ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନରେ ବାଧା ଆଶଙ୍କା

ନବରଙ୍ଗପୁର,୪।୯(ସଦାଶିବ ପ୍ରହରାଜ):ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଇଛି ଜଳ ସଙ୍କଟ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ କାରଣରୁ ବିଗତ ବର୍ଷମାନଙ୍କ ତୁଳନାରେ ବହୁ ମାତ୍ରାରେ ବର୍ଷା କମ୍‌। ୬୪୧ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୬୩୧.୪୧ ମିଟର ଜଳ ରହିଛି। ଏହାଫଳରେ ଆଗାମୀ ଦିନରେ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନ ନେଇ ବଡ଼ ସମସ୍ୟା ଦେଖାଦେବା ନେଇ ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ।
ନବରଙ୍ଗପୁର ଜିଲା ସହ କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲା ସୀମାକୁ ଛୁଇଁଥିବା ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ୍ତମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ସଂରକ୍ଷିତ ଜଳ ଭଣ୍ଡାର ୧୧୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ବର୍ଷା ଅଭାବରୁ ଏହା ଏବେ ଜଳସଙ୍କଟ ଦେଇ ଗତି କରୁଛି। ଚଳିତବର୍ଷ ୪୦ ପ୍ରତିଶତରୁ କମ ବୃଷ୍ଟିପାତ କାରଣରୁ ଏହିଭଳି ସମସ୍ୟା ଦେଖାଦେଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଏହାର ଡେଡ୍‌ ଲେବେଲ ୬୨୫ ମିଟର ରହିଛି। ତେବେ ବର୍ତ୍ତମାନ ଜଳଭଣ୍ଡାରରେ ୬୩୧.୪୧ ମିଟର ଜଳ ରହିଛି। ଯାହା ସେପ୍ଟେମ୍ବର ୧ ସୁଦ୍ଧା ୬୪୦ ମିଟର ପାଣି ଗଚ୍ଛିତ ରହୁଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ମିଟର ପାଣି କମ ରହିଛି। ଜଳଭଣ୍ଡାର ମଧ୍ୟରେ ସେକେଣ୍ଡରେ ୭୧.୨୧ କ୍ୟୁମେକ ଜଳ ପ୍ରବେଶ କରୁଥିବାବେଳେ, ୮୯.୫୪ କ୍ୟୁମେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଇଯାଉଛି। ଏହାଦ୍ୱାରା ଦିନକୁ ଆଠ ସେଣ୍ଟିମିଟର ଜଳସ୍ତର କମିବାରେ ଲାଗିଛି। ଯଦି ଏପରି ଲାଗିରହେ ତାହେଲେ ଆଗାମୀ ଦିନରେ ବିଦ୍ୟୁତ୍‌ ଉତ୍ପାଦନ ସହ ଜଳସେଚନ ପାଇଁ ଡ୍ୟାମରୁ ପାଣି ଛାଡିବା ନେଇ ଆଶଙ୍କା ଦେଖାଦେଇଛି। ଭବିଷ୍ୟତରେ ଚାଷ ସହ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ପୃଥ୍ବୀରାଜ ପାଇକରାୟ ଓ ସଦାଶିବ ଜାନୀ କହିଛନ୍ତି। ଚଳିତବର୍ଷ ଅଗଷ୍ଟରେ ନବରଙ୍ଗପୁର ଜିଲାରେ ୪୧ ପ୍ରତିଶତ ନିଆଣ୍ଟିଆ ବର୍ଷା ହୋଇଥିବାବେଳେ ଚାଷଜମି ଫାଟି ଆଁ କଲାଣି। ମରୁଡି ଆଶଙ୍କା। ଅନ୍ୟପଟେ ସ୍ବଳ୍ପବୃଷ୍ଟି କାରଣରୁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ବିଦ୍ୟୁତ୍‌ ଉତ୍ପାଦନ ଉପରେ ଯଥେଷ୍ଟ ପ୍ରଭାବ ପଡିଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ଦୈନିକ ୧୪ ହଜାର ୪୦୦ ମେଗାୱାଟ ରହିଛି। ୨୦୨୨ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ତାରିଖରେ ୧ ଲକ୍ଷ ୬୩ ହଜାର ୫୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥିଲା। ଚଳିତବର୍ଷ ଅଗଷ୍ଟ ମାସରେ ୧ ଲକ୍ଷ ୬୧ ହଜାର ୪୧୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଛି। ଆଗାମୀ ମାସଗୁଡ଼ିକରେ ବିଦ୍ୟୁତ ଉତ୍ପାଦନରେ ଆହୁରି ଅଧିକ ପ୍ରଭାବ ପଡିବା ଆଶଙ୍କା ରହିଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ବାବଦକୁ ରାଜ୍ୟସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବାବେଳେ ଏବେ ସରକାରୀ ରାଜସ୍ବ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି ବୋଲି ପୋଡ଼ାଗଡ଼ ଡ୍ୟାମ ଡିଭିଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ତହସିଲଦାର କହିଛନ୍ତି। ଯଦି ଭବିଷ୍ୟତରେ ଉପରମୁଣ୍ଡରେ ବଡ଼ ଧରଣର ବର୍ଷା ନ ହୁଏ ତେବେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇପାରେ। ଏ ଦିଗରେ ସରକାର ଆଗୁଆ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?