Posted inଖେଳ

ମ୍ୟାଚ୍‌ ଦେଖିବାକୁ ଆସିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ, ୨୮।୭: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ମହାନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଡ଼ିଆରେ ଛକା-ଚୌକା ମାରି ବୋଲରଙ୍କୁ ଧରାଶାୟୀ କରିଥିବା ପଣ୍ଟିଂଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ନିଆରା। ଏହି ପଡ଼ିଆରୁ ହିଁ ପଣ୍ଟିଂଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ପ୍ରତିପକ୍ଷ ବୋଲରଙ୍କ ପାଇଁ ଜଣେ ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ ପାଲଟିଥିବା ପଣ୍ଟିଂଙ୍କୁ କିନ୍ତୁ ମ୍ୟାଚ୍‌ ଦେଖିବାକୁ ଆସିଥିବା ଯୁବତୀ କ୍ଲିନ ବୋଲ୍ଡ କରିଦେଇଥିଲେ।


୨୦୦୮ରେ ପଣ୍ଟିଂ ବାନ୍ଧବୀ ରିୟାନା କାଣ୍ଟରଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ପଣ୍ଟିଂ ପ୍ରଥମ ଥର ଲାଗି ରିୟାନାଙ୍କୁ ପଡ଼ିଆରେ ହିଁ ଦେଖିଥିଲେ। ସେତେବେଳେ ୨୦୦୨ରେ ରିୟାନା ତାଙ୍କ ଭାଇଙ୍କ ସହ ମ୍ୟାଚ୍‌ ଦେଖିବାକୁ ମେଲବୋର୍ନ ଷ୍ଟାଡିୟମକୁ ଆସିଥିଲେ। ଅପରପକ୍ଷରେ ପଣ୍ଟିଂଙ୍କ ପରିବାର ମଧ୍ୟ ସେହି ମ୍ୟାଚ୍‌ ଦେଖିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ମ୍ୟାଚ୍‌ ମଝିରେ ଯେତେବେଳେ ବ୍ରେକ୍‌ ହୋଇଥିଲା ପଣ୍ଟିଂ ପରିବାର ଲୋକଙ୍କୁ ଭେଟିବା ଲାଗି ଦର୍ଶକ ଗ୍ୟାଲେରୀକୁ ଆସିଥିଲେ। ସେହିଠାରେ ହିଁ ସେ ପ୍ରଥମେ ରିୟାନାଙ୍କୁ ଦେଖିଥିଲେ। ଆଉ ପ୍ରଥମ ଦେଖାରେ ରିୟାନାଙ୍କୁ ମନ ଦେଇ ବସିଥିଲେ। ଏହାପରେ ପଣ୍ଟିଂ ରିୟାନାଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ଯେତେବେଳେ ଜାଣିଲେ ଯେ ରିୟାନା ଜଣେ ଲ’ର ଛାତ୍ରୀ ତେଣୁ ତାଙ୍କୁ ସାକ୍ଷାତ୍‌ କରିବାକୁ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ ଯାଇଥିଲେ। ଏହା ଦେଖି ରିୟାନା ବିଶ୍ୱାସ କରିପାରି ନ ଥିଲେ ଏବଂ ପଣ୍ଟିଂଙ୍କ ପ୍ରପୋଜକୁ ସ୍ବୀକାର କରିନେଇଥିଲେ। ଏହିଠାରୁ ହିଁ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏହାପରେ ପଣ୍ଟିଂଙ୍କ ସହ ରିୟାନା କେବଳ ଯେ ବିଦେଶ ଭ୍ରମଣ କରି ନ ଥିଲେ, ବରଂ ବିଭିନ୍ନ କ୍ରିକେଟ୍‌ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲେ। ୨୦୦୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପଣ୍ଟିଂ ବର୍ତ୍ତମାନ ୩ଟି ସନ୍ତାନର ବାପା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?