ଗୋଖାଦ୍ୟ ଦର ବୃଦ୍ଧି ଚାଷୀ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧୫ା୭: କଥାରେ ଅଛି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ। ଏପରି ଉଦାହରଣ କେନ୍ଦ୍ରାପଡ଼ା ଜିଲାର ଦୁଗ୍ଧ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୁଗ୍ଧ ଚାଷୀ ଓ ସଙ୍ଗଠନ ପକ୍ଷରୁ ହେଉଥିବା ଚାପରୁ ରାଜ୍ୟ ସରକାର ଦୁଗ୍ଧ ଲିଟର ପିଛା ୨ରୁ ୪ ଟଙ୍କା ବଢ଼ାଉଛନ୍ତି। ଏଥିରେ ଚାଷୀ ଖୁସି ହେବାକୁ ଯାଉଥିବା ବେଳେ ଗୋଖାଦ୍ୟ ଦର ବ୍ୟବସାୟୀ ବଢ଼ାଇ ଦେଉଛନ୍ତି। ଗୋଖାଦ୍ୟ କିଣିବାକୁ ଯାଇ ଚାଷୀ ବର୍ଦ୍ଧିତ ଦରର ଲାଭଠାରୁ ଅଧିକ ଟଙ୍କା ସୋମାନଙ୍କୁ ଗଣିବାକୁ ପଡୁଛି। ଆକାଶ ଛୁଅଁା ଗୋଖାଦ୍ୟ ଦରରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ଯେଉଁ ଅଭାବ ପୂରଣ ହେବ ବୋଲି ଆନ୍ଦୋଳନ ଅଥବା ଚାପ ସୃଷ୍ଟି କରା ଯାଉଥିଲା, ତାହାର ସୁଫଳ ମିଳିଲାନାହିଁ। ରାଜ୍ୟ ସରକାର ଗୋ ଓ କୁକୁଡା ଖାଦ୍ୟ ପ୍ରସ୍ତୁତିରେ କୌଣସି ସ୍ବତନ୍ତ୍ର ଯୋଜନା କରୁ ନ ଥିବାରୁ ବାହାର ରାଜ୍ୟର ଖାଦ୍ୟ ପ୍ରସ୍ତୁତକାରୀ ଲାଭ ଉଠାଉଛନ୍ତି। ଏପରି କି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଘାସ ଚାଷ ପାଇଁ ପ୍ରୋତ୍ସାହନ ମିଳୁଥିବା ଦର୍ଶାଉଥିଲେ ମଧ୍ୟ ଯୋଜନାଟି ଗୋପାଳକଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ।
ଗୋଖାଦ୍ୟ କିଲୋ ପ୍ରତି ୬ ଟଙ୍କା ବୃଦ୍ଧି
ଗୋଖାଦ୍ୟର ତ୍ୱରିତ ମୂଲ୍ୟବୃଦ୍ଧି ଗୋପାଳନ ପାଇଁ ବାଧା ସୃଷ୍ଟି କରିଛି। ଯେଉଁ ସମୟରେ ଦୁଗ୍ଧ ମୂଲ୍ୟ ବୃଦ୍ଧି ହେଉଛି, ଠିକ୍‌ ଏହା ପରେ ଗୋଖାଦ୍ୟ ଦର ବୃଦ୍ଧି ପାଉଛି। ତାହା ମଧ୍ୟ ଆଶାଠାରୁ ଅଧିକ ମୂଲ୍ୟ ରହୁଛି। କିଲୋଗ୍ରାମ ପ୍ରତି ଟଙ୍କାଏ ଦୁଇଟଙ୍କା ବଦଳରେ ପ୍ରାୟ ୫ରୁ ୬ ଟଙ୍କା ବୃଦ୍ଧି ହେଉଛି। ଏବେ ୫୦ କେଜି ଗୋଖାଦ୍ୟ ବସ୍ତା ପ୍ରତି ୧୨୮୦ ଟଙ୍କା ରହିଥିବା ବେଳେ ଚୋକଡ ବସ୍ତା ଦାମ ୧୧୫୦ ଟଙ୍କା ହେଲାଣି। ଏତେ ଦରରେ ଗୋଖାଦ୍ୟ କିଣିବା ଫଳରେ ଚାଷୀଙ୍କୁ ମିଳୁଥିବା କ୍ଷୀରର ବର୍ଦ୍ଧିତ ଦର ବ୍ୟବସାୟୀଙ୍କ ପକେଟ୍‌କୁ ଯାଉଛି।
– କୃତ୍ତିବାସ ଦାସ, ଦୁଗ୍ଧ ଚାଷୀ, ଗୋବିନ୍ଦପୁର, ଡେରାବିଶ।
ଓମ୍‌ଫେଡ ପ୍ରସ୍ତୁତ କରୁନି ଗୋଖାଦ୍ୟ
ପୂର୍ବରୁ ଓମ୍‌ଫେଡ ପକ୍ଷରୁ ଚାଷୀଙ୍କୁ ଗୋଖାଦ୍ୟ ଯୋଗାଇ ଦିଆଯାଉ ଥିଲା। ଏହି ଗୋଖାଦ୍ୟର ଦର ଉପରେ ସରକାରଙ୍କ କର୍ତ୍ତୃତ୍ୱ ଥିଲା। ତେବେ ପରିଚାଳନାଗତ ସମସ୍ୟା ଯୋଗୁ ଗୋଖାଦ୍ୟ ଉପତ୍ାଦନ କେନ୍ଦ୍ର ପ୍ରାୟ ୧୦ ବର୍ଷ ଧରି ବନ୍ଦ ହୋଇ ଗଲାଣି। ଏହାର ଫାଇଦା ବାହାର ରାଜ୍ୟର ବ୍ୟବସାୟୀ ନେଉଛନ୍ତି। ବାହାର ରାଜ୍ୟର ବ୍ୟବସାୟୀ ଓଡ଼ିଶାର ଗୋଖାଦ୍ୟ ଦରକୁ ଏବେ ନିୟନ୍ତ୍ରଣ କରୁଛନ୍ତି। ଏହାବ୍ୟତୀତ ପୂର୍ବରୁ ଓମ୍‌ଫେଡରୁ ମିଳୁଥିବା ଗୋଖାଦ୍ୟ ଓ ଏବେକାର ବାହର ରାଜ୍ୟର ଗୋଖାଦ୍ୟ ମଧ୍ୟରେ ବହୁତ ଫରକ ଅଛି। ବାହାର ରାଜ୍ୟର ଏହି ସାମଗ୍ରୀ ନିମ୍ନମାନର ହୋଇଥିଲେ ମଧ୍ୟ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନୀତି ନ ଥିବା ପରି ଜଣାଯାଉଛି।
– ଗୟାଧର ଧଳ, କୃଷକ ନେତା, କେନ୍ଦ୍ରାପଡ଼ା।
ଏସ୍‌ଏଚଜି ଗୋଖାଦ୍ୟ ପ୍ରସ୍ତୁତ ଦାୟିତ୍ୱ ନେଉ

ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ। ରାଜ୍ୟରୁ ଗୋଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ମକା, ବାଦାମ ପିଡିଆଠାରୁ ଚୋକଡ ପର୍ଯ୍ୟନ୍ତ ସାମଗ୍ରୀ ମିଳୁଛି। ଏହା ବ୍ୟତୀତ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବାକୁ ଚେଷ୍ଟାରେ ଅଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ମାଧ୍ୟମରେ ଆବଶ୍ୟକ ସାମଗ୍ରୀ ଯୋଗାଡ କରି ଗୋ ଓ କୁକୁଡା ଖାଦ୍ୟ, ମାଛ ଖାଦ୍ୟ ଆଦି ପ୍ରସ୍ତୁତ କରିପାରିବେ। ପ୍ରତି ଜିଲାରେ ସଂଗୃହୀତ ସାମଗ୍ରୀକୁ ନେଇ ଅନୂ୍ୟନ ଗୋଟିଏ ଲେଖାଏ ୟୁନିଟ କାରଖାନା ପ୍ରସ୍ତୁତ କରି ଓର୍‌ମାସ ମାଧ୍ୟମରେ ବିକ୍ରି କରିପାରିବେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୀତି ପ୍ରଣୟନ ହେଲେ ଗୋ ଓ କୁକୁଡା, ମାଛ ଚାଷ ପାଇଁ ଖାଦ୍ୟ ଅଭାବ ରହିବନାହିଁ। ଏଥିସହ ବାହାର ରାଜ୍ୟ ବ୍ୟବସାୟୀଙ୍କ ଦୌରାତ୍ମ୍ୟ କମି ପାରିବ।
– ମନ୍ମଥ କୁମାର ରାଉତ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା
ଯୁଗବର୍ଗଙ୍କୁ ସବୁଜ ଘାସ ଚାଷ ପାଇଁ ପ୍ରୋତ୍ସାହିତ କରାଯାଉ
ଗୋଖାଦ୍ୟ ଭାବେ ସବୁଜ ଘାସ ଉପଯୁକ୍ତ। ଗ୍ରାମାଞ୍ଚଳରେ ଏଥିପାଇଁ ଯଥେଷ୍ଟ ଭିତ୍ତିଭୂମି ଅଛି। କ୍ଷେତଠାରୁ ଆରମ୍ଭ କରି ଯୁବ ଶ୍ରମିକଙ୍କ ଅଭାବ ରହିବ ନାହିଁ। ତେବେ ରାଜ୍ୟ ସରକାର ଏ ନେଇ ସ୍ବତନ୍ତ୍ର ନୀତି ପ୍ରଣୟନ କରି ଯୁବବର୍ଗଙ୍କୁ ସବୁଜ ଘାସ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ। କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଏ ନେଇ ଯୋଜନା ଥିଲେ ମଧ୍ୟ ଏହା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହାକୁ ପ୍ରୋତ୍ସାହିତ କରିବା ସହ ସବୁଜ ଘାସ ପାଇଁ ଉପଯୁକ୍ତ କ୍ଷେତ ପ୍ରସ୍ତୁତି, ତାଲିମ, ବିହନ ଯୋଗାଣ ଆଦିକୁ ଗୁରୁତ୍ୱ ଦିଆଯାଉ। ଫଳରେ ଯୁବବର୍ଗ ଗୋପାଳନ, ଛେଳି ମେଣ୍ଢା ଓ କୁକୁଡା ପାଳନ ଆଦିରେ ମନ ବଳାଇବେ।
– ନୀହାର ରଞ୍ଜନ ପ୍ରଧାନ, ସାମାଜିକ କର୍ମୀ, ଛୋଟି, କେନ୍ଦ୍ରାପଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri