ସାରା ଜୀବନ ଅବିବାହିତ ଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ; ଲୋକେ ଭାବୁଥିଲେ ଅମିତାଭ ବଚ୍ଚନଙ୍କ ଶାଳି…

ବମ୍ବେ: ବଲିଉଡ୍‌ ଫିଲ୍ମରେ ମା’ ଚରିତ୍ରରେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ଅଭିନେତ୍ରୀ ରୀତା ଭାଦୁଡ଼ି। ୧୯୫୦ ଜାନୁୟାରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କ ଜନ୍ମ। ରୀତାଙ୍କ ବାପା ଇଂରେଜ ସରକାର ଅମଳରେ କମିଶନର ଥିବା ବେଳେ ମା’ ଚନ୍ଦ୍ରିମା ନିଜ ସମୟର ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ୩୦ରୁ ଅଧିକ ଫିଲ୍ମରେ କାମ କରିଥିଲେ। ମା’ଙ୍କୁ ଦେଖି ଦେଖି ରୀତା ପିଲାଟିଦିନରୁ ଅଭିନେତ୍ରୀଟିଏ ହେବାର ସ୍ବପ୍ନ ଦେଖିଥିଲେ। ଏଣୁ ସେ ୧୯୭୧ରେ ପୁଣେରେ ଆକ୍ଟିଂ କୋର୍ସ କରିଥିଲେ। ୧୯୭୪ରେ ‘ଆଇନା’ ଚଳଚ୍ଚିତ୍ରରେ ତାଙ୍କୁ ସାଧାରଣ ଚରିତ୍ରରେ ଅଭିନୟର ସୁଯୋଗ ମିଳିଥିଲା। ହିନ୍ଦି ସିନେମାରେ ବଡ଼ ଅଭିନେତ୍ରୀ ହେବାର ସୁଯୋଗ ମିଳି ନ ଥିଲେ ହେଁ ମାଲାୟାଲାମ ଫିଲ୍ମ ‘କନ୍ୟାକୁମାରୀ’ ତାଙ୍କୁ ଅଫର ମିଳିଥିଲା। ଏହାପରେ ସେ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଥିଲେ। ହେଲେ ତାଙ୍କୁ ମୁଖ୍ୟ ଚରିତ୍ରଟିଏ ମିଳି ନ ଥିଲା। ସେ ସପୋର୍ଟିଂରେ ଅଭିନୟ କରି ଆସୁଥିଲେ।

ରୀତା ଅଭିନୟକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଥିଲେ। ଲୋକେ ତାଙ୍କୁ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଭଉଣୀ ତଥା ଅମିତାଭ ବଚ୍ଚନଙ୍କ ଶାଳୀ ବୋଲି ଭାବୁଥିଲେ। ଏକଦା ସେ ଜୟପୁର ଯାଇଥିବା ସମୟରେ ତାଙ୍କୁ କେହି ଏ ବିଷୟରେ ପଚାରିଥିଲେ। ଏହାଶୁଣି ସେ ଦୁଃଖୀ ହୋଇଯାଇଥିଲେ। କାରଣ ସେ ଅଭିନେତ୍ରୀ ହୋଇଥିବା ସତ୍ତ୍ୱେ ଏତେ ଦିନ ଯାଏ କିଭଳି କିଏ ଜାଣିନାହାନ୍ତି ସେ ଭାବିଥିଲେ। ଧିରେ ଧିରେ ଏହା ଶୁଣି ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା।

ଜୀବନରେ ବିବାହ କରିବେ ନାହିଁ ବୋଲି ରୀତା ଭାବିଥିଲେ। ତାହା ହିଁ କରିଥିଲେ। ବମ୍ବେର ନିଜର ଫ୍ଲାଟ୍‌ରେ ସେ ରହୁଥିଲେ। ୬୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରିନାଙ୍କ ପାଇଁ ବନ୍ଧୁଙ୍କ ଆଗରେ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ…

ବମ୍ବେ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌- କରିନା କପୁର ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ...

ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ

ମୁମ୍ବାଇ,୩ ।୧୦: ବଲିଉଡ୍‌ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି...

ସୀତା ଚରିତ୍ରରେ କରିନା!

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଗତ କିଛିଦନ ହେବ ‘ସୀତା’ ଚରିତ୍ରକୁ ନେଇ କିଛି...

ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏମିତି ନିବେଦନ କଲେ ଅଙ୍କିତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଛି, କିନ୍ତୁ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି। ସୁଶାନ୍ତଙ୍କ ରହସ୍ୟ ଜନକ...

କାନ୍ଦିଲେ ଧର୍ମେନ୍ଦ୍ର

ଭାଜପାର ବରିଷ୍ଠ ନେତା ସୁଷମା ସ୍ବରାଜଙ୍କ ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ନେତାଙ୍କଠାରୁ ଆରମ୍ଭ କରି ବଲିଉଡ ଅଭିନେତା ତାଙ୍କ ମୃତ୍ୟୁରେ ଶୋକ...

୪୧ ବର୍ଷରେ ଇମରାନ୍‌ ହାସ୍‌ମୀ: ବଲିଉଡ୍‌ରେ ଆରମ୍ଭ କରିଥିଲେ କିସିଂ-ଲିପ୍‌ଲକ୍‌ ଟ୍ରେଣ୍ଡ୍‌

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ମଙ୍ଗଳବାର ୪୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ...

ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍‌ଟବ୍‌ରେ ବୋଲ୍ଡ ଫଟୋ

ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି...

ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ବୋଲ୍ଡ ନିଆ ଶର୍ମା, ଲୁଚାଛପାରେ ଚାଲିଛି…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ଅଭିନେତା ରାହୁଲ ସୁଧୀରଙ୍କୁ ସେ ଦୀର୍ଘଦିନରୁ ଡେଟ୍‌ କରୁଛନ୍ତି। ନିଆ ଉଭୟଙ୍କ ସମ୍ପର୍କକୁ ଲୁଚାଇ...

Advertisement


Archives

Model This Week