୟ ନାଗରିକ...

ପ୍ରଥମଥର ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ହେଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ,୧୪ ।୨: କର୍ନାଟକର ରଶ୍ମୀ ସାମନ୍ତ କେବେ ଭାବି ନ ଥିଲେ ଗତବର୍ଷ ଜାନୁୟାରୀରେ ସେ ଯେଉଁ ପ୍ରିତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠପଢିବା ପାଇଁ ଯାଇଥିଲେ ଚଳିତ...

ଦ୍ୱିତୀୟ କୋଭିଡ୍‌ ଲହର ବେଳେ ଗଙ୍ଗାରୁ କେତେ ମୃତଦେହ ମିଳିଥିଲା?

ନୂଆଦିଲ୍ଲୀ,୭।୨: ଦ୍ୱିତୀୟ କୋଭିଡ୍‌ ଲହର ଶୀର୍ଷରେ ଥିବାବେଳେ ଗଙ୍ଗା ନଦୀରେ କେତେ ସଂଖ୍ୟାରେ ମୃତଦେହ ମିଳିଥିଲା? ଏ ସମ୍ପର୍କୀତ କୌଣସି ତଥ୍ୟ ଉପଲବ୍ଧ ନ ଥିବା...

ସୋମବାର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, ୩୦ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦଣ୍ଡବିଧାନ କରାଯିବ। ଭୂଷଣ ଟୁଇଟ କରି ପ୍ରଧାନବିଚାରପତି...

ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ସବୁ ଦାବି ମାନି ନେଲେ ଉଦ୍ଧବ

ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ...

ଯୋଧପୁର ହିଂସା ଘଟଣା: ୯୭ ଗିରଫ, କର୍ଫ୍ୟୁ ବଳବତ୍ତର

ଯୋଧପୁର,୪।୫: ରାଜସ୍ଥାନ ଯୋଧପୁରରେ ହୋଇଥିବା ହିଂସା କମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ଘଟଣାରେ ୯୭ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

‘ସବୁ ଏକ୍‌ଜିଟ୍‌ ପୋଲ୍‌ ମିଛ ନୁହେଁ’

ଶ୍ରୀନଗର,୨୦।୫: ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସବୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କେବେହେଲେ...

Advertisement
Archives

Model This Week