Posted inଖେଳ

ବୁମ୍‌ରାଙ୍କ ସହ ୮୦୦୦ ଟଙ୍କାର ବାଜି ଲଗାଇଲେ ପନ୍ତ, ପରେ ଯାହା ଘଟିଲା…

ନୂଆଦିଲ୍ଲୀ,୧୫।୧୧: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ମୁକାବିଲା ଲାଗି ଟିମ୍‌ ଇଣ୍ଡିଆ ଖୁବ୍‌ ଝାଳ ବୁହାଉଛି। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ପର୍ଥ ଟେଷ୍ଟ ପୂର୍ବରୁ ସମସ୍ତ ଖେଳାଳି ନେଟ୍ସରେ ଅଭ୍ୟାସ କରୁଛନ୍ତି। ଟୁର୍ନାମେଣ୍ଟର ସିଧାସଳଖ ପ୍ରଭାବ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଉପରେ ପଡ଼ିବ। ହେଲେ ଗମ୍ଭୀର ଅଭ୍ୟାସ ସେଶନ ମଧ୍ୟରେ ଜସପ୍ରିତ ବୁମ୍‌ରା ଏବଂ ଋଷଭ ପନ୍ତ ସ୍ଥିତିକୁ ହାଲ୍‌କା କରିବାକୁ ଯାଇ ମସ୍ତି କରୁଥିବା ଦେଖାଯାଇଛି। ବାକା ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ ୮ ହଜାର ଟଙ୍କାର ବାଜି ଲଗାଯାଇଥିଲା। ତେବେ ଜାଣନ୍ତୁ ପର୍ଥରେ ଏଭଳି କ’ଣ ଘଟିଲା?

ପର୍ଥର ମଇଦାନକୁ ଜାଣିବା ପ୍ରତ୍ୟେହ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ହେଲେ ଶୁକ୍ରବାର ନଭେମ୍ବର ୧୫ରେ ବୁମ୍‌ରା ଏବଂ ପନ୍ତ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥିଲେ। ଉଭୟ ନିଜ ନିଜର କାମ ବଦଳାଇଦେଇଥିଲେ। ବୁମ୍‌ରା ହାତରେ ବ୍ୟାଟ୍‌ ଧରିଥିବା ବେଳେ ପନ୍ତ ବୋଲିଂ କରିଥିଲେ। ପନ୍ତଙ୍କ ବଲ୍‌କୁ ସହଜରେ ବୁମ୍‌ରା ଆରାମରେ ଖେଳିବେ। ପରେ ସେ ବାଉନ୍‌ସର ଲାଗି ଧମକ ଦେଇଥିଲେ। ମାର୍କଲଙ୍କ ସହ ମିଶି ଶର୍ଟ ବଲ୍‌ ପକାଇଥିଲେ। ଏହି ସମୟରେ ସେ ଏହି ଭେଟେରାନ ବୋଲରଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ପନ୍ତ କ୍ୟାମେରାକୁ ଦେଖି ପ୍ରଶଂସକଙ୍କୁ କହିଥିଲେ ଯେ ନେଟ୍‌ରେ ଗୋଟିଏ ଉଇକେଟ ନେଇଛି, ବୁମ୍‌ରାଙ୍କ ପତ୍ତା କଟିଛି।

ପନ୍ତ ଏବଂ ବୁମ୍‌ରାଙ୍କ ମଧ୍ୟରେ ଆଉଟ୍‌ କରିବାକୁ ନେଇ ୧୦୦ ଡଲାରର ବାଜି ଲାଗିଥିଲା। ବୁମ୍‌ରା ବାଉନ୍‌ସରରେ ଶର୍ଟ ମାରିଥିଲେ, ଏହାକୁ ଭାରତୀୟ ଉଇକେଟକିପର ଆଉଟ୍‌ ବୋଲି କହିଥିଲେ। ପରେ ଏହାର ବୁମ୍‌ରା ବିରୋଧ କରିଥିଲେ। ଏହା ନଟ୍‌ ଆଉଟ୍‌ ଥିଲା। ପନ୍ତଙ୍କୁ ବୋଲିଂ କରିବାକୁ ଦେବା ଉଚିତ ନୁହେଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?