ଋଷିକୂଲ୍ୟା ଜଳସ୍ତର ବୃଦ୍ଧି: ଅନେକ ଗାଁ ଜଳବନ୍ଦୀ, ଚିନ୍ତାରେ ଚାଷୀ

ଗଞ୍ଜାମ, ୩୦।୧୦ (ଅଖିଳ ତରାଇ): ବାତ୍ୟା ମୋନ୍ଥାର ପ୍ରଭାବରେ ଲଗାତାର ବର୍ଷା ଯୋଗୁ ଗଞ୍ଜାମରେ ବନ୍ୟା ଆଶଙ୍କା ଦେଖାଦେଇଛି। ପ୍ରବଳ ବର୍ଷା କାରଣରୁ ଋଷିକୂଲ୍ୟା ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ, ପାଳିବନ୍ଧ, ପୁଇଁତୋଳା ଏବଂ ବିଞ୍ଚଣାପଲି ଓଡ଼ିଆରପି କଲୋନୀ ସମେତ ଅନେକ ଗ୍ରାମ ଜଳମଗ୍ନରେ ରହିଛି। ଏହି ବନ୍ୟା ପରିସ୍ଥିତି ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନଦୀ ଜଳ ଚାଷ ଜମିରେ ପ୍ରବେଶ କରିଥିବାରୁ ସମସ୍ତ ଧାନ ଚାଷ କ୍ଷେତ୍ର ଜଳମଗ୍ନ ହେବାର ଆଶଙ୍କା ବଢ଼ିଛି। ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଏହି ଅଞ୍ଚଳର ଚାଷୀମାନେ ଫସଲ ନଷ୍ଟ ହେବା ଭୟରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ବିଜୟଙ୍କ ଦଖଲ ପରେ ପବନ କଲ୍ୟାଣଙ୍କ ବଡ଼ ବୟାନ, ମାଟିରେ ମିଶିଯିବ…ରାଜନୀତିରେ ଝଡ

ଚେନ୍ନାଇ,୬।୫: ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ, ବିଧାନସଭା ନିର୍ୱାଚନର ଫଳାଫଳ ପରେ ବୟାନବାଜିର ଏକ ଝଡ଼ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା…

ଏହି ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ! ସାମ୍‌ନାକୁ ଆସିଲା ତାରିଖ

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନରେ ବିପୁଳ ବିଜୟ ପରେ ଥଲାପଥି ବିଜୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି। ନବନିର୍ବାଚିତ ଟିଭିକେ ଦଳର ବିଧାୟକମାନେ ମଙ୍ଗଳବାର ଦିନ ବୈଠକ କରିଥିଲେ…

ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି।…

ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ…

ବିଜୟଙ୍କ ଗୋଟି ଚାଳନା! ସରକାର ଆସିବା ପୂର୍ୱରୁ ରାଜନୀତିରେ ଖେଳିଲେ ବଡ଼ ଗେମ୍‌

ଚେନ୍ନାଇ,୬।୫: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ବସିଛି। କଂଗ୍ରେସ ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛି। କଂଗ୍ରେସ ମହାସଚିବ…

୭୧ତମ ବାଦି ପାଲା ମହୋତ୍ସବ: କଳାକାର ସମ୍ବର୍ଦ୍ଧିତ

ପାଟଣା,୬।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଶାସନରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୭୧ତମ ବାଦି ପାଲା ମହୋତ୍ସବ ଉଦଯାପିତ ହୋଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା…

ବାପାଙ୍କ ହାତ ଛାଡ଼ିଦେଲେ ଥଲାପତି ବିଜୟଙ୍କ ପୁଅ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଶିଳ୍ପରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତା ଥଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri