ରାଜସ୍ବ ବଳକା ନା ବିକାଶ ନିଅଣ୍ଟ

ଓଡ଼ିଆ ଖବରକାଗଜଗୁଡ଼ିକରେ ଅତି ପ୍ରମୁଖ ଭାବରେ ପ୍ରକାଶ ପାଇଛି,୨୦୨୨-୨୩ ଆର୍ଥିକ ବର୍ଷର ହିସାବ ଅନୁଯାୟୀ ଦେଶର ୫ଗୋଟି ରାଜସ୍ବ ବଳକା ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ ଏବଂ ସ୍ଥାନ ତୃତୀୟ। ଏହି ବର୍ଷ ଓଡ଼ିଶାର ରାଜସ୍ବ ବଳକା ଥିଲା ୨୬,୭୦୦ କୋଟି ଟଙ୍କା। ଏହି ରାଜସ୍ବ ବଳକାକୁ କୁହାଯାଉଛି ବିତ୍ତୀୟ ପରିଚାଳନାରେ ବିଜ୍ଞତା ଏବଂ ସୁଶାସନର ପରିଚୟ। ଏହାକୁ ଏକ ପ୍ରଶଂସନୀୟ ସଫଳତା ବୋଲି କୁହାଯାଉଛି। ଏବେ ଆସନ୍ତୁ ଏ ବିଷୟରେ ଏକ ସଂକ୍ଷିପ୍ତ ସମୀକ୍ଷା କରିବା।
ରାଜ୍ୟର ଆୟ ହେଉଛି ଟିକସ, ଖଣିଜ ସମ୍ପଦର ରୟାଲ୍‌ଟ ି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନୁଦାନ। ଏହି ମୋଟ ଆୟରୁ ସରକାର ସରକାରୀ କର୍ମଚାରୀଙ୍କ ବେତନ, ପେନ୍‌ସନ, ସବ୍‌ସିଡି ଏବଂ ସରକାରଙ୍କର ସମ୍ପତ୍ତିର ରକ୍ଷଣାବେକ୍ଷଣ, ପରିଚାଳନା ଆଦି ପାଇଁ ବ୍ୟୟକୁ କହନ୍ତି ରାଜସ୍ବ ବ୍ୟୟ। ସମୁଦାୟ ଆୟରୁ ମୋଟ ରାଜସ୍ବ ବ୍ୟୟକୁ ବାଦ୍‌ ଦେଲେ ଯଦି ବଳକା ରହିଲା ତାକୁ କହନ୍ତି ରାଜସ୍ବ ବଳକା ଆଉ ଆୟ ଅପେକ୍ଷା ବ୍ୟୟ ଅଧିକ ହେଲେ ତାକୁ କହନ୍ତି ରାଜସ୍ବ ନିଅଣ୍ଟ। ରାଜସ୍ବ ବଳକା ହେଲେ ତାକୁ ଭିତ୍ତିଭୂମି ନିର୍ମାଣ କରିବାକୁ ବିନିଯୋଗ କରାଯାଏ, ଯାହାକୁ କହନ୍ତି ପୁଞ୍ଜି ବ୍ୟୟ। ଯଦି ରାଜସ୍ବ ନିଅଣ୍ଟ ପଡ଼େ ତେବେ ତାକୁ ଭରଣା କରିବାକୁ ସରକାରଙ୍କୁ ଋଣ କରିବାକୁ ପଡ଼ିଥାଏ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ ଋଣ କରିବାକୁ ହୋଇଥାଏ। ଅର୍ଥନୈତିକ ତତ୍ତ୍ୱ ଅନୁସାରେ ଏହି ରାଜସ୍ବ ବଳକା ଅର୍ଥ ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟ ଭଲ ଅଛି ବୋଲି କୁହାଯାଏ। କିନ୍ତୁ ତାହା ସଦାବେଳେ ପ୍ରକୃତ କ୍ଷେତ୍ରରେ ସତ ନୁହେଁ। ଅନେକ ସମୟରେ ଅର୍ଥଶାସ୍ତ୍ରୀମାନେ ପୁସ୍ତକ ଜ୍ଞାନରୁ ରାଜସ୍ବ ବ୍ୟୟ କମ୍‌କରି ପୁଞ୍ଜି ବ୍ୟୟ ଅଧିକକରି ଭିତ୍ତିଭୂମି ପ୍ରସ୍ତୁତକରି ତା’ ସାହାଯ୍ୟରେ ଶିଳ୍ପ ବାଣିଜ୍ୟ ପ୍ରସାର କଲେ ପୁନଃ ପୁନଃ ଆୟ ବୃଦ୍ଧି ପାଇବ ବୋଲି କହିଥାନ୍ତି। ତାହା ଠିକ୍‌ କଥା। କିନ୍ତୁ ଭିତ୍ତିଭୂମି ପ୍ରତିଷ୍ଠା କରିବା ପରେ ଯଦି ସେହି ଭିତ୍ତି ଭୂମିକୁ ଆଧାରକରି ଆବଶ୍ୟକ ଶିଳ୍ପ, ବାଣିଜ୍ୟ, ଶିକ୍ଷା ଅନୁଷ୍ଠାନ , ଡାକ୍ତରଖାନା ଗଢ଼ି ଉଠିଲା ,କିନ୍ତୁ ସେସବୁର ପରିଚାଳନା ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ଯୋଗାଇ ଦିଆଗଲା ନାହଁ, ତା’ହେଲେ ସେଥିରୁ ଉତ୍ପାଦନ ବଢ଼ିବ କିପରି? ପୁଞ୍ଜି ବିନିଯୋଗକରି ଭିତ୍ତିଭୂମି ସୃଷ୍ଟିକଲେ ଭିତ୍ତିଭୂମିର ମାନବ ସମ୍ବଳ ଆବଶ୍ୟକତା ନ ମେଣ୍ଟାଇଲେ ପୁଞ୍ଜି ବିନିଯୋଗ ନିରର୍ଥକ। ଗତ ୧ ଦଶନ୍ଧି ହେଲା ଦେଖାଯାଉଛି ଓଡ଼ିଶାର ଅଚାନକ ଖଣି ରୟାଲ୍‌ଟିରୁ ଅଧିକ ରାଜସ୍ବ ଆସିବାରୁ ରାଜସ୍ବ ଆଦାୟର ଆଶାତୀତ ବୃଦ୍ଧି ପାଇଛି। ରାଜ୍ୟ ସରକାର ପୁଞ୍ଜି ବିନିଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି, କିନ୍ତୁ ରାଜସ୍ବ ବ୍ୟୟକୁ ଅଣ ଉତ୍ପାଦନ ଖର୍ଚ୍ଚ ଭାବି ଏହାକୁ ଆବଶ୍ୟକ ଅନୁସାରେ ବୃଦ୍ଧି ନ କରି ରାଜସ୍ବ ବଳକା ଦେଖାଇ ବାହାବା ନେଉଛନ୍ତି। ଗତ ବିଜେଡି ସରକାର ଯାହା କରୁଥଲେ ବର୍ତ୍ତମାନର ଭାଜପା ସରକାର ତାଙ୍କର ପଦାଙ୍କ ଅନୁସରଣକରି ରାଜସ୍ବ ବଳକାକୁ ବୃଦ୍ଧି କରିଚାଲିଛନ୍ତି। ରାଜସ୍ବ ବଳକା ୨୦୨୨-୨୩ରେ ୨୬,୭୦୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ହେଲା ୨୭,୭୦୦ କୋଟି ଟଙ୍କା ଏବଂ ଚଳିତ ୨୦୨୫-୨୬ରେ ହେଉଛି ୩୧,୮୦୦ କୋଟି ଟଙ୍କା। ଏଣେ ସ୍କୁଲ, କଲେଜରେ ଶିକ୍ଷକ ନାହାନ୍ତି , ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ବ୍ଳକ୍‌ ଓ ପଞ୍ଚାୟତ ସ୍ତରରେ ଆଧୁନିକ ଚାଷ ପ୍ରଣାଳୀ ଏବଂ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମକୁ ଚାଷୀମାନଙ୍କ ପାଖରେ ପହଞ୍ଚାଇବାକୁ ଯଥେଷ୍ଟ ସଂଖ୍ୟାରେ ସମ୍ପ୍ରସାରଣ କର୍ମଚାରୀ ନାହାନ୍ତି। ଏହା ନିଶ୍ଚିତ ଭାବରେ ଏକ ବିରୋଧାଭାସ। ଅର୍ଥ ଭଣ୍ଡାର ବଢୁଛି, ଏଣେ ବେକାରି ଓ ଦାଦନ ଶ୍ରମିକଙ୍କ ସଂଖ୍ୟା ତାଳଦେଇ ବଢୁଛି। ଅନ୍ୟପକ୍ଷରେ ଯେଉଁସବୁ ରାଜ୍ୟ ଆମ ରାଜ୍ୟ ତୁଳନାରେ ଅଧିକ ବିକଶିତ ଅଥଚ ରାଜସ୍ବ ନିଅଣ୍ଟକରି ବିଭିନ୍ନ ବିକାଶ ମୂଳକ କାମ କରୁଛନ୍ତି ତାଙ୍କୁ କେନ୍ଦ୍ର ଅର୍ଥ ଆୟୋଗ ଅଧିକ ଆର୍ଥିକ ସାହାଯ୍ୟ ଦେଉଛନ୍ତି। ଯେପରି ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ନିଅଣ୍ଟ ଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ର ଅର୍ଥ ଆୟୋଗ ୮୬,୨୦୧ କୋଟି ସାହାଯ୍ୟ ଦେଇଛନ୍ତି। ସେ ରାଜ୍ୟଗୁଡ଼ିକ ହେଲେ କେରଳ,ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ,ହିମାଚଳ ପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ରାଜସ୍ଥାନ, ନାଗାଲାଣ୍ଡ ଓ ତ୍ରିପୁରା। ଓଡ଼ିଶା କାଣି କଉଡ଼ିଟିଏ ପାଇନାହିଁ। କାରଣ ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ।
ଆମେ ସମସ୍ତେ ଜାଣିଛେ ୫-ଟି ନାମରେ ସ୍କୁଲ ଓ କଲେଜ ଘର ସବୁ ନିର୍ମାଣ ହୋଇଗଲା, କିନ୍ତୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି। ପାଠପଢ଼ା କିପରି ହେବ? ସେହିପରି ଆଦାୟ ହେଉଥିବା ରାଜସ୍ବରୁ ବ୍ୟୟକରି ଡାକ୍ତର ନିଯୁକ୍ତି ନ କରି ପୁଞ୍ଜି ବିନିଯୋଗ ନାମରେ ଡାକ୍ତରଖାନା ନିର୍ମାଣକରି ଲାଭ ହେଉଛି? ଲୋକେ ଚିକିତ୍ସା ପାଇ ପାରୁଛନ୍ତି? ରାଜସ୍ବ ବ୍ୟୟକରି କର୍ମଚାରୀ ନିଯୁକ୍ତି ନ କରି ଏଣେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ବ୍ୟୟ ବରାଦକଲେ ବି ଖର୍ଚ୍ଚ ହେଉନାହିଁ କର୍ମଚାରୀ ଅଭାବରୁ। ସରକାର ଚଳିତ ବର୍ଷ ବଜେଟରେ ରାଜସ୍ବ ବ୍ୟୟ ବରାଦ କରିଛନ୍ତି ୧,୦୮,୦୦୦ କୋଟି ଟଙ୍କା ଏବଂ ପୁଞ୍ଜି ବ୍ୟୟ ବରାଦ କରିଛନ୍ତି ୭୦,୦୦୦ କୋଟି ଟଙ୍କା। ଋଣ କରିବେ ୪୭,୪୦୦କୋଟି ଟଙ୍କା। ବର୍ଷର ୬ ମାସ ବିତିଗଲାଣି, ଏବେ ଖବର ପ୍ରକାଶ ପାଇଛି, ବିଭିନ୍ନ ବିଭାଗରେ ହାରାହାରି ୨୫ ଭାଗ ଅର୍ଥ ଖର୍ଚ୍ଚ ହୋଇଛି । ସେହିପରି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ବି ମାତ୍ର ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଖର୍ଚ୍ଚ ନ ହେବାର କାରଣ କର୍ମଚାରୀ ଆବଶ୍ୟକ ସଂଖ୍ୟାରେ ନାହାନ୍ତି।
ଆମର ମତ ହେଲା ସରକାର ଯେତିକି ଆୟ କରୁଛନ୍ତି ପ୍ରଥମେ ଯେଉଁ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପଦବୀ ମଞ୍ଜୁର ଅଛି,ସେସବୁ ପଦବୀ ପୂରଣ କରନ୍ତୁ। ପଦବୀ ପୂରଣ ହେଲେ ସେହି ବିଭାଗର କାମ ତ୍ୱରାନ୍ବିତ ହେବ ଏବଂ ଉତ୍ପାଦନ ବୃଦ୍ଧି ପାଇବ। ଏହା ସହ ବେକାରି ଦୂରହେବ। ଅନାବଶ୍ୟକ ରାଜସ୍ବ ବ୍ୟୟକୁ କମାଇବାକୁ ହେବ। ଆମେ ଦେଖୁଛେ ବିଜ୍ଞାପନ କିପରି ଅନାବଶ୍ୟକ ହୋର୍ଡିଂ ରାଜ୍ୟର ଗଳିକନ୍ଦିରେ ଲଗାହୋଇଛି ।
ଏବେ ସରକାର ନିଯୁକ୍ତି ମେଳା କରିଥିଲେ। ନିଯୁକ୍ତି ମେଳା କାହାକୁ କହିବା ? ଯେଉଁଠାକୁ ବିଭିନ୍ନ ନିଯୁକ୍ତିଦାତା ଆସି ପ୍ରାର୍ଥୀମାନଙ୍କୁ ସାକ୍ଷାତ୍‌କାରକରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେଇଥାନ୍ତି। କିନ୍ତୁ ରାଜ୍ୟ ସରକାର ପୂର୍ବରୁ ପରୀକ୍ଷାକରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ମନୋନୀତ କଲାପରେ ଆମର ପରମ୍ପରା ଅନୁସାରେ ନିଯୁକ୍ତିପତ୍ର ଡାକରେ ପଠାଇଦେବେ। ତାହା ନ କରି ମେଳାକରି ଅଯଥା ଅର୍ଥ ବ୍ୟୟ କରୁଛନ୍ତି କାହିଁକି? ଏହିପରି ଅନେକ ରାଜସ୍ବ ବ୍ୟୟ କମାଇହେବ। ଗସ୍ତଖର୍ଚ୍ଚ, ଯେଉଁଠି ସରକାରଙ୍କ ବଙ୍ଗଳା ଅବା ରହିବା ପାଇଁ ସରକାରୀ ଭବନ ଅଛି,ସେଠି ଗସ୍ତରେ ଥିବା ଅଫିସର ଓ ମନ୍ତ୍ରୀମାନେ ରୁହନ୍ତୁ। ହୋଟେଲରେ ରୁହନ୍ତୁ ନାହିଁ।
ପୁଞ୍ଜି ବିନିଯୋଗକରି ଲାଭ କରାଯାଇପାରିବା ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ବିଭିନ୍ନ ସୂତ୍ରରୁ ଋଣ କରନ୍ତୁ। ଆମେ ଆମର ମୋଟ ଘରୋଇ ଉତ୍ପାଦର ୨୫ପ୍ରତିଶତ ପର୍ଯ୍ୟନ୍ତ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା ଆଇନ ଅନୁଯାୟୀ ଋଣ କରିପାରିବା। ଆମର ବର୍ତ୍ତମାନ ମୋଟ ଘରୋଇ ଉତ୍ପାଦର ମାତ୍ର ୧୨.୭ ପ୍ରତିଶତ ଋଣ । ଋଣ କିଛି ଖରାପ ବ୍ୟବସ୍ଥା ନୁହେଁ। ଋଣ ଆଣି ଠିକ୍‌ ଭାବରେ ବିନିଯୋଗକରି ସେଥିରୁ ଲାଭ ଉଠାଇ ଋଣ ପଇଠ କରିପାରିବେ। ସରକାର ଯଦି ଖାଲିଥିବା ଆବଶ୍ୟକ ପଦବୀକୁ ପୂରଣ ନ କରିବେ, ତେବେ ରାଜସ୍ବ ବଳକା କରି ବାହାବା ନେବେ ସିନା, କିନ୍ତୁ ବିକାଶରେ ଆମେ ନିଅଣ୍ଟିଆ ରାଜ୍ୟ ହୋଇ ରହିବା।
ସତ୍ୟନଗର, ଭୁବନେଶ୍ବର
ମୋ: ୯୯୩୭୯୫୧୨୬୨

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri