ବୈତରଣୀ ଶଯ୍ୟାରେ ଧାନ ଚାଷ

କେନ୍ଦୁଝର, ୪।୭ (ସ୍ବ.ପ୍ର.)-ବୈତରଣୀ ନଦୀଶଯ୍ୟାରେ ହେଉଛି ଧାନ ଚାଷ। ଶୁଣିଲେ ବା ନ ଦେଖିଲେ ବିଶ୍ୱାସ ହେବ ନାହିଁ ା ଯେଉଁ ନଦୀରେ ବନ୍ୟା ଯୋଗୁ କେନ୍ଦୁଝର, ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କ୍ଷୟକ୍ଷତି ହେଉଛି ସେହି ନଦୀର ଶଯ୍ୟା ଉପରେ ଜୁଆଙ୍ଗ ଜନଜାତି ବନବାସୀମାନେ ଧାନ ଚାଷ କରି ଚଳୁଛନ୍ତି। ବିଶେଷ କରି ସେଠାରେ ଖରାଟିଆ ଚାଷ କରିଥାନ୍ତି ା
କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ପାହାଡ଼ରୁ ପୁଣ୍ୟୋତୟା ବୈତରଣୀ ନଦୀ ବାହାରିଛି। ଏହି ନଦୀ ଝରଣା ଭଳି କୁଳୁକୁଳୁ ହୋଇ ତଳକୁ ତଳ ବୋହି ଜିଲାର ଯୋଡା, ଚମ୍ପୁଆ, ସାହାରପଡା, ପାଟଣା, ଘଷିପୁରା, ଆନନ୍ଦପୁର, ହାଟଡିହୀ ବ୍ଲକ ଦେଇ ପ୍ରବାହିତ ହୋଇଥାଏ। ଏହି ନଦୀରେ ବର୍ଷାଦିନରେ ବନ୍ୟା ଆସିଥାଏ। ବନ୍ୟାରେ ବିଶେଷ କରି ଘଷିପୁରା, ଆନନ୍ଦପୁର, ହାଟଡିହୀ ଆଦି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। ଏଠାରେ ନଦୀ ଏକ ଧାର ଭାବରେ ବାହାରି ତଳକୁ ତଳ ବୋହିଯାଉଛି। ତେବେ ନଦୀର ଧାର କମ୍‌ ଥିବାରୁ ଉପତ୍ତ୍ତି ସ୍ଥଳ ଠାରୁ ପ୍ରାୟ ଗୋଟିଏ କିଲୋ ମିଟର ଦୂରରେ ପାଣିର ଧାର କମ ଥିବାରୁ ଏହାର ପଠାରେ ଜୁଆଙ୍ଗ ଲୋକମାନେ ଧାନ ଓ ଅନ୍ୟାନ୍ୟ ପନିପରିବା ଚାଷ କରିଆସୁଛନ୍ତି ା ସରୁ ଜଳଧାର କଡରେ ବୋହିଯାଏ ଏବଂ ଲୋକମାନେ ନଦୀ ଶଯ୍ୟାରେ ଧାନ ବୁଣି ଚାଷ କରି ବେଶ ଅମଳ କରିଥାନ୍ତି ା ଗୋନାସିକାରୁ ଜନ୍ତାରୀ ରାସ୍ତାରେ ଗଲେ ଏହି ନଦୀ ଉପରେ ଥିବା ପୋଲ ଉପରୁ ଏହି ଚାଷ ଦେଖି ଅନେକ ବିସ୍ମିତ ହୋଇଥାନ୍ତି ା
ଏହି ନଦୀର ଉତ୍ପତ୍ତି ସ୍ଥଳରୁ ଏକ ବୃକ୍ଷମୂଳରୁ ପାଣି ଧାରରେ ବୋହି ମାଟିରେ ଲୁପ୍ତ ହୋଇଯାଏ। ପୁଣି କିଛି ବାଟ ପରେ ଏହା ପୁଣି ବାହାରି ତଳକୁ ତଳକୁ ପ୍ରବାହିତ ହୋଇଥାଏ। ବୈତରଣୀକୁ ଗଙ୍ଗା ଭାବରେ ପୁରାତନ ଜନଜାତି ଜୁଆଙ୍ଗମାନେ ବିଶ୍ୱାସ କରିଥାନ୍ତି। ଏଣୁ ଏଠାରେ ନଦୀର ଧାର ଗୁପ୍ତ ହୋଇ ପୁଣି ବାହାରି ଥିବାରୁ ଏହିସ୍ଥାନ ଗୁପ୍ତଗଙ୍ଗା ଭାବେ ପ୍ରସିଦ୍ଧି ଲାଭ କରିଛି ା ଗୋନାସିକା ଅର୍ଥ ଗୋ ମାନେ ଗାଈ ନାସିକା ଅର୍ଥ ନାକ ା ଏଠାରେ ବୈତରଣୀ ନଦୀ ଏକ ଗାଈର ନାକ ପୁଡ଼ାରୁ ବାହାରଥିବାରୁ ଏଭଳି ନାମକରଣ ହୋଇଥିବା କୁହାଯାଏ ା ଏବେ ନୁହେଁ ବହୁ କାଳରୁ ନଦୀ ଶଯ୍ୟାରେ ଏଭଳି ଚାଷ କରିଆସୁଛନ୍ତି ବୋଲି ସ୍ଥାନୀୟ ଲକ୍ଷ୍ମଣ ଜୁଆଙ୍ଗ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri