RIP Manoj Kumar: ଏହି ଫିଲ୍ମ ଦେଖି ନିଜ ନାଁ ବଦଳାଇଦେଇଥିଲେ ମନୋଜ କୁମାର, ଅସଲ ନାଁ ଥିଲା…

ମୁମ୍ବାଇ,୪।୪: ପ୍ରସିଦ୍ଧ ଅଭିନେତା ମନୋଜ କୁମାରଙ୍କର ମୁମ୍ବାଇରେ ପରଲୋକ ହୋଇଛି। ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନୋଜ କୁମାରଙ୍କ ଶେଷକୃତ୍ୟ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ କରାଯିବ। ମନୋଜ କୁମାର ଜଣେ କିମ୍ବଦନ୍ତୀ ନାୟକ ଥିଲେ। ସେ ପରଦାରେ ଅନେକ ସୁପରହିଟ୍‌ ଚରିତ୍ରରେ ଅଭିନୟ କରିଥିଲେ। ମନୋଜ କୁମାର ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିଥିଲେ ଏବଂ ସେ ଦେଶାତ୍ମବୋଧକ ଚଳଚ୍ଚିତ୍ର ନିର୍ମାଣ କରିବାରେ ପ୍ରଥମ ବଲିଉଡ ଅଭିନେତା ହୋଇଥିଲେ। ଦେଶାତ୍ମବୋଧକ ଚଳଚ୍ଚିତ୍ର ପାଇଁ ଭାରତ କୁମାର ନାମରେ ପ୍ରସିଦ୍ଧ ମନୋଜ କୁମାରଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ମନୋଜ କୁମାରଙ୍କ ଜନ୍ମ ୨୪ ଜୁଲାଇ ୧୯୩୭ରେ ପାକିସ୍ତାନର ଆବୋଟାବାଦରେ ହୋଇଥିଲା। ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନରୁ ଦିଲ୍ଲୀ ଆସିଥିଲେ। ତାଙ୍କ ସମଗ୍ର ପରିବାରକୁ ଭାରତରେ ଶରଣାର୍ଥୀ ଶିବିରରେ ଦୀର୍ଘ ସମୟ ବିତାଇବାକୁ ବାଧ୍ୟ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ତାଙ୍କ ସାନ ଭାଇକୁ ମଧ୍ୟ ହରାଇଥିଲେ। ସେ ବଡ଼ ହେବାପରେ ଏହି କ୍ରୋଧ ଏବଂ ଯନ୍ତ୍ରଣାକୁ ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ରରେ ଏପରି ଭାବରେ ରୂପ ଦେଇଥିଲେ ଲୋକମାନେ ତାଙ୍କ ପ୍ରକୃତ ନାମ ମଧ୍ୟ ଭୁଲିଗଲେ। ମନୋଜ କୁମାରଙ୍କର ପ୍ରକୃତ ନାମ ହରିକୃଷ୍ଣ ଗିରି ଗୋସ୍ବାମୀ କିନ୍ତୁ ସେ ଚଳଚ୍ଚିତ୍ର ପ୍ରତି ଏତେ ଆଗ୍ରହୀ ଥିଲେ ଯେ ଦିଲୀପ କୁମାରଙ୍କ ଚଳଚ୍ଚିତ୍ର ଶବନମ ପରେ ସେ ତାଙ୍କ ନାମକୁ ମନୋଜ କୁମାର ରଖିଥିଲେ। ଦିଲୀପ କୁମାରଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ତାଙ୍କର ନାମ ରଖିଥିଲେ। ଏହା ପରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ।

କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମୀ ଫିଲ୍ମ ପାଇଁ ପ୍ରଶଂସକମାନେ ତାଙ୍କୁ ଭାରତ କୁମାର ବୋଲି ଡାକୁଥିଲେ। ମନୋଜ କୁମାରଙ୍କୁ ପଦ୍ମଶ୍ରୀ, ଦାଦାସାହେବ ଫାଲକେ ପୁରସ୍କାର ସହିତ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ୧୯୫୭ ମସିହାରେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ମନୋଜ କୁମାର ୧୯୫୬ ମସିହାରେ ରାତାରାତି ଷ୍ଟାର ହୋଇଗଲେ। ଶହୀଦ ଚଳଚ୍ଚିତ୍ରରେ ଭଗତ ସିଂହଙ୍କ ଭୂମିକା ନିଭାଇବା ପରେ ତାଙ୍କୁ ସବୁଠି ପ୍ରଶଂସା କରାଯାଇଥିଲା। ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?