କ୍ରିକେଟ ପ୍ରେମୀ ସୁନକ

ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ବ୍ରିଟେନ ଇତିହାସରେ ଏହା ପ୍ରଥମଥର ହେବାକୁ ଯାଉଛି କି କେହି ଭାରତୀୟ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସୁନକଙ୍କୁ ସବୁଠାରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି ଆଉ ଏହାସହ ସେ ନୂଆ ଇତିହାସ ରଚିଛନ୍ତି ।
ଋଷି ସୁନକ ୟାର୍କଶାୟରର ସାଂସଦ ହୋଇଛନ୍ତି ସତ ହେଲେ ତାଙ୍କ ହୃଦୟରେ ଭାରତ ରହିଛି । ସୁନକ ବ୍ରିଟେନ ସଂସଦରେ ଭଗବତଗୀତା ନେଇ ଶପଥ ନେଇଥିଲେ । ଏମିତି କରିବାରେ ବ୍ରିଟେନର ପ୍ରଥମ ସାଂସଦ ଥିଲେ ସୁନକ ।
ସୁନକ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ ଭଗବତ ଗୀତା ତାଙ୍କୁ ଚାପମୁକ୍ତ କରିବାରେ ସାହାଯ୍ୟ କରିଥାଏ । ଋଷି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହ ଅଧିକାଂଶ ସମୟରେ ଶ୍ୱଶୁର ଘର ବେଙ୍ଗାଲୁରୁ ଯାଇଥାଆନ୍ତି ।
ଋଷି ସୁନକ ବ୍ରିଟେନର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ତାଙ୍କ ନିକଟରେ ମୋଟ ୭୦୦ ମିଲିୟନ ପାଉଣ୍ଡରୁ ଅଧିକ ସମ୍ପତ୍ତି ରହିଛି । ୟାର୍କଶାୟରରେ ଏକ ବଡ ବଙ୍ଗଳା ସହିତ ଋଷି ଓ ତାଙ୍କ ପତ୍ନୀ ଅକ୍ଷରାଙ୍କ ନିକଟରେ ମଧ୍ୟ ଲଣ୍ଡନର କୈଂସିଙ୍ଗଟନରେ ଏକ ସମ୍ପତ୍ତି ରହିଛି ।
ସୁନକଙ୍କର ଦୁଇ ଝିଅ ରହିଛନ୍ତି କୃଷ୍ଣା ଓ ଅନୁଷ୍କା । ସୁନକ ଏମାନଙ୍କୁ ବହୁତ ଭଲ ପାଆନ୍ତି । ସେ କୁହନ୍ତି ପିଲାମାନେ ମୋତେ ସବୁବେଳେ ବ୍ୟସ୍ତ ରଖିଥାଆନ୍ତି । ସେମାନେ ଆମପାଇଁ ବରଦାନଠାରୁ କମ୍ ନୁହନ୍ତି । ସୁନକ ପ୍ରଥମେ ୨୦୧୫ରେ ରିଚମଣ୍ଡ(ୟାର୍କ) ନିର୍ବାଚନ ମଣ୍ଡଳୀରୁ ସାଂସଦ ନିର୍ବାଚିତ ହୋଇଥିଲେ ଓ ୨୦୧୭ ଏବଂ ୨୦୧୯ରେ ପୁଣିଥରେ ସାଂସଦ ନିର୍ବାଚିତ ହୋଇଥିଲେ । ଫିଟ୍ ରହିବାକୁ ସୁନକ ବେଶ ପସନ୍ଦ କରନ୍ତି । ସେଥିପାଇଁ ଅବସର ସମୟରେ ସେ କ୍ରିକେଟ, ଫୁଟବଲ ଖେଳିବା ସହ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ।
୧୨ ମେ ୧୯୮୦ରେ ଋଷି ସୁନକଙ୍କ ଜନ୍ମ ସାଉଥୈମପ୍ଟନ ଜେନରାଲ ହସ୍ପିଟାଲରେ ହୋଇଥିଲେ । ପିତା ୟଶବୀର ଓ ମା ଉଷା ସୁନକଙ୍କର ସେ ପ୍ରଥମ ସନ୍ତାନ । ଋଷିଙ୍କ ଜନ୍ମ ହିନ୍ଦୁ ପରିବାରରେ ହୋଇଥିବାରୁ ସେ ପିଲାଦିନୁ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ସାଉଥୈମପ୍ଟନର ହିନ୍ଦୁ ବୈଦିକ ସୋସାଇଟି ମନ୍ଦିରର ସେ ଖୁବ୍ ଜଡିତ । କାରଣ ତାଙ୍କ ଦାଦା ରାମ ଦାସ ସୁନକ ଏହି ମନ୍ଦିରର ଫାଉଣ୍ଡିଂ ମେମ୍ବର ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri