ଗଞ୍ଜାମ,୩୦।୧୦(ବିଦ୍ୟାଧର ସାହୁ ): ବାତ୍ୟା ସରିଲା କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଲା । ବାତ୍ୟା ପ୍ରଭାବରେ ଏବେ ବି ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଓ ପବନ ଯୋଗୁ ବ୍ଲକ ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ମୟୁର ପଦା, ପୁଇଁତୋଳା, ନୀଳାଦ୍ରି ପୁର, ସୂର୍ଯ୍ୟ ନାରାୟଣ ପୁର, ବରପଲ୍ଲୀ, ଲକ୍ଷ୍ମୀ ପୁର, ଝାଡ଼ କୁଦା,ପାଳିବନ୍ଧ, ରାମଗଡ଼ ପଞ୍ଚାୟତର ପ୍ରାୟଗି, ଅରୁଣ ପୁର, ପୋଡ଼ଗଡ଼, ଝାଟି ପଦର, କାଇଁଚପୁର ପଞ୍ଚାୟତ କଲ୍ୟାଣ ପୁର, ଶ୍ରୀବଣା, ମାଳି ଜଗନ୍ନାଥ ପୁର ଆଦି ଅଞ୍ଚଳ ଚାଷ ଜମିରେ ପାଣିରେ ଅଧିକାଂଶ ଧାନ ଗଛ ପାଣିରେ ପଡିଯାଇଛି l ପାଚିଲା ଧାନ ସବୁ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ବାତ୍ୟା ମୋନ୍ଥା ଚାଷୀଙ୍କୁ ଦୁଃଖ ଦେଇଗଲା ବୋଲି ଚାଷୀକୁଳ ମହଲରେ ଆଲୋଚନା ହେଉଛି । ପ୍ରକାଶ ଯୋଗ୍ୟ ଏହି ବ୍ଲକରେ ୧୨ ହଜାର ୮୭୬ ହେକ୍ଟର ଚାଷ ଜମିରୁ ୮ ହଜାର ୪୭୮ ହେକ୍ଟର ଜମିରେ ଧାନ ଚାଷ ହେଉଅଛି । ଚଳିତ ବର୍ଷ ଅଭାବୀ ସାର ବିକ୍ରି ଯୋଗୁ ଅଧିକାଂଶ ଚାଷୀ ସାର ନ ପାଇ ହଇରାଣ ହୋଇଥିବା ବେଳେ ଚଳିତ ବର୍ଷ ବାତ୍ୟା ଦାଉ ସାଧିଲା ବୋଲି ଲକ୍ଷ୍ମୀପୁର ଅଞ୍ଚଳର ଜଣେ ଚାଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିବାକୁ ପୂର୍ବତନ ସରପଞ୍ଚ ତଥା ଚାଷୀ ନେତା ଦିଲ୍ଲୀପ କୁମାର ଛୋଟରାଏ ଦାବି କରିଛନ୍ତି ।
Dharitri – The Largest & Most Trusted Odia Daily
\


