ଭବିଷ୍ୟତର ଇନ୍ଧନ

ଜୋର୍ଗ ହାସ୍‌

ଆଜିକାଲି ସବୁଜ ଉଦ୍‌ଜାନର ଆଦର ଢେର ବଢିଛି। ଗତ ବର୍ଷ ନଭେମ୍ବରରେ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୭) ରେ ଜର୍ମାନୀ ଚାନ୍‌ସେଲର ଓଲ୍‌ଫ ସ୍କୋଲୋଜ ଘୋଷଣା କରିଥିଲେ ଯେ,ସବୁଜ ଉଦ୍‌ଜାନ ମାର୍କେଟ ବିକାଶରେ ତାଙ୍କ ଦେଶ ୪ ବିଲିୟନ ୟୁରୋ (୪.୩ ବିଲିୟନ ଆମେରିକୀୟ ଡଲାର)ରୁ ଅଧିକ ନିବେଶ କରିବ। ଆମେରିକାରେ ଜୋ ବାଇଡେନ୍‌ଙ୍କ ପ୍ରଶାସନର ଇନ୍‌ଫ୍ଲେସନ ରିଡକ୍‌ସନ ଆକ୍ଟର ଏକ ପ୍ରମୁଖ ଅଂଶ ଭାବେ ବି ରହିଛି ସବୁଜ ଉଦ୍‌ଜାନ । ଉକ୍ତ ଆକ୍ଟରେ ଅକ୍ଷୟଶକ୍ତି ପାଇଁ ସବ୍‌ସିଡି ଯୋଗାଇଦେବା ପ୍ରାବଧାନ ରହିଛି। ଚାଇନା ମଧ୍ୟ ସବୁଜ ଉଦ୍‌ଜାନ ଉପତ୍ାଦନ ଲାଗି ଆବଶ୍ୟକ ଇଲେକ୍ଟ୍ରୋଲିସିସ୍‌ରେ ଅତ୍ୟଧିକ ନିବେଶ କରୁଛି। ଅଷ୍ଟ୍ରେଲିଆର ବୃହତ୍‌ ମାଇନିଂ କର୍ପୋରେଶନ ପୋର୍ଟେସ୍କ ଏହାକୁ ନେଇ ଏକ ବହୁ କୋଟି ଡଲାରର ଶିଳ୍ପ ହୋଇପାରିଛି।
ଆଲୋଚନା ଓ ବିଜ୍ଞାପନ ମାଧ୍ୟମରେ ସବୁଜ ଉଦ୍‌ଜାନ ଟେକ୍‌ନୋଲୋଜିକୁ ଏଭଳି ସ୍ତରରେ ପହଞ୍ଚାଯାଇଛି ଯେ, ଅନେକ ପରିବେଶକର୍ମୀ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ସ୍ବଚ୍ଛ ଉଦ୍‌ଜାନ ଦ୍ୱାରା ପ୍ରାକୃତିକ ବାଷ୍ପ ଓ ଆଣବିକ ଶକ୍ତିରୁ ଯଥାକ୍ରମେ ଉପତ୍ାଦିତ ବ୍ଲୁ ଓ ପିଙ୍କ୍‌ ହାଇଡ୍ରୋଜେନକୁ ସମ୍ପୂର୍ଣ୍ଣ ଦୂର କରାଯାଇପାରିବ କିି? ମହାକାଶ ପର୍ଯ୍ୟଟନ ଓ ହାଇପର୍‌ସୋନିକ ବିମାନ ଭଳି ଅର୍ଥହୀନ କାର୍ଯ୍ୟକଳାପ ପରି ସ୍ବତନ୍ତ୍ର ଭାବେ ନୂଆ ଟେକ୍‌ନୋଲୋଜି ବିକାଶ କରିବାକୁ ଏହା ଏକ ପ୍ରୟାସ କି? ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇର ବାହାନା କରି ଭବିଷ୍ୟତରେ ଗରିବ ଦେଶଗୁଡ଼ିକର ଜଳ ଓ ଜମିର ସଂସାଧନଗୁଡ଼ିକୁ ନେଇ ବିଶ୍ୱ ମାର୍କେଟରେ ବିକ୍ରି କରିବାର ଏହା ଏକ ପ୍ଲାଟ୍‌ଫର୍ମ ହେବ କି? ହଁ, ଏସବୁ ହୋଇପାରେ। ଆମେ ଏହାକୁ ଯଦି ଠିକ୍‌ ଭାବେ ସଞ୍ଚାଳନ ନ କରିବା , ତେବେ ବିଶ୍ୱ ଦେଖୁଥିବା ସବୁଜ ଉଦ୍‌ଜାନର ସ୍ବପ୍ନ ଏକ ଦୁଃସ୍ବପ୍ନ ହୋଇଯିବ। ତଥାପି ଜଳବାୟୁକୁ ନଷ୍ଟ କରୁଥିବା ଜୀବାଶ୍ମ ଇନ୍ଧନ ଠାରୁ ଆରମ୍ଭ କରି ଶତପ୍ରତିଶତ ଅକ୍ଷୟଶକ୍ତି ଉପରେ ଆଧାରିତ ପରିବେଶ ସହନୀୟ ଢାଞ୍ଚାଗୁଡ଼ିକ ଲାଗି ଉଦ୍ଦିଷ୍ଟ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ସଞ୍ଚାଳନର ଏହା ଏକ ଆଧାରଶିଳା ହେବା ଅପରିହାର୍ଯ୍ୟ। ଏଭଳି ଅସ୍ପଷ୍ଟ ସ୍ଥିତିକୁ ଗ୍ରହଣ କରିବା କଷ୍ଟ ହୋଇପାରେ, ହେଲେ ଜଳବାୟୁ ଜନିତ ବିଧ୍ୱଂସକ ସ୍ଥିତିକୁ ରୋକିବାରେ ଏହାର ଜରୁରୀ ଆବଶ୍ୟକତା କିଛି କମ୍‌ ନୁହେଁ।
ଉଦ୍‌ଜାନର ଅନେକ ସମ୍ଭାବିତ ଉପଯୋଗିତାକୁ ନେଇ କେତେଜଣ ପ୍ରତିଷ୍ଠିତ ବିଶେଷଜ୍ଞ ଆକଳନ କରିଛନ୍ତି ଯେ, ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ବିଶ୍ୱସ୍ତରରେ ବ୍ୟବହୃତ ଶକ୍ତିରେ ୨୦-୩୦% ଯାଏ ସବୁଜ ଉଦ୍‌ଜାନର ଯୋଗଦାନ ରହିବ। କିନ୍ତୁ ଏହା ସବୁଠୁ ପ୍ରଭାବୀ ବିକଳ୍ପ ହେବା ଜରୁରୀ ନୁହେଁ। ଉଦାହରଣସ୍ବରୂପ, ସବୁଜ ଉଦ୍‌ଜାନ ଇନ୍ଧନ ସେଲ୍‌ କିମ୍ବା ଇ-ଫୁଏଲ ଦ୍ୱାରା କାର୍‌ ଓ ଟ୍ରକ୍‌ଗୁଡ଼ିକର ଘଣ୍ଟାପ୍ରତି ବେଗ ଯାହା ରହିବ ବୈଦ୍ୟୁତିକ ବ୍ୟାଟେରିରୁ ବହୁତ କମ୍‌ କିଲୋଓ୍ବାଟର ଅକ୍ଷୟ ଶକ୍ତିରେ ତାହା ସମ୍ଭବ ହୋଇପାରିବ। ସେହିପରି ଭାବେ ଗ୍ୟାସ୍‌ ବଏଲରକୁ ଉଦ୍‌ଜାନରେ ପରିଣତ କରିବା ଅପେକ୍ଷା ହିଟ୍‌ ପମ୍ପ ବ୍ୟବହାର କରିବା ଅଧିକ ପ୍ରଭାବୀ ହେବ। କିନ୍ତୁ ବହୁ ଗୁରୁତ୍ୱପୂର୍ଣ୍ଣ ସେକ୍ଟର ଯଥା ଶିପିଂ ଏବଂ ବିମାନ ଚଳାଚଳ, କେମିକାଲ ଏବଂ ଇସ୍ପାତ ଶିଲ୍ପଗୁଡ଼ିକରେ ସବୁଜ ଉଦ୍‌ଜାନ ବଦଳରେ କାର୍ବନ ନିର୍ଗମନ କରୁ ନ ଥିବା ଅକ୍ଷୟଶକ୍ତିର ବିକଳ୍ପଗୁଡ଼ିକ ରହିଛି। ଏହା ସତ୍ତ୍ୱେ ବି ୨୦୫୦ ସୁଦ୍ଧା କାର୍ବନ ନିର୍ଗମନର ଶୂନ୍ୟସ୍ତର ହାସଲ କରିବା ଲାଗି ଅନେକ ଶିଳ୍ପ ସ୍ପଷ୍ଟତଃ ଅତ୍ୟଧିକ ପରିମାଣର ସ୍ବଚ୍ଛ ଉଦ୍‌ଜାନ ଆବଶ୍ୟକ କରିବେ। ଏଥିରେ ଥିବା ଆହ୍ବାନଗୁଡ଼ିକୁ ଦର୍ଶାଇବାକୁ ଯାଇ ବ୍ଲମ୍‌ବର୍ଗ ନ୍ୟୁ ଏଜର୍ନି ଫାଇନାନ୍ସର ପ୍ରତିଷ୍ଠାତା ମାଇକେଲ ଲିବ୍ରିକ୍‌ ନିକଟରେ ଆକଳନ କରିଛନ୍ତି ଯେ, ଜୀବାଶ୍ମ ଇନ୍ଧନରୁ ଉପତ୍ାଦିତ ଖରାପ ଉଦ୍‌ଜାନକୁ ଦୂର କରିବା ଲାଗି ଏବେ ବିଶ୍ୱରେ ଥିବା ପବନ ଓ ସୌରଶକ୍ତିର ୧୪୩% ଆବଶ୍ୟକ ହେବ। ଆର୍ଥିକ ଓ ଶିଳ୍ପ ଦୃଷ୍ଟିରୁ ଦୁର୍ବଳ ଲାଟିନ ଆମେରିକା, ଏସିଆ ଓ ଆଫ୍ରିକାର ବହୁ ଦେଶରେ ଉପଲବ୍ଧ ପର୍ଯ୍ୟାପ୍ତ ସୌର ଓ ପବନ ଶକ୍ତି ସେମାନଙ୍କୁ ଖୁବ୍‌ କମ୍‌ ଖର୍ଚ୍ଚରେ ସବୁଜ ଉଦ୍‌ଜାନ ଉପତ୍ାଦନ କରିବାକୁ ସକ୍ଷମ କରାଇଛି। ନାମ୍ବିଆ ଭଳି କେତେକ ଦେଶ ଏଭଳି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସ୍ଥିତିକୁ ଲକ୍ଷ୍ୟ କରି ସେମାନଙ୍କ ଶିଳ୍ପ ବିକାଶ ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ପ୍ରଶ୍ନ ହେଉଛି ସବୁଜ ଉଦ୍‌ଜାନ ଓ ଏଥିରୁ ଉପତ୍ନ୍ନ ଜିନିଷସବୁ ନେଇ ଅନ୍ତର୍ଜାତୀୟ ବାଣିଜ୍ୟ ବା ଶିଳ୍ପ କିିଭଳି ସମୃଦ୍ଧିର ପଥ ହୋଇପାରିବ। ଏହା ପରିବେଶ ଉପଯୋଗୀ ଏବଂ ମୁକ୍ତ ଶିଳ୍ପ ବୋଲି ବିକାଶଶୀଳ ଦେଶଗୁଡ଼ିକ କେମିତି ନିଶ୍ଚିତ ହେବେ।
ଚିଲି, ଆର୍ଜେଣ୍ଟିନା, ବ୍ରାଜିଲ, କଲମ୍ବିଆ, ଦକ୍ଷିଣ ଆଫ୍ରିକା, ମରୋକୋ ଏବଂ ଟ୍ୟୁନିସିଆରେ ହୋଇଥିବା ଅନେକ ଆଲୋଚନା ଏବଂ ଅନୁଧ୍ୟାନରେ ଏହିସବୁ ପ୍ରଶ୍ନ ବହୁବାର ଉଠିଛି। ହେନ୍‌ରିଚ ବୋଲ୍‌ ଫାଉଣ୍ଡେସନ ଏବଂ ବ୍ରେଡ ଫର୍‌ ଓ୍ବାଲର୍‌ଡ ଦ୍ୱାରା ପ୍ରସ୍ତୁତ ନୂତନ ରିପୋର୍ଟ ସବୁଜ ଉଦ୍‌ଜାନ ସ୍ବପ୍ନ ଯେଭଳି ଦୁଃସ୍ବପ୍ନ ନ ହୁଏ ସେଥିପାଇଁ ଉକ୍ତ ସେକ୍ଟରକୁ ବିକାଶ କରିବାକୁ ଆଞ୍ଚଳିକଭିତ୍ତିରେ ଯୋଜନା କରିବା ସହ ମାନକ ଓ ନୀତିଗୁଡ଼ିକ ସ୍ପଷ୍ଟ କରିବା ଦରକାର ବୋଲି କହିଛି। ଏହାସହ ସ୍ଥାନୀୟ ସମୁଦାୟମାନଙ୍କର ଯୁକ୍ତିଯୁକ୍ତ ମତାମତର ପ୍ରାଥମିକତା ବଜାୟ ରଖାଯିବା ଦରକାର। ଜୀବାଶ୍ମ ଇନ୍ଧନ ପର ଅବସ୍ଥାରେ ବିକାଶ ଏବଂ ସହନୀୟ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ସବୁ ସରକାର ମହତ୍ତ୍ୱପୂର୍ଣ୍ଣ ଓ ବାସ୍ତବବାଦୀ ଶିଳ୍ପ ରଣନୀତି ଗଢିବା ଆବଶ୍ୟକ। ପରିବେଶ ସହନୀୟ ବିକାଶ ଏବଂ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଗ୍ରହଣ କରାଯାଉଥିବା ବ୍ୟବସ୍ଥିତ ପଦକ୍ଷେପରେ ଏହି ରଣନୀତିଗୁଡ଼ିିକୁ ସନ୍ନବେଶିତ କରିବା ଉଚିତ। ଶେଷରେ ଭବିଷ୍ୟତର ଇନ୍ଧନ ସବୁଜ ଉଦ୍‌ଜାନକୁ କିଭଳି ବ୍ୟବହାର କରାଯିବ ତାହା ଉପରେ ବିଚାର କରିବା ଦରକାର।
ଏସବୁ ଆପଣାଛାଏଁ ହେବ ନାହିଁ । ଏକ ସହନୀୟ ଭବିଷ୍ୟତ ପାଇଁ ଲୋଡ଼ା ଏକ ରାଜନୈତିକ ଇଚ୍ଛଶକ୍ତି। ଏହା ଲାଗି ଆବଶ୍ୟକ ନେତୃତ୍ୱ ଓ ସହଯୋଗ। ସବୁଜ ଉଦ୍‌ଜାନଭିତ୍ତିକ ମୁକ୍ତ ଓ ପରିବେଶ ଉପଯୋଗୀ ବାଣିଜ୍ୟ ପାଇଁ ବହୁ ଦେଶ ସାହାଯ୍ୟ କରିବେ, ଏହା ହିଁ ହେବ ବାସ୍ତବତା। ଉଦାହରଣସ୍ବରୂପ ନାମ୍ବିିଆ, ଚିଲି, କଲମ୍ବିଆ ଏବଂ ବ୍ରାଜିଲରେ ଏକ ଦୃଢ ପରିବେଶଗତ ଓ ସାମାଜିକ ମାନକ ଦ୍ୱାରା ସବୁଜ ଉଦ୍‌ଜାନ ଉପତ୍ାଦନରେ ସନ୍ତୁଳନ ଆଣିବା ପାଇଁ ଉପଯୁକ୍ତ ରାଜନୈତିକ ସ୍ଥିତି ରହିଛି। ଆବଶ୍ୟକ ପଡ଼ିଲେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଏହି ତାଲିକାରେ ସାମିଲ ହୋଇପାରନ୍ତି। ସବୁଜ ଉଦ୍‌ଜାନ ବ୍ୟବହାର ଓ ଆମଦାନୀ କରିବାରେ ପ୍ରମୁଖ ଦେଶ ଭାବେ ଜର୍ମାନୀ ଏକ ଦୃଢ ପରିବେଶଗତ ଓ ସାମାଜିକ ମାନଦଣ୍ଡ ଆଧାରରେ ଉପତ୍ାଦନକାରୀ ଦେଶଗୁଡ଼ିକ ସହ ଏକ ଭାଗୀଦାରି ପ୍ରତିଷ୍ଠା କରିପାରିବ।
ଜର୍ମାନୀର ପ୍ରଗତିଶୀଳ ସରକାରକୁ ଦେଖିଲେ ଏହାର ଦୀର୍ଘମିଆଦୀ ସହଯୋଗୀଙ୍କ ସହ କେବଳ ସଂସାଧନ ଯୋଗାଣରେ ଜଡ଼ିତ ନ ରହି ସହନୀୟ ଓ ସମାବେଶୀ ସମୃଦ୍ଧିର ଯାତ୍ରାରେ ସେମାନଙ୍କ ପଛରେ ଏହା ଚାଲିବ ବୋଲି ଆଶା । ଜର୍ମାନୀ ଓ ଅନ୍ୟ ଶକ୍ତି ଆମଦାନିକାରୀ ଦେଶଗୁଡ଼ିକ ରପ୍ତାନିକାରୀ ଦେଶମାନଙ୍କ ଆଞ୍ଚଳିକ ଦୃଷ୍ଟିକୋଣ ଓ ରଣନୀତିଗତ ପଦକ୍ଷେପକୁ ସମର୍ଥନ କରିବା ଉଚିତ। ଏହିପରି ଅନ୍ତର୍ଜତୀୟ ସ୍ତରରେ ମୁଣ୍ଡଟେକୁଥିବା କୁହାଯାଉଥିବା ସବୁଜ ଉଦ୍‌ଜାନ ଶିଳ୍ପ ବିକଶିତ ଦେଶ ଓ ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ଏକ ନୂଆ, ନ୍ୟାୟସଙ୍ଗତ ବାଣିଜି୍ୟକ ସମ୍ପର୍କର ଅଗ୍ରଦୂତ ହୋଇପାରିବ। ଭବିଷ୍ୟତ ସୁରକ୍ଷା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ ଓ ଏଥିପାଇଁ ଅକ୍ଷୟଶକ୍ତି ମୁଖ୍ୟ ଭୂମିକା ନେବ।
ଇଣ୍ଟରନ୍ୟାଶନାଲ ପଲିଟିକ୍ସର ମୁଖ୍ୟ,
ହେନ୍‌ରିଚ୍‌ ବୋଲ୍‌ ଫାଉଣ୍ଡେଶନ, ଜର୍ମାନୀ


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?