Posted inରାଜ୍ୟ

ଚୂଡ଼ାନ୍ତ ଅପେକ୍ଷାରେ ସଂଶୋଧିତ ନଦୀ ନୀତି

ଭୁବନେଶ୍ୱର,୨୫ା୭(ବ୍ୟୁରୋ): କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଅନେକ ସମୟରେ ଉତ୍କଟ ଜଳାଭାବ ଦେଖାଦେଉଛି। ନଦୀଗୁଡ଼ିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡ଼ିକ ଆସନ୍ତା ୩୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଯେଉଁ ହାରରେ ଜନସଂଖ୍ୟା ବଢ଼ିଚାଲିଛି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସହରକୁ ପାନୀୟ ଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ରାଜ୍ୟର ପ୍ରମୁଖ ନଦୀର ଜଳଧାରଣ କ୍ଷମତା ୧୨୦.୩୯୭ ବିଲିୟନ କ୍ୟୁବିକ ମିଟର (ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ। ନଦୀ ଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

ରାଜ୍ୟରେ ବୋହି ଯାଉଥିବା ନଦୀଜଳକୁ ରୋକାଯାଇ ପାରୁନାହିଁ। ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇଗଲାଣି। ଏପରିକି ଅନେକ ନଦୀ ବର୍ଷାଦିନରେ ମଧ୍ୟ ଶୁଖିଲା ପଡୁଛି। ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଜଳ ସଂରକ୍ଷଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି।

ଏଭଳି ସ୍ଥିତିରେ ପୋତି ହୋଇ ପଡୁଥିବା ନଦୀଗୁଡ଼ିକୁ ବଞ୍ଚାଇ ରଖିବା ସହ ପାନୀୟ ଜଳ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଞ୍ଚୟ କରିବା ସକାଶେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ନଦୀ ନୀତି( ରିଭର ପଲିସି) ଆଣିବାକୁ ଯାଉଛନ୍ତି। ଏ ନେଇ ୨୦୧୯ରେ ଏକ ଚିଠା ନୀତି ପ୍ରସ୍ତୁତ ମଧ୍ୟ ହୋଇ ସାରିଛି। ଏଥିରେ ରାଜ୍ୟର ନଦୀଗଡ଼ିକର ସ୍ଥିତିକୁ ପରଖା ଯିବା ସହ ଜଳ ପ୍ରବାହ ଓ ଏହାର ଜଳଧାରଣ କ୍ଷମତାକୁ ଆକଳନ କରାଯିବ। ଏଥିସହ ନଦୀର ଜୈବବିବିଧତା ଓ ଉଭୟ ପାର୍ଶ୍ୱରେ ଥିବା ଜନବସତିଗୁଡ଼ିକର ଜୀବିକାକୁ ମଧ୍ୟ ଧ୍ୟାନ ଦିଆଯିବ। ପରିବେଶ ଆଇନ ଅନୁଯାୟୀ ନଦୀରେ କେତେ ଜଳ ପ୍ରବାହ ହେଉଛି ଓ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ଓ ବୃକ୍ଷଲତାଗୁଡ଼ିକ ଉପରେ ଜଳବାୟୁ ପରିବର୍ତ୍ତନର କି ପ୍ରଭାବ ପଡୁଛି, କେଉଁ ସମୟରେ କେତେ ଜଳ ପ୍ରବାହିତ ହେଉଛି ସେବୁକୁ ନେଇ ରାଜ୍ୟ ସରକାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା କରିଥିଲେ। ତେବେ ତାହା ଏବେ ସରକାରୀ ନାଲିଫିତା ତଳେ ରହିଛି। ଅପରପକ୍ଷରେ ଏନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ଯେ ଭାର୍ଗବୀ, ଦୟା, କୁଶଭଦ୍ରା, ଋଷିକୁଲ୍ୟା, ତେଲ୍‌ ଇତ୍ୟାଦି ବିଭିନ୍ନ ନଦୀରେ ବନ୍ୟାଜଳକୁ ସଂରକ୍ଷଣ କରିବା ପାଇଁ ସର୍ଭେ ଚାଲିଛି। କେତେକ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡର ହୋଇ ସାରିଲାଣି।

ବର୍ଷାଦିନ ପରେ ନଦୀରେ କିପରି ଜଳ ରହିପାରିବ ସେ ନେଇ ବ୍ୟାରେଜ ମାଧ୍ୟମରେ ଜଳ ସଂରକ୍ଷଣ କରାଯିବ।
ରାଜ୍ୟରେ ବଡ଼ ନଦୀ ସମେତ ଶାଖା ଓ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ତେବେ ସେଥିରୁ ୧୧ଟି ବଡ଼ ନଦୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ନଦୀର ୯୫,୫୪୦ ବିସିଏମ୍‌ ଜଳଧାରଣ କ୍ଷମତା ରହିଛି। ସେଥିରୁ ୨୧,୭୯୩.୧୯ ବିସିଏମ୍‌ ଜଳ ଚାଷ ପାଇଁ ବ୍ୟବହାର କରାଯାଉଥିବା ବେଳେ ପାନୀୟ ଓ ଦୈନନ୍ଦିନ ବ୍ୟବହାର ପାଇଁ ୨୮୩.୯୫, ଶିଳ୍ପ ପାଇଁ ୨୨୭୫.୮୫ ଏବଂ ପରିବେଶ ପାଇଁ ୨୦,୫୪୧.୧୦ ବିସିଏମ୍‌ ଜଳ ଉପଯୋଗ ହେଉଥିବା ସର୍ଭେରୁ ଜଣାପଡିଛି। ଏସବୁ ସତ୍ତ୍ୱେ ନଦୀର ଆହୁରି ୫୦,୬୪୫.୯୧ ବିଲିୟନ କ୍ୟୁବିକ୍‌ ମିଟର ଜଳ ବଳକା ରହୁଛି। ତେବେ ସେହି ଜଳକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସିଧାସଳଖ ସମୁଦ୍ରକୁ ଚାଲି ଯାଉଛି। ମହାନଦୀରୁ ୨୫,୯୪୦.୨୮, ବ୍ରାହ୍ମଣୀରୁ ୭୮୧୯.୭୧, ବୈତରଣୀରୁ ୨୨୧୫.୮୦, ବଂଶଧାରାରୁ ୨୪୬୮.୪୭, ବୁଢ଼ାବଳଙ୍ଗରୁ ୧୬୬୮.୦୪, କୋଲାବରୁ ୪୬୯୯.୮୧, ଇନ୍ଦ୍ରାବତୀରୁ ୨୦୩୮.୬୭, ନାଗାବଳୀରୁ ୧୬୧୪.୮୧ ଏବଂ ସୁବର୍ଣ୍ଣରେଖା ନଦୀରୁ ୧୪୫୧.୫୯ ବିସିଏମ୍‌ ଜଳ ସମୁଦ୍ରକୁ ଚାଲିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri