ଭାରତୀୟ ଖାଦ୍ୟ ସୁରକ୍ଷାର ଆଧାର ଚାଉଳ: ରାଷ୍ଟ୍ରପତି

କଟକ ଅଫିସ,୧୨।୨: ଭାରତୀୟ ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର ଓ ଅର୍ଥନୀତିର ପ୍ରମୁଖ ଅଙ୍ଗ ହେଉଛି ଚାଉଳ। ଆମ ସଂସ୍କୃତି ଓ ଐତିହ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅକ୍ଷତ କୁହାଯାଉଥିବା ଅଭଙ୍ଗା ଚାଉଳ ପ୍ରଗତି ଓ ପୂର୍ଣ୍ଣ ଜୀବନର ପ୍ରତୀକ ଭାବେ ପରିଗଣିତ ହେଉଛି। ଶିଶୁକୁ ପ୍ରଥମ କଠିନ ଖାଦ୍ୟ ଭାବେ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ହିଁ ଦିଆଯାଏ। ତେଣୁ ଚାଉଳକୁ ପ୍ରକୃତରେ ଜୀବନର ଶସ୍ୟ ଭାବେ ଅଭିହିତ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
କଟକ ଜିଲା ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ରେ ଶନିବାର ୪ଦିନିଆ ୨ୟ ଭାରତୀୟ ରାଇସ୍‌ କଂଗ୍ରେସ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତି ମୁର୍ମୁ ଉଦ୍‌ଘାଟନ କରି କହିଥିଲେ, ସମଗ୍ର ଏସିଆ ମହାଦେଶରେ ଭାରତ ହେଉଛି ବୃହତ୍‌ ଚାଉଳ ରପ୍ତାନିକାରୀ ଦେଶ, ଯାହାକି ପୃଥିବୀର ଅନ୍ୟାନ୍ୟ ପ୍ରାନ୍ତରେ ରହୁଥିବା ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଉଛି। ଦେଶରେ ଖାଦ୍ୟର ଆବଶ୍ୟକତା ପୂରଣ ହେବାରେ ଆତ୍ମନିର୍ଭରଶୀଳ ହେବା ସହ ଭାରତ ସର୍ବବୃହତ୍‌ ଚାଉଳ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଏହାର ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ। ଉନ୍ନତ କିସମର ଧାନ ବିକଶିତ କରିବା, ଖାଦ୍ୟ ସୁରକ୍ଷାରେ ବ୍ୟାପକ ଯୋଗଦାନ ସହ ଏହି ପ୍ରତିଷ୍ଠାନ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି ବୋଲି ସେ କହିଥିଲେ। ସେହିପରି ଗତ ଶତାବ୍ଦୀରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ହୋଇଛି। ନୂଆ ସ୍ଥାନରେ ଧାନ ଅମଳ ହୋଇଛି। ତେବେ ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖାଦେଇଛି। ମରୁଡ଼ି, ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି, ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି। ଏବେ ଧାନଚାଷର ନୂତନ ପଦ୍ଧତି ଆବିଷ୍କାର ହୋଇଥିଲେ ମଧ୍ୟ ପାରମ୍ପରିକ କିସମର ଧାନଚାଷକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ। ଅତ୍ୟଧିକ ରାସାୟନିକ ସାର ଉପଯୋଗ କାରଣରୁ ହେଉଥିବା ମୃତ୍ତିକା କ୍ଷୟକୁ ରୋକିବା ଅନ୍ୟ ଏକ ସମସ୍ୟା ହୋଇଛି। ଆଧୁନିକ ଧାନଚାଷ ପାଇଁ ଏହାକୁ ଜରୁରୀ ବୋଲି ବିବେଚନା କରାଯାଇଥାଏ। ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏହି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ। ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ବୋଲି ରାଷ୍ଟ୍ରପତି ଆଶାପ୍ରକାଶ କରିଥିଲେ। ଏଥିସହ ଚାଉଳ ଆମ ଖାଦ୍ୟ ସୁରକ୍ଷାର ଆଧାର, ଆମେ ଏହାର ପୋଷକ ତତ୍ତ୍ବ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍‌। ଚାଉଳ ମାଧ୍ୟମରେ ପ୍ରୋଟିନ, ଭିଟାମିନ ଓ ଅନ୍ୟ ଜରୁରୀ ପୋଷକ ତତ୍ତ୍ବ ଯୋଗାଇ ଦେବା ଦ୍ୱାରା ଆର୍ଥିକ ଅସ୍ବଚ୍ଛଳବର୍ଗଙ୍କ କୁପୋଷଣକୁ ଦୂର କରାଯାଇପାରିବ। କଟକସ୍ଥିତ ଜାତୀୟ ଧାନ ଗବେଷଣାଗାର ପକ୍ଷରୁ ଭାରତର ପ୍ରଥମ ଉଚ୍ଚ ପ୍ରୋଟିନଯୁକ୍ତ ଧାନ ‘ସିଆର୍‌ ଧାନ ୩୧୦’ ବିକଶିତ କରାଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ, ଭାରତ ଏକ କୃଷି ପ୍ରଧାନ ଦେଶ। ବୈଜ୍ଞାନିକଙ୍କ ଗବେଷଣା ଓ କୃଷକଙ୍କ ପରିଶ୍ରମ ଯୋଗୁ କୃଷିକ୍ଷେତ୍ରରେ ବହୁତ ପ୍ରଗତୀ ହୋଇଛି। ଏଣିକି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲୋକମାନଙ୍କୁ ଜୈବିକ ସାର ଦ୍ୱାରା ଉତ୍ପାଦିତ ଚାଉଳ ଯୋଗାଇ ଦିଆଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, ଚାଉଳ ଲୋକଙ୍କ ମୁଖ୍ୟ ଖାଦ୍ୟ। ଯାହାକି ଆମ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ହୋଇରହିଛି। ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଓଡ଼ିଶା ଖାଲି ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇନାହିଁ, ବରଂ ଅନ୍ୟ ୬ଟି ରାଜ୍ୟକୁ ଚାଉଳ ରତ୍ପାନି କରୁଛି। ଚାଉଳ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହି ଅବସରରେ ସ୍ମରଣିକା ସମେତ କେତେକ ଗବେଷଣା ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିରେ ଆଇସିଏଆର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ, ଆସୋସିଏଶନ ଅଫ୍‌ ରାଇସ୍‌ ରିସର୍ଚ୍ଚ ଓ୍ବର୍କର୍ସ ଅଧ୍ୟକ୍ଷ ଡ. ପି. କେ. ଅଗ୍ରଓ୍ବାଲ, ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଏ. କେ. ନାୟକ ଓ ସଚିବ ଡ. ଏସ୍‌. ଶାହା ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ, ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡିସିପି ପିନାକ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସୁରେନ୍ଦ୍ର ପରିଡ଼ା, ଉପନିର୍ଦ୍ଦେଶକ ହେମନ୍ତ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ। ୪ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କୃଷକଙ୍କ ସମେତ ଦେଶବିଦେଶର ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ତଥା ଅନ୍ୟ ବିଭାଗର ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri