Posted inଖେଳ

ଭାରତୀୟ ପିଚ୍‌ର ସମାଲୋଚନାକୁ ରିଚାଡର୍‌ସଙ୍କ ବିରୋଧ

ନୂଆଦିଲ୍ଲୀ,୨।୩ (ପି.ଟି.): ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ କ୍ରମାଗତ ଦୁଇଟି ଟେଷ୍ଟରେ ପରାସ୍ତ ହେବା ପରେ ଭାରତୀୟ ପିଚ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଇଂଲଣ୍ଡର କେତେକ ପୂର୍ବତନ ଓ ଏବେକାର କ୍ରିକେଟ ଏ ନେଇ ବିଳାପ କରୁଛନ୍ତି। ତେବେ ଏହାକୁ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଲିଜେଣ୍ଡ ଭିଭିଆନ ରିଚାଡର୍‌ସ ନାପସନ୍ଦ କରିବା ସହ କଡ଼ା ସମାଲୋଚନା କରିଛନ୍ତି। ପିଚ୍‌କୁ ନେଇ ଚାଲିଥିବା ବିଳାପ ତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ବୋଲି ସେ କହିଛନ୍ତି।
ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ଭନ ଓ ବ୍ରିଟେନର ଗଣମାଧ୍ୟମଗୁଡ଼ିକ ମୋଟେରାର ଟର୍ନିଂ ଟ୍ରାକ୍‌କୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଏକଦା ଇଂଲଣ୍ଡରେ ସିମିଂ ଟ୍ରାକ ବନା ଯାଉଥିଲା ଓ ଗୁଡ୍‌ ଲେନ୍ଥ ସ୍ପଟ୍‌ ହିଁ ବଲ୍‌ ଜମ୍ପ କରୁଥିଲା। ସେତେବେଳେ ବ୍ୟାଟ୍ସମ୍ୟାନମାନେ ଏହି ଟ୍ରାକରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ କେବେ ବି କୌଣସି ଦଳ ଅଭିଯୋଗ କରି ନ ଥିଲେ। ଭାରତରେ ଖେଳିବାକୁ ହେଲେ ସ୍ପିନ୍‌କୁ ଭଲଭାବେ ସାମ୍ନା କରିବାରୁ କଳା ଶିକ୍ଷା କରିବାକୁ ହୋଇଥାଏ। କିନ୍ତୁ ଇଂଲଣ୍ଡ ଏହି ଗସ୍ତରେ ସ୍ପିନ୍‌କୁ ଖେଳିବା ନେଇ ହୋମ୍‌ଓ୍ବାର୍କ କରିନାହିଁ ବୋଲି ରିଚାଡର୍‌ସ କହିଛନ୍ତି।
ଟେଷ୍ଟ ଫର୍ମାଟ୍‌ରେ ଜଣେ ଖେଳାଳି କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ତେଣୁ ସ୍ପିନ୍‌କୁ ଖେଳିବା ମଧ୍ୟ ଏକ ବଡ଼ ପରୀକ୍ଷା। ଭାରତ ଗସ୍ତରେ ଗଲେ ସ୍ପିନ୍‌ ଖେଳିବାକୁ ହୋଇଥାଏ। ତେଣୁ ଏଥିପାଇଁ ପ୍ରସ୍ତୁତିର ଆବଶ୍ୟକତା ରହିଥାଏ। ଇଂଲଣ୍ଡ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା। ତେବେ ଏହାପରେ ଇଂଲଣ୍ଡକୁ ନିୟନ୍ତ୍ରଣକୁ ଆଣିବାର ସଫଳ ହୋଇଥିଲା। ସ୍ପିନ୍‌ ମଧ୍ୟ କ୍ରିକେଟର ଏକ ଅଂଶ ବୋଲି ସେ କହିଛନ୍ତି। ଭାରତୀୟ ଦ୍ରୁତ ବୋଲରମାନେ ମଧ୍ୟ ଗତ କେତେବର୍ଷ ହେବ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେଣୁ ଇଂଲଣ୍ଡ ଦଳକୁ ଆହୁରି ଭଲ ଭାବେ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ବୋଲି ରିଚାଡର୍‌ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri