Advertisement

କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା: ୨ ଅଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଦଶପଲା ବ୍ଲକ ମଧ୍ୟଖଣ୍ଡର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୀପାବଳି ଉତ୍ସବ ପାଳନ ଅବସରରେ ସୋମବାର ରାତିରେ ମଧ୍ୟଖଣ୍ଡରେ ବାଣ ଫୁଟାଇବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହି ହତ୍ୟାକାଣ୍ଡ ଘଟିଥିଲା। ବିକାଶଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରି କି ପୋଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ବିକାଶଙ୍କ ନାମରେ ପୂର୍ବରୁ ଜିଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ...

ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ସଂରକ୍ଷଣ ଚିଠା ତାଲିକା ଶୁକ୍ରବାର ପ୍ରକାଶ ପାଇବ । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ,...

ଆକାଶରୁ ବର୍ଷୁଛି ନିଆଁ: ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ

ଜଗନ୍ନାଥପ୍ରସାଦ,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମତାପ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ତାପମାତ୍ରା ୪୧ରୁ ୪୩ ଡିଗ୍ରୀ ରହିଥିବା...

ରେଞ୍ଜର ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

କରଞ୍ଜିଆ,୭।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ...

ସଫେଇ କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ

ବାଲିଗୁଡ଼ା:୨୨ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସମସ୍ତେ ଘରେ ରହୁଥିବାବେଳେ ନିଜ ଜୀବନକୁ ବିପଦରେ ପକାଇ ସହରକୁ ପରିସ୍କାର ପରିଚ୍ଛନ ରଖୁଛନ୍ତି ସଫେଇ କର୍ମଚାରୀ। ମହାମାରୀ କରୋନା ମୁକାବିଲା...

‘୫ ଫୁଟ୍‌ କହି ଖୋଳିଛନ୍ତି ୩୫’

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଥମୁନାହିଁ। ଗୋଟିଏ ପଟେ ଏନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଏବଂ ଭାରତୀୟ...

କୋର୍ଟରେ ପ୍ରୋଟେଷ୍ଟ ପିଟିଶନ ଦାଖଲ

ଭୁବନେଶ୍ୱର,୮।୭(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ବର୍ଷେ ପରେ ବି କ୍ରାଇମବ୍ରାଞ୍ଚର ତଦନ୍ତ ଶେଷ ହୋଇନାହିଁ। ଏପରି କି କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ମୁମ୍ବାଇରୁ ସାଇକେଲ୍‌ରେ ମୟୂରଭଞ୍ଜ: ୧୦ ଦିନରେ୧୬ଶହ କି.ମି. ଆସିଲେ ଯୁବକ

ଉଦଳା,୧ା୫(ଡି.ଏନ୍‌.ଏ.)- ମୁମ୍ବାଇରୁ ମୟୂରଭଞ୍ଜ ଦୀର୍ଘ ୧୬ ଶହ କି.ମି. ଯାତ୍ରା। ମୟୂରଭଞ୍ଜ ଜିଲାର ଦିବ୍ୟରଞ୍ଜନ ଲେଙ୍କା ନାମକ ଜଣେ ଯୁବକ ସାଇକେଲ ଚଲାଇ ୧୦ଦିନରେ ଆସି...

Advertisement
Archives

Model This Week