ଧନୀ ଟିକସ

ଚଳିତ ବର୍ଷ ବ୍ରାଜିଲ ଜି୨୦ରେ ଅଧ୍ୟକ୍ଷତା କରିବା ସହ ନଭେମ୍ବର ୧୮-୧୯ ରିଓ ଦ ଜେନିରୋରେ ସମ୍ମିଳନୀ ଆୟୋଜନ କରୁଛି। ଏହା ପୂର୍ବରୁ ଜୁଲାଇ ୨୫ ଓ ୨୬ ତାରିଖରେ ରିଓରେ ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ଶେଷ ହୋଇଛି। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଜଳବାୟୁ ସଙ୍କଟର ମୁକାବିଲା କରିବା ପାଇଁ ଅତି ଧନୀ ବ୍ୟକ୍ତିବିଶେଷମାନେ ସେମାନଙ୍କ ସମ୍ପତ୍ତିର ଅତିକମ୍‌ରେ ୨% ଟିକସ ଆକାରରେ ଦେବା ଲାଗି ପ୍ରସ୍ତାବ ଅଣାଯାଇଥିଲା। ଏହା ଉପରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ କୌଣସି ଚୁକ୍ତିନାମା ହୋଇପାରିନାହିଁ। ଏହାକୁ ଆମେରିକା ଓ ଜର୍ମାନୀ ବିରୋଧ କରିଥିଲେ। ଫ୍ରାନ୍ସ ଅର୍ଥନୀତିଜ୍ଞ ଗାବ୍ରିଏଲ ଜୁକମ୍ୟାନଙ୍କ ରିପୋର୍ଟ ମୁତାବକ ବିଶ୍ୱରେ ୩୦୦୦ ଅତି ଧନୀ ବ୍ୟକ୍ତିବିଶେଷ ଏବେ ମାତ୍ର ୦.୨% ଟିକସ ଦେଉଛନ୍ତି। ଯଦି ୨% ଟିକସ ଆଦାୟ ହୁଏ ତେବେ ୨୦୦-୨୫୦ ବିଲିୟନ ଡଲାର ସଂଗୃହୀତ ହୋଇପାରିବ। ରିଓ ବୈଠକର ଟିକସ ପ୍ରସ୍ତାବକୁ କେନ୍ଦ୍ରକରି ଭାରତରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ପଚାରିଛି ଧନୀଙ୍କର ସମ୍ପତ୍ତି ଟିକସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧାରଣା ଓ ମତାମତ କ’ଣ । ଜି୨୦ରେ ଭାରତ ଏହି କରକୁ ସମର୍ଥନ କରିବ ନା ବିରୋଧ କରିବ, ସେ ସମ୍ପର୍କରେ ଦେଶକୁ ପ୍ରଧାନମନ୍ତ୍ରୀ ଜଣାଇବା ଦରକାର ବୋଲି କଂଗ୍ରେସ ଦାବି କରିଛି। ବିଗତ କିଛି ବର୍ଷର ପରିସ୍ଥିତିକୁ ଦେଖିଲେ ଭାରତ ତାହାର ଆଭ୍ୟନ୍ତରୀଣ ଓ ବିଶ୍ୱ ସ୍ତରରେ ଯେଉର୍ଁ ପ୍ରକାର ଅର୍ଥନୀତିକୁ ସମର୍ଥନ କରୁଛି ସେ ସମ୍ପର୍କରେ ଆଜିର ସରକାର ଦେଶବାସୀଙ୍କୁ କୌଣସି ତଥ୍ୟ ଜଣାଉନାହାନ୍ତି। ଏହାଦ୍ୱାରା ଅନେକ ନୀତି ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେଉଛି, ଯାହାର ସିଧାସଳଖ ଅର୍ଥନୈତିକ ପ୍ରଭାବ ମଧ୍ୟବିିତ୍ତ ଏବଂ ଗରିବ ଭାରତୀୟଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଆସୁଛିି । କିନ୍ତୁ ଏହା ସମ୍ପର୍କରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିବାର କୌଣସି ପରିସ୍ଥିତି ସୃଷ୍ଟି କରାଯାଉନାହିଁ। ଅର୍ଥାତ ଭାରତ ଭଳି ଏକ ବୃହତ ଦେଶର ଟିକସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲୁକ୍କାୟିତ ଏବଂ ଅନ୍ଧକାରରେ ରହିଯାଉଛି। ଅନେକ ଦେଶରେ ବ୍ୟକ୍ତିଗତ ଆୟକର ପରିମାଣକୁ ବ୍ୟାପକ ଭାବେ ହ୍ରାସ କରାଯାଉଥିବାବେଳେ ଭାରତରେ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବହୁ ଦେଶରେ ଓ୍ବାନ୍‌ ପଏଣ୍ଟ ଟ୍ୟାକ୍ସ ଅର୍ଥାତ ଗୋଟିଏ ସ୍ଥାନରେ କର ଦେବା ପରେ ସେହି ଦେଶର ନାଗରିକଙ୍କୁ ତାଙ୍କର ଅର୍ଜିତ ଅର୍ଥରୁ ବାରମ୍ବାର ଟିକସ ଦେବାକୁ ପଡ଼େନାହିଁ। ଉଦାହରଣ ସ୍ବରୂପ, ଦରମା ଉପରେ ଲଗାଯାଉଥିବା ଟିଡିଏସ୍‌ ଏବଂ ଅନ୍ୟସବୁ ଟ୍ୟାକ୍ସ ଭରିସାରିବା ପରେ ସ୍କୁଟର କିମ୍ବା ମୋଟରସାଇକେଲ କିଣିବାକୁ ଇଚ୍ଛୁକ ନାଗରିକ ପୁନର୍ବାର ସେହି ଗାଡ଼ି କିଣିବା ପାଇଁ ଟିକସ ଦେବାକୁ ପଡ଼େନାହିଁ। ସେଥିପାଇଁ ଭାରତ ଟ୍ୟାକ୍ସ ବ୍ୟବସ୍ଥାକୁ ସବୁ ସରକାର ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଆଇନ ଏବଂ ପଦ୍ଧତି ମାଧ୍ୟମରେ ଘୋଡାଇ କରି ରଖିଛନ୍ତି।
ରିଓ ବୈଠକର ଟିକସ ପ୍ରସ୍ତାବକୁ ଜର୍ମାନୀ ଅର୍ଥମନ୍ତ୍ରୀ ଖ୍ରୀଷ୍ଟିଆନ ଲିଣ୍ଡନର ଅପ୍ରାସଙ୍ଗିକ କହିଛନ୍ତି। ଆମେରିକା ଟ୍ରେଜେରି ସେକ୍ରେଟାରି ଜାନେଟ ୟେଲେନ କହିଛନ୍ତି, ଏହି ଟିକସକୁ କାର୍ଯ୍ୟକାରୀ କରିବା କଷ୍ଟକର । ସବୁ ଦେଶକୁ ନିଜ ଦେଶର କୋଟିପତିଙ୍କ ଉପରେ ଟିକସ ଲଗାଇବାକୁ ପଡ଼ିବ। ଏହା ବିଶେଷକରି ସେହିସବୁ ଦେଶ ପାଇଁ ଉଦ୍ଦିଷ୍ଟ, ଯେଉଁଠାରେ ୦.୨% ଟିକସ ଆଦାୟ କରାଯାଉଛି। ଏଥିରେ ଅନ୍ୟତମ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଓ ଜର୍ମାନୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଶ୍ୱତାପନ ବୃଦ୍ଧିକୁ ମୁକାବିଲା କରିବା ପାଇଁ ଧନୀ ଦେଶଗୁଡ଼ିକ ୧୦୦ ବିଲିୟନ ଡଲାରର ଜଳବାୟୁ ପାଣ୍ଠି ସୃଷ୍ଟି କରିବାକୁ କପ୍‌ ୧୫ ସମ୍ମିଳନୀରେ କୁହାଯାଇଥିଲା। ସେହି ଉଦ୍ୟମ ଫସର ଫାଟିଲା। ଫଳସ୍ବରୂପ ବ୍ରାଜିଲର ବାମପନ୍ଥୀ ଲୁଇସ ଲୁଲା ସରକାର ଧନୀ ବ୍ୟକ୍ତିବିଶେଷଙ୍କ ଉପରେ ଏକ ଟିକସ ବସାଇବାର ପ୍ରସ୍ତାବ ଆଣିଛନ୍ତି। ପୂର୍ବଭଳି ଏହି ପ୍ରସ୍ତାବ ମଧ୍ୟ ବିଫଳ ହେବା ଏକପ୍ରକାର ସୁନିଶ୍ଚିତ। କାରଣ କୌଣସି ଦେଶ କିମ୍ବା ଜି ୨୦ ଭଳି ସଂଗଠନ ଏହାକୁ କାର୍ଯ୍ୟ କରାଇବାରେ ସକ୍ଷମ ନୁହନ୍ତି।
ଗୋଟିଏ ପଟେ ବୃହତ୍‌ କମ୍ପାନୀଗୁଡ଼ିକ ପରିବେଶ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବନ୍ଦ କରିଦେଇଛନ୍ତି, ଅନ୍ୟ ପଟେ ବିଶ୍ୱର ଜନସାଧାରଣ ପରିବେଶରେ ଘଟୁଥିବା କ୍ଷତିକୁ ବ୍ୟକ୍ତିଗତ ଭାବେ ପ୍ରଭାବିତ କରିପାରିବେ ନାହିଁ। ଯାହା କରିବେ ତାହା ସମୁଦ୍ରକୁ ଶଙ୍ଖେ। ଶେଷରେ କହିବାକୁ ଗଲେ ଏହି ଧନୀ ଟିକସ ଯଦି ଆସନ୍ତା ନଭେମ୍ବରର ଜି୨୦ ସମ୍ମିଳନୀରେ ମୁଖ୍ୟ ବିଷୟ ହେବ, ତେବେ ସେହି ରିଓ ବୈଠକ ସମ୍ପୂର୍ଣ୍ଣ ଭାବେ ବିଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri