ସାପ ଧରିିବା ସହ ସଚେତନ କରୁଛନ୍ତି ରିୟା

ଖୋର୍ଦ୍ଧା,୨୬ା୯(ପ୍ରଭାତ ପାଣିଗ୍ରାହୀ):ସାଧାରଣତଃ ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିିଯାଏ। ସାପ କାମୁଡିଲେ ଗାଁ ଗହଳିରେ ଲୋକେ ଏବେ ବି ଝଡ଼ାଫୁଙ୍କା କିମ୍ବା ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଏପରି ଅନ୍ଧ ବିଶ୍ୱାସ ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିିଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ମୁକ୍ତାପୁର ଗ୍ରାମର ବିପିନ ନାୟକ ଏବଂ ତାଙ୍କ ସ୍ତ୍ରୀ ରିୟା। ଏହି ଦମ୍ପତି ରାତି ପାହିଲେ ଆଖପାଖ ଗାଁରେ ବୁଲି ବିଷଧର ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥାନ୍ତି। ସାପ ଧରିବା ପାଇଁ ସେମାନେ କାହାରିଠାରୁ ପାରିଶ୍ରମିକ ନିଅନ୍ତି ନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ସାପ ଧରି ସାରିଥିବା ରିୟା କହିଛନ୍ତି। ରିୟା ଜଣେ ଗୃହିଣୀ। ତେବେ ସେ ମଧ୍ୟ ସ୍ବାମୀଙ୍କ ସହ ମିଶି ସାପ ଧରନ୍ତି। ଅତି ଅକ୍ଳେଶରେ ସେ ସାପକୁ ଧରିଥାନ୍ତି। ତାଙ୍କ ସାହସ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟାନ୍ବିତ ହୋଇଥାନ୍ତି।
କେଉଁଠୁ ଖବର ଆସିଲେ, ସାପ ଧରିବାକୁ ବିପିନ ଓ ରିୟା ବାହାରିପଡ଼ନ୍ତି। ଉଭୟ ମିଶି ସାପକୁ କାବୁ କରିନେଇଥାନ୍ତି। ବିନା ପ୍ରଶିକ୍ଷଣରେ ବିପିନ ସାପ ଧରିବାରେ ଓସ୍ତାଦ୍‌ ପାଲଟିଥିବା ବେଳେ ତାଙ୍କଠାରୁ ମାତ୍ର ୨ମାସର ପ୍ରଶିକ୍ଷଣ ନେଇ ରିୟା ମଧ୍ୟ ଏଥିରେ ବେଶ ପାରଙ୍ଗମ। ହାତରେ ଖଣ୍ଡେ ବାଡ଼ି ଧରି ରିୟା ବିଷଧର ସାପକୁ କାବୁ କରିଥାନ୍ତି।
ବିପିନ କହନ୍ତି, ଥରେ କୂଅରେ ଏକ ବଳଦ ଖସିପଡ଼ିଥିଲା। ସେହି ସମୟରେ ବଳଦ ଏବଂ ନିଜକୁ ରକ୍ଷା କରିବାକୁ ଯାଇ କୂଅ ଭିତରେ ଥିବା ଏକ ସାପର ମୁଣ୍ଡକୁ ସେ ଧରି ନେଇଥିଲେ। ପରବର୍ତ୍ତୀ ସମୟରେ ଜୀବଜନ୍ତୁଙ୍କ ପ୍ରତି ତାଙ୍କ ମନରେ କରୁଣା, ଦୟାଭାବ ଜାଗ୍ରତ ହୋଇଥିଲା। ଏଣିକି ସମସ୍ତ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ସହ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ସେ ମହାଦେବଙ୍କ ଦର୍ଶନ କରି ସଂକଳ୍ପ ନେଇଥିଲେ। ପୂର୍ବରୁ ତାଙ୍କ ଗାଁରେ କୌଣସି ଲୋକଙ୍କୁ ସାପ କାମୁଡିଲେ, ଲୋକେ ମହାଦେବଙ୍କ ମନ୍ଦିର ଅଥବା ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିଲେ। ଏଥିପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେ ସାପ ଧରିବା ଆରମ୍ଭ କରିଥିଲେ। ଏଥିଲାଗି କୌଣସି ସ୍ଥାନରୁ ପ୍ରଶିକ୍ଷଣ ଗ୍ରହଣ କରି ନ ଥିବା ସତ୍ତ୍ୱେ ସେ ଜଣେ ସଫଳ ସାପ ଧରାଳି ଭାବେ ପରିଚିତ। ବୟସ ବଢିବା ସହିତ ଏହା ତାଙ୍କର ନିଶାରେ ପରିଣତ ହୋଇଗଲା। ଏଥିଲାଗି ସେ କାହାଠାରୁ ପାରିଶ୍ରମିକ ନିଅନ୍ତି ନାହିଁ। ସାପ କାମୁଡ଼ିିଲେ, ଗୁଣିଆ ନିକଟକୁ କିମ୍ବା ମନ୍ଦିର ଯିବା ପରିବର୍ତ୍ତେ ନିକଟସ୍ଥ ମେଡିକାଲକୁ ଯିବାଲାଗି ଲୋକଙ୍କୁ ସେ ସଚେତନ କରନ୍ତି।
ବିପିନଙ୍କୁ ବିବାହ କରିବା ପରେ ରିୟା ଏହି ସାମାଜିକ ସଚେଚତନା କାର୍ଯ୍ୟ ପ୍ରତି ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ତାଙ୍କ ସହ ମିଶି ସାପ ଧରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରିୟା କୁହନ୍ତି, ମୁଁ ମଧ୍ୟ ସାପ ଧରିବା ପାଇଁ ସ୍ବାମୀଙ୍କୁ କହିଥିଲି। ତା’ ପରଦିନ ଠାରୁ ସେ ମୋତେ ସାପ ଧରିବାର କୌଶଳ ଶିକ୍ଷା ଦେଇଥିଲେ। ବିଷଧର ସାପକୁ କିପରି ସାବଧାନତା ପୂର୍ବକ ଧରାଯିବ, ସେଥିପ୍ରତି ପ୍ରଶିକ୍ଷଣ ଦେଇଥିଲେ। ଦୁଇ ମାସ ପ୍ରଶିକ୍ଷଣ ପାଇବା ପରେ ସ୍ବାମୀଙ୍କ ସହ ମିଶି ସାପ ଧରିବାକୁ ଯାଉଛି। ସେହିପରି ଘରେ କୌଣସି କାମରେ ବ୍ୟସ୍ତ ଥିବାବେଳେ ଲୋକଙ୍କ ଘରେ ସାପ ପଶିଥିବା ଖବର ଆସିଲେ, କାମ ଅଧାରୁ ଛାଡ଼ି ଯିବାକୁ ପଡ଼େ। ସାପ ଧରିବାରେ ନିଜ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ତଥାପି ଲୋକଙ୍କୁ ସହଯୋଗ ଏବଂ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ବାମୀଙ୍କ ସହ ମୁଁ ନିଜକୁ ସାମିଲ କରିଛି। ଲୋକେ ସାପକୁ ମାରନ୍ତୁ ନାହିଁ। ଲୋକେ ଅନ୍ଧ ବିଶ୍ୱାସରେ ନ ପଡ଼ି ସାପ କାମୁଡ଼ିଲେ ମେଡିକାଲକୁ ଯାଆନ୍ତୁ ବୋଲି ରିୟା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?