Posted inଜାତୀୟ

ରାଇଟ୍‌ ଟୁ ଫରଗଟନ: ପାରିବାରିକ ମାମଲାରେ ପରିଚୟ ହଟାଇବାକୁ ନିଦ୍ଦେଶ ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୨ : ଭୁଲିଯିବା ଅଧିକାର(ରାଇଟ୍‌ ଟୁ ଫରଗଟନ) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ କେରଳ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ପରିବାର ତଥା ବିବାହ ସମ୍ବନ୍ଧୀୟ ମାମଲା ସମ୍ବନ୍ଧରେ ମକଦ୍ଦମାକାରୀଙ୍କ ବ୍ୟକ୍ତିଗତ ସୂଚନା ମକଦ୍ଦମାକାରୀଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ୱେବସାଇଟରେ ପ୍ରକାଶ କରାଯାଇପାରିବ ନାହିଁ।

ଗୋପନୀୟତା ଅଧିକାର ଆଧାରରେ ବ୍ୟକ୍ତିଗତ ସୂଚନାର ସୁରକ୍ଷା ଦାବି ଖୋଲା ନ୍ୟାୟ ବ୍ୟବସ୍ଥାରେ ସହ-ରହିପାରିବ ନାହିଁ ବୋଲି ସ୍ବୀକାର କରି କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିବାହ ବନ୍ଧନରେ ଆବଦ୍ଧ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଆଇନ ଓପନ କୋର୍ଟ ବ୍ୟବସ୍ଥାକୁ ସ୍ବୀକୃତି ଦେଇ ନଥାଏ। ବ୍ୟକ୍ତିଗତ ପରିଚୟ ଲୁଚାଇବାକୁ ଅନୁମତି ପ୍ରଦାନ କରିଥାଏ।

ଜଷ୍ଟିସ ଏ.ମହମ୍ମଦ ମୁସ୍ତାକ ଏବଂ ଶୋବା ଅନ୍ନମ୍ମା ଏପେନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସଂକ୍ଷେପରେ ଏହା କୁହାଯାଇପାରେ ଯେ ଗୋପନୀୟତା ଅଧିକାର ଆଧାରରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଦାବି ଏକ ଓପନ ଅଦାଲତରେ ରହିପାରିବ ନାହିଁ।

ଖଣ୍ଡପୀଠ କହିଛନ୍ତି,ବର୍ତ୍ତମାନର ପ୍ରକ୍ରିୟାରେ  ଭୁଲିଯିବାର ଅଧିକାର ଦାବି କରାଯାଇପାରିବ। ତେବେ ଏପରି ଅଧିକାରର କାରଣ ଦର୍ଶାଇବାକୁ ପଡିବ। ଏହା ସତ୍ତ୍ୱେ କୋର୍ଟ କହିଛନ୍ତି ଯେ ମାମଲାର ସତ୍ୟତା ଏବଂ ପରିସ୍ଥିତି ତଥା ଅପରାଧ କିମ୍ବା ଅନ୍ୟ କୌଣସି ମକଦ୍ଦମା ସହ ଜଡିତ ମାମଲାକୁ ଦୃଷ୍ଟିରେ ରଖି କୋର୍ଟ ଉପରୋକ୍ତ ଅଧିକାର ଅର୍ନ୍ତଗତ ବ୍ୟକ୍ତିଗତ ସୂଚନାକୁ ଅନୁମତି ଦେଇପାରନ୍ତି। ସର୍ଚ୍ଚ ଇଞ୍ଜିନ ଦ୍ୱାରା ଆକସେସ କରିବାକୁ ଏହାକୁ ଅପସାରଣ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?