ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ଖପ୍ରାଖୋଲ,୨୫।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସମବାୟ ସମିତି ଜୁରିଆ ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ଶହଶହ ବସ୍ତା ଧାନ। ଏହି ମଣ୍ଡିରେ ଚଳିତ ବର୍ଷ ୮୦୯ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫୫୦୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ଆସିଥିଲା। ଟୋକନ ପାଇଥିବା ଚାଷୀ ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିଛି। ହେଲେ ତାହା ଉଠି ପାରୁନାହିଁ। ଫଳରେ ଧାନବସ୍ତା ସବୁ ଗଦା ହୋଇ ରହିଛି। ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥିବାରୁ ଏହି ହାଡଭଙ୍ଗା ଶୀତରେ ସେସବୁକୁ ଜଗି ବସିଛି ଚାଷୀ।
ଏହି ମଣ୍ଡିରେ ପ୍ରାୟ ୮୦ହଜାର କୁଇଣ୍ଟାଲ ଧାନ ବିକ୍ରି ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୪୨୫୪୮ କୁଇଣ୍ଟାଲ ପାଇଁ ଚାଷୀ ଟୋକନ ପାଇ ସାରିଛନ୍ତି। ୮୦୯ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୪୦ ଜଣ ଚାଷୀ ଧାନ ବିକ୍ରି କରିସାରିଛନ୍ତି। ଆହୁରି ଅନେକ ଚାଷୀ ବିକ୍ରି ଅପେକ୍ଷାରେ ରହିଛନ୍ତି। ପୂର୍ବରୁ ଆସିଥିବା ଟାର୍ଗେଟ ମଧ୍ୟରୁ ମାତ୍ର ୮୩୪ କୁଇଣ୍ଟାଲ ବାକିଥିବା ବେଳେ ଶହଶହ କୁଇଣ୍ଟାଲ ଧାନ ବାହାରେ ପଡିରହିଛି। କେତେକ ମିଲର୍ସଙ୍କ କଟନି ଛଟନି ଏବଂ ମନମାନୀ ସହିତ ଠିକ୍‌ ସମୟରେ ଗାଡି ପଠାଉ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚଅଁରିଆ ପଞ୍ଚାୟତର ସବ୍ୟସାଚୀ ମେହେର, ରାଜେଶ ମେହେର, ନବୀନ ମେହେର, ଚନ୍ଦ୍ରଭାନୁ ପୁଟେଲ, ସୁପାଲ ବାଗ, ଉଗ୍ରେସନ ବଗାର, ଲକ୍ଷ୍ମଣ ବଗାର, ଅଶୋକ ମେହେର, ଚିତ୍ରସେନ ମେହେର ପ୍ରମୁଖ ଟୋକନ ପାଇଥିଲେ ମଧ୍ୟ ନିଜ ଧାନ ବିକ୍ରି କରି ପାରୁ ନ ଥିବା କହିଛନ୍ତି। ଯୋଗାଣ ବିଭାଗ ମଣ୍ଡିର ବିକ୍ରି ଟାର୍ଗେଟ ବଢାଇବା ସହ ପଡିରହିଥିବା ଧାନ ତୁରନ୍ତ ଉଠାଇବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ପାଟଣାଗଡ ଉପଜିଲାପାଳ ସୋମନାଥ ପ୍ରଧାନଙ୍କୁ ପଚାରିବାରୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ପଠାଇ ତୁରନ୍ତ ସମସ୍ୟାର
ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ରାୟଗଡ଼ା ଅଫିସ,୩।୬: ଓଡ଼ିଶାର ୨୯ଟି ଜିଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗ୍ରୀନ୍‌ ଜୋନ୍‌ରେ ରହିଥିଲା ରାୟଗଡ଼ା ଜିଲା ମାତ୍ର ବୁଧବାର ରାୟଗଡ଼ାରୁ ଜଣେ...

ଆରମ୍ଭ ହେଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧।୧୦: ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ସୁରକ୍ଷା...

୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍‌ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୭ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯଶିପୁର ବ୍ଲକ...

ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଦୁଇ ଭାଇ

ଦିଗପହଣ୍ଡି,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ...

କରୋନା ପ୍ରଭାବ: ଖାଦ୍ୟ ସଙ୍କଟରେ ଯାଯାବର ପରିବାର

କେନ୍ଦୁଝର, ୨୮ା୩ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଘୋଷଣା, ଅନେକ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି। ଲକ ଡାଉନ୍‌ ଘୋଷଣା ହେବା ପରେ ପ୍ଲାଷ୍ଟର...

ନାରାୟଣୀ କଲେଜରେ ତିନି ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ: କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ କଲେ ଛାତ୍ରୀଛାତ୍ର

ବଅଁରପାଳ,୮।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅରାହାଟ ନାରାୟଣୀ କଲେଜରେ ଗତ ତିନି ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିଛି। କଲେଜ ନିକଟରେ ଥିବା ଏକ...

ନୂଆପଡ଼ା ଏଡିଏମ୍‌ କରୋନା ଆକ୍ରାନ୍ତ

ନୂଆପଡ଼ା ଅଫିସ,୧୯ା୮-ନୂଆପଡ଼ା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଜଣକ ପରେ ଜଣେ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ସଂକ୍ରମଣର ଶିକାର...

Advertisement
Archives

Model This Week