କ୍ରିକେଟ ପ୍ରେମୀ ସୁନକ

ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ବ୍ରିଟେନ ଇତିହାସରେ ଏହା ପ୍ରଥମଥର ହେବାକୁ ଯାଉଛି କି କେହି ଭାରତୀୟ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସୁନକଙ୍କୁ ସବୁଠାରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି ଆଉ ଏହାସହ ସେ ନୂଆ ଇତିହାସ ରଚିଛନ୍ତି ।
ଋଷି ସୁନକ ୟାର୍କଶାୟରର ସାଂସଦ ହୋଇଛନ୍ତି ସତ ହେଲେ ତାଙ୍କ ହୃଦୟରେ ଭାରତ ରହିଛି । ସୁନକ ବ୍ରିଟେନ ସଂସଦରେ ଭଗବତଗୀତା ନେଇ ଶପଥ ନେଇଥିଲେ । ଏମିତି କରିବାରେ ବ୍ରିଟେନର ପ୍ରଥମ ସାଂସଦ ଥିଲେ ସୁନକ ।
ସୁନକ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ ଭଗବତ ଗୀତା ତାଙ୍କୁ ଚାପମୁକ୍ତ କରିବାରେ ସାହାଯ୍ୟ କରିଥାଏ । ଋଷି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହ ଅଧିକାଂଶ ସମୟରେ ଶ୍ୱଶୁର ଘର ବେଙ୍ଗାଲୁରୁ ଯାଇଥାଆନ୍ତି ।
ଋଷି ସୁନକ ବ୍ରିଟେନର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ତାଙ୍କ ନିକଟରେ ମୋଟ ୭୦୦ ମିଲିୟନ ପାଉଣ୍ଡରୁ ଅଧିକ ସମ୍ପତ୍ତି ରହିଛି । ୟାର୍କଶାୟରରେ ଏକ ବଡ ବଙ୍ଗଳା ସହିତ ଋଷି ଓ ତାଙ୍କ ପତ୍ନୀ ଅକ୍ଷରାଙ୍କ ନିକଟରେ ମଧ୍ୟ ଲଣ୍ଡନର କୈଂସିଙ୍ଗଟନରେ ଏକ ସମ୍ପତ୍ତି ରହିଛି ।
ସୁନକଙ୍କର ଦୁଇ ଝିଅ ରହିଛନ୍ତି କୃଷ୍ଣା ଓ ଅନୁଷ୍କା । ସୁନକ ଏମାନଙ୍କୁ ବହୁତ ଭଲ ପାଆନ୍ତି । ସେ କୁହନ୍ତି ପିଲାମାନେ ମୋତେ ସବୁବେଳେ ବ୍ୟସ୍ତ ରଖିଥାଆନ୍ତି । ସେମାନେ ଆମପାଇଁ ବରଦାନଠାରୁ କମ୍ ନୁହନ୍ତି । ସୁନକ ପ୍ରଥମେ ୨୦୧୫ରେ ରିଚମଣ୍ଡ(ୟାର୍କ) ନିର୍ବାଚନ ମଣ୍ଡଳୀରୁ ସାଂସଦ ନିର୍ବାଚିତ ହୋଇଥିଲେ ଓ ୨୦୧୭ ଏବଂ ୨୦୧୯ରେ ପୁଣିଥରେ ସାଂସଦ ନିର୍ବାଚିତ ହୋଇଥିଲେ । ଫିଟ୍ ରହିବାକୁ ସୁନକ ବେଶ ପସନ୍ଦ କରନ୍ତି । ସେଥିପାଇଁ ଅବସର ସମୟରେ ସେ କ୍ରିକେଟ, ଫୁଟବଲ ଖେଳିବା ସହ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ।
୧୨ ମେ ୧୯୮୦ରେ ଋଷି ସୁନକଙ୍କ ଜନ୍ମ ସାଉଥୈମପ୍ଟନ ଜେନରାଲ ହସ୍ପିଟାଲରେ ହୋଇଥିଲେ । ପିତା ୟଶବୀର ଓ ମା ଉଷା ସୁନକଙ୍କର ସେ ପ୍ରଥମ ସନ୍ତାନ । ଋଷିଙ୍କ ଜନ୍ମ ହିନ୍ଦୁ ପରିବାରରେ ହୋଇଥିବାରୁ ସେ ପିଲାଦିନୁ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ସାଉଥୈମପ୍ଟନର ହିନ୍ଦୁ ବୈଦିକ ସୋସାଇଟି ମନ୍ଦିରର ସେ ଖୁବ୍ ଜଡିତ । କାରଣ ତାଙ୍କ ଦାଦା ରାମ ଦାସ ସୁନକ ଏହି ମନ୍ଦିରର ଫାଉଣ୍ଡିଂ ମେମ୍ବର ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?