ବିନା କାମରେ ଶ୍ରମିକଙ୍କ ନାଁରେ ଉଠୁଛି ଟଙ୍କା

ଲେଫ୍ରିପଡ଼ା,୭।୧୦(ଡି.ଏନ.ଏ.): ସରକାର ଉନ୍ନତିକରଣ ସକାଶେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ଏହି ଯୋଜନାରେ ଅନିୟମିତତା ଦେଖାଦେଇଛି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଧୀନରେ। ବ୍ଲକର ଗିରିଙ୍ଗକେଲା ଆଦର୍ଶ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ବିନା କାମରେ ଟଙ୍କା ଉଠାଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ ଗ୍ରାମବାସୀ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି।
ପୂର୍ବରୁ ଲେଫ୍ରିପଡ଼ା ପଞ୍ଚାୟତର ବଡ଼ଗାଁମାଲ ଗ୍ରାମରେ ଖେଳପଡିଆ ନିର୍ମାଣରେ ବ୍ୟାପକ ଅନିୟମିତତା ଚାଲିଥିବାର ଘଟଣା ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏଥିରେ ସମ୍ପୃକ୍ତ ଗାଁ ସାଥୀକୁ ହଟାଇ ଅର୍ଥ ଆଦାୟ କରାଯାଇ କେତେକ ଅଧିକାରୀଙ୍କଠାରୁ ମଧ୍ୟ ଅର୍ଥ ରିକୋଭରୀ କରାଯାଇଥିଲା। ସେହିପରି ଭାବେ ଅଳ୍ପ କିଛି ଦିନ ତଳେ ଡୁମାବାହାଲ ଗ୍ରାମପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜମି ମରାମତି ସକାଶେ ଆସିଥିବା ଅର୍ଥକୁ ଶ୍ରମିକଙ୍କ ମଜୁରି ନାମରେ ବ୍ୟାପକ ମାତ୍ରାରେ ହଡପ ହୋଇଥିବା ଅଭିଯୋଗ ହେବାରୁ ଜିଲା ପ୍ରଶାସନ ପାଖରେ ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ସମ୍ପୃକ୍ତ ଗାଁ ସାଥୀକୁ କାର୍ଯ୍ୟରୁ ହଟାଇ ଜିଆର୍‌ଏସ୍‌ଙ୍କୁ ବଦଳି କରାଯାଇଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଆସିଛି ସେହି ଲେଫ୍ରିପଡା ବ୍ଲକ ଅଧିନସ୍ଥ ଗିରିଙ୍ଗକେଲା ଆଦର୍ଶ ପଞ୍ଚାୟତରେ।
ଗିରିଙ୍ଗକେଲା ଗ୍ରାମପଞ୍ଚାୟତର ବାଢୁନଝରିଆ ମୁଖ୍ୟକେନାଲ ଠାରୁ ମାଝିକୁଦର ରାସ୍ତାକୁ ଗାର୍ଡୱାଲ ଏବଂ ସିଡ଼ି ସହିତ ଉନ୍ନତିକରଣ ସକାଶେ ୯ ଲକ୍ଷ ୯୯ ହଜାର ଟଙ୍କା ଅଟକଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ମଞ୍ଜୁରୀ ହୋଇଛି। କୌଣସି କାମ ନ କରି ମୋଟ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ୧୭ ଜଣ ଶ୍ରମିକଙ୍କ ନାମରେ ଉଠାଣ କରାଯାଇଛି। ଉକ୍ତ କାମରେ ବାଢୁନ ଝରିଆ ଗ୍ରାମରେ ନିର୍ଦ୍ଦିଷ୍ଟ କେତେଗୋଟି ପରିବାରର ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠିଥିବାବେଳେ ଏହା ଏକ ପ୍ରାୟୋଜିତ ଭାବେ ହଡପ କରାଯାଇଥିବା ସ୍ପଷ୍ଟ ଜଣାପଡିଛି। ରାସ୍ତାରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇନାହିଁ। କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯିବାର ନିୟମ ଥିବାବେଳେ ଏଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। କିନ୍ତୁ ଏଠାରେ ଜୁନ ୨୨ଠାରୁ ସେପ୍ଟେମ୍ବର ୨୮ପର୍ଯ୍ୟନ୍ତ ମନଇଛା ୨୯ ଗୋଟି ମାଷ୍ଟର ରୁଲ ପ୍ରୟୋଗ କରି ୨ ଲକ୍ଷ ୮ ହଜାର ୭ ଶହ ଏକାନବେ ଟଙ୍କା ଶ୍ରମିକଙ୍କ ନାମରେ ଉଠାଣ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ନିର୍ବାହ ସକାଶେ ଗାଁ ସାଥୀ, ଜିଆର୍‌ଏସ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ କିଭଳି ଭାବେ ଏହି କାର୍ଯ୍ୟ ଚାଲିଛି ସହଜେ ଅନୁମେୟ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ନିୟମ ଅନୁଯାୟୀ ପ୍ରଥମେ କାର୍ଯ୍ୟର ସ୍ଥିତିକୁ ଦେଖି ଫଟୋ ଉଠାଇ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁରୀ କରାଯାଇ କାର୍ଯ୍ୟକୁ ସିକ୍ୟୋର କରି କାମ ଆରମ୍ଭ କରାଯାଇଥାଏ। କାମ ଆରମ୍ଭ ପରେ ଗାଁ ସାଥୀଙ୍କ ଦ୍ୱାରା କାର୍ଯ୍ୟସ୍ଥଳୀରୁ ଶ୍ରମିକଙ୍କ ହାଜିରା ସହ ଫଟୋ ଉଠାଇ ଜିଆରଏସ୍‌ଙ୍କ ମାଧ୍ୟମରେ ଶ୍ରମିକ ମଜୁରି ପାଇଁ ମାଷ୍ଟରରୋଲ ଅପଲୋଡ଼ କରାଯାଉ ଥିବାବେଳେ ଏଠାରେ କାର୍ଯ୍ୟସ୍ଥଳରେ କୌଣସି କାର୍ଯ୍ୟ ହୋଇନାହିଁ। କାର୍ଯ୍ୟସ୍ଥଳରେ ସମ୍ପୂର୍ଣ୍ଣ ରାସ୍ତା ପୁରୁଣା ଘାସରେ ପରିପୂର୍ଣ୍ଣ ହୋଇ ରହିଥିବାବେଳେ ଶ୍ରମିକଙ୍କ ମଜୁରି ଉଠାଣ ନେଇ ସମ୍ପୃକ୍ତ ଗାଁ ସାଥୀ ଏବଂ ଜିଆର୍‌ଏସ୍‌ଙ୍କୁ ସିଧା ସଳଖ ଭାବେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଅନ୍ୟପକ୍ଷରେ ଲେଫ୍ରିପଡା ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ବାରମ୍ବାର ଲୋକଲୋଚନକୁ ଆସୁଥିବା ବେଳେ ଏହି ଦିଗରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଏବଂ ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ନେଇ ଲେଫ୍ରିପଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ବେହେରାଙ୍କୁ ପଚାରିବାରୁ ଏହି ବିଷୟରେ ଅବଗତ ନାହିଁ। ଆଗକୁ ଏହାର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri