Posted inଖେଳ

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ସିରିଜ ପାଇଁ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଦଳର ଜଣେ ୭୯୮୦ ଷ୍ଟାର ଖେଳାଳିକୁ ଟି୨୦ ପରେ ଏବେ ଓଡିଆଇ ଦଳରୁ ମଧ୍ୟ ବାହାର କରାଯାଇପାରେ। ଏହି ଖେଳାଳି ଗତ କିଛି ସମୟ ଧରି ଭାରତୀୟ ଓଡିଆଇ ଦଳର ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ଏବଂ ଏବେ ଏକ ଫର୍ମରେ ଥିବା ଖେଳାଳିଙ୍କ ଦ୍ୱାରା ବଦଳାଯାଇପାରନ୍ତି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଓଡିଆଇ ସିରିଜ ପାଇଁ ବିସିସିଆଇର ସିନିୟର ସେଲେକ୍ସନ କମିଟି ୩ ଜାନୁଆରୀ କିମ୍ବା ୪ ଜାନୁଆରୀ (ରବିବାର)ରେ ଦଳ ଘୋଷଣା କରିପାରେ।

ରିପୋର୍ଟ ଅନୁଯାୟୀ, ଏହି ଦଳରୁ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ବାହାର କରାଯାଇପାରେ। ଟିମ ମ୍ୟାନେଜମେଣ୍ଟ ଫର୍ମ ଏବଂ କମ୍ବିନେସନକୁ ଦୃଷ୍ଟିରେ ରଖି ନୂଆ ଦିଗରେ କାମ କରୁଛି। ଏହି ସିରିଜ ୧୧ ଜାନୁଆରୀରୁ ୧୮ ଜାନୁଆରୀ ଯାଏ ଖେଳାଯିବ। ପନ୍ତ ଏହାପୂର୍ବରୁ ଟି୨୦ ଓ୍ବଲର୍‌ଡ କପ ୨୦୨୬ ପାଇଁ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ। ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଜବୁତ ସମ୍ଭାବନା ରହିଛି, ଯିଏ ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପନ୍ତ ତାଙ୍କର ଶେଷ ଓଡିଆଇ ମ୍ୟାଚ ଅଗଷ୍ଟ ୨୦୨୪ରେ ଶ୍ରୀଲଙ୍କା ବିପକ୍ଷ କଲମ୍ବୋରେ ଖେଳିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦଳରେ ରହିଥିଲେ କିନ୍ତୁ କୌଣସି ମ୍ୟାଚ ଖେଳିପାରି ନ ଥିଲେ। ଏବେ ସିଲେକ୍ଟରମାନେ ନ୍ୟୁଜିଲ୍ୟାଣ୍ଡ ସିରିଜ ପାଇଁ ତାଙ୍କଠାରୁ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛନ୍ତି। କେଏଲ ରାହୁଲ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ରହିଛନ୍ତି, ଯାହା କାରଣରୁ ପନ୍ତଙ୍କୁ ସୁଯୋଗ ମିଳୁନି ଏବଂ ଈଶାନ କିଶନଙ୍କ ଫର୍ମ ତାଙ୍କ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇଛି।

ଈଶାନ କିଶନ ଦୁଇ ବର୍ଷରୁ ଅଧିକ ସମୟ ପରେ ଓଡିଆଇ ଦଳକୁ ଫେରିବେ। ଭାରତ ପାଇଁ ତାଙ୍କର ଶେଷ ୫୦ ଓଭର ମ୍ୟାଚ ୨୦୨୩ ଓ୍ବଲର୍‌ଡ କପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଥିଲା। ଏହାପରେ ଘରୋଇ ସିରିଜରେ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ଘରୋଇ ସ୍ତରରେ ଲଗାତାର ଭଲ ପ୍ରଦର୍ଶନ କରି ସେଲେକ୍ଟରମାନଙ୍କ ନିକଟରେ ସେ ମଜବୁତ ଦାବି ଉପସ୍ଥାପନ କରିଥିଲେ। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଭାରତୀୟ ଓଡିଆଇ ଦଳର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଦଳ ଘୋଷଣା ପରେ ଆହୁରି ସ୍ପଷ୍ଟତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ, ଜାଣନ୍ତୁ ଭାରତର ଏହି ଖେଳାଳି ଶୀର୍ଷରେ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?