Posted inରାଜ୍ୟ

ଚୂଡ଼ାନ୍ତ ଅପେକ୍ଷାରେ ସଂଶୋଧିତ ନଦୀ ନୀତି

ଭୁବନେଶ୍ୱର,୨୫ା୭(ବ୍ୟୁରୋ): କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଅନେକ ସମୟରେ ଉତ୍କଟ ଜଳାଭାବ ଦେଖାଦେଉଛି। ନଦୀଗୁଡ଼ିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡ଼ିକ ଆସନ୍ତା ୩୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଯେଉଁ ହାରରେ ଜନସଂଖ୍ୟା ବଢ଼ିଚାଲିଛି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସହରକୁ ପାନୀୟ ଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ରାଜ୍ୟର ପ୍ରମୁଖ ନଦୀର ଜଳଧାରଣ କ୍ଷମତା ୧୨୦.୩୯୭ ବିଲିୟନ କ୍ୟୁବିକ ମିଟର (ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ। ନଦୀ ଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

ରାଜ୍ୟରେ ବୋହି ଯାଉଥିବା ନଦୀଜଳକୁ ରୋକାଯାଇ ପାରୁନାହିଁ। ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇଗଲାଣି। ଏପରିକି ଅନେକ ନଦୀ ବର୍ଷାଦିନରେ ମଧ୍ୟ ଶୁଖିଲା ପଡୁଛି। ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଜଳ ସଂରକ୍ଷଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି।

ଏଭଳି ସ୍ଥିତିରେ ପୋତି ହୋଇ ପଡୁଥିବା ନଦୀଗୁଡ଼ିକୁ ବଞ୍ଚାଇ ରଖିବା ସହ ପାନୀୟ ଜଳ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଞ୍ଚୟ କରିବା ସକାଶେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ନଦୀ ନୀତି( ରିଭର ପଲିସି) ଆଣିବାକୁ ଯାଉଛନ୍ତି। ଏ ନେଇ ୨୦୧୯ରେ ଏକ ଚିଠା ନୀତି ପ୍ରସ୍ତୁତ ମଧ୍ୟ ହୋଇ ସାରିଛି। ଏଥିରେ ରାଜ୍ୟର ନଦୀଗଡ଼ିକର ସ୍ଥିତିକୁ ପରଖା ଯିବା ସହ ଜଳ ପ୍ରବାହ ଓ ଏହାର ଜଳଧାରଣ କ୍ଷମତାକୁ ଆକଳନ କରାଯିବ। ଏଥିସହ ନଦୀର ଜୈବବିବିଧତା ଓ ଉଭୟ ପାର୍ଶ୍ୱରେ ଥିବା ଜନବସତିଗୁଡ଼ିକର ଜୀବିକାକୁ ମଧ୍ୟ ଧ୍ୟାନ ଦିଆଯିବ। ପରିବେଶ ଆଇନ ଅନୁଯାୟୀ ନଦୀରେ କେତେ ଜଳ ପ୍ରବାହ ହେଉଛି ଓ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ଓ ବୃକ୍ଷଲତାଗୁଡ଼ିକ ଉପରେ ଜଳବାୟୁ ପରିବର୍ତ୍ତନର କି ପ୍ରଭାବ ପଡୁଛି, କେଉଁ ସମୟରେ କେତେ ଜଳ ପ୍ରବାହିତ ହେଉଛି ସେବୁକୁ ନେଇ ରାଜ୍ୟ ସରକାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା କରିଥିଲେ। ତେବେ ତାହା ଏବେ ସରକାରୀ ନାଲିଫିତା ତଳେ ରହିଛି। ଅପରପକ୍ଷରେ ଏନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ଯେ ଭାର୍ଗବୀ, ଦୟା, କୁଶଭଦ୍ରା, ଋଷିକୁଲ୍ୟା, ତେଲ୍‌ ଇତ୍ୟାଦି ବିଭିନ୍ନ ନଦୀରେ ବନ୍ୟାଜଳକୁ ସଂରକ୍ଷଣ କରିବା ପାଇଁ ସର୍ଭେ ଚାଲିଛି। କେତେକ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡର ହୋଇ ସାରିଲାଣି।

ବର୍ଷାଦିନ ପରେ ନଦୀରେ କିପରି ଜଳ ରହିପାରିବ ସେ ନେଇ ବ୍ୟାରେଜ ମାଧ୍ୟମରେ ଜଳ ସଂରକ୍ଷଣ କରାଯିବ।
ରାଜ୍ୟରେ ବଡ଼ ନଦୀ ସମେତ ଶାଖା ଓ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ତେବେ ସେଥିରୁ ୧୧ଟି ବଡ଼ ନଦୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ନଦୀର ୯୫,୫୪୦ ବିସିଏମ୍‌ ଜଳଧାରଣ କ୍ଷମତା ରହିଛି। ସେଥିରୁ ୨୧,୭୯୩.୧୯ ବିସିଏମ୍‌ ଜଳ ଚାଷ ପାଇଁ ବ୍ୟବହାର କରାଯାଉଥିବା ବେଳେ ପାନୀୟ ଓ ଦୈନନ୍ଦିନ ବ୍ୟବହାର ପାଇଁ ୨୮୩.୯୫, ଶିଳ୍ପ ପାଇଁ ୨୨୭୫.୮୫ ଏବଂ ପରିବେଶ ପାଇଁ ୨୦,୫୪୧.୧୦ ବିସିଏମ୍‌ ଜଳ ଉପଯୋଗ ହେଉଥିବା ସର୍ଭେରୁ ଜଣାପଡିଛି। ଏସବୁ ସତ୍ତ୍ୱେ ନଦୀର ଆହୁରି ୫୦,୬୪୫.୯୧ ବିଲିୟନ କ୍ୟୁବିକ୍‌ ମିଟର ଜଳ ବଳକା ରହୁଛି। ତେବେ ସେହି ଜଳକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସିଧାସଳଖ ସମୁଦ୍ରକୁ ଚାଲି ଯାଉଛି। ମହାନଦୀରୁ ୨୫,୯୪୦.୨୮, ବ୍ରାହ୍ମଣୀରୁ ୭୮୧୯.୭୧, ବୈତରଣୀରୁ ୨୨୧୫.୮୦, ବଂଶଧାରାରୁ ୨୪୬୮.୪୭, ବୁଢ଼ାବଳଙ୍ଗରୁ ୧୬୬୮.୦୪, କୋଲାବରୁ ୪୬୯୯.୮୧, ଇନ୍ଦ୍ରାବତୀରୁ ୨୦୩୮.୬୭, ନାଗାବଳୀରୁ ୧୬୧୪.୮୧ ଏବଂ ସୁବର୍ଣ୍ଣରେଖା ନଦୀରୁ ୧୪୫୧.୫୯ ବିସିଏମ୍‌ ଜଳ ସମୁଦ୍ରକୁ ଚାଲିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?