୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ମଧୁର ସମ୍ପର୍କର ସ୍ମୃତି ରୋମନ୍ଥନ କରିବାକୁ ଆରମ୍ଭ ହୋଇଥିଲା ଐତିହାସିକ ବଳଦଯାତ୍ରା। କେଉଁ ଆବହମାନ କାଳରୁ ଚାଲିଆସିଥିବା ଏହି ପରମ୍ପରାର ଯାତ୍ରାରେ ପ୍ରାୟ ୫୦ରୁ ୫୫ବର୍ଷ ତଳେ ଘଟିଥିଲା ବଡ଼ ବ୍ୟତିକ୍ରମ। ଏକ ବିବାଦୀୟ ଘଟଣାକ୍ରମେ କାଚରା ସମାଜ ନିଜକୁ ଯାତ୍ରାରୁ ଦୂରେଇ ନେଇଥିଲା। ଫଳରେ ଯାତ୍ରା ଆରମ୍ଭରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ବ୍ୟବସାୟିକ ସମ୍ପ୍ରଦାୟ ଗୁରୁତ୍ୱ ହରାଇଥିଲା। ତେବେ ଦୀର୍ଘ ୪ବର୍ଷର ଦାବି ପରେ ଚଳିତବର୍ଷ ପ୍ରଶାସନ ଏବଂ ଶାନ୍ତି କମିଟି ଉଦ୍ୟମରେ କାଚରା ସମାଜ ଫେରିପାଇଛି ହୃତ ଗୌରବ। ଭଙ୍ଗା ମନ ଯୋଡ଼ିହୋଇଛି। ଏହାସହ ଥୋରିଆ, ବଣିଆଙ୍କ ସହ କାଚରା ସମାଜର ଘଟିଛି ପୁନର୍ମିଳନ।

ଲୁଣ ବ୍ୟବସାୟରୁ ଆରମ୍ଭ ହୋଇଥିଲା ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ତଥା ଢେଙ୍କାନାଳ ଜିଲା ଭୁବନର ପାରମ୍ପରିକ ବଳଦଯାତ୍ରା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଥୋରିଆ, ବଣିଆ ଏବଂ କାଚରା ସମ୍ପ୍ରଦାୟ। ତେବେ ଦୀର୍ଘ ୫୦ରୁ ୫୫ବର୍ଷ ତଳେ ଯାତ୍ରା ପରିଚାଳନାକୁ ନେଇ ସୂତ୍ରପାତ ହୋଇଥିବା ବିବାଦ, ଯାହା ପରବର୍ତ୍ତୀ ସମୟରେ ଜଟିଳ ରୂପ ନେବାକୁ ଲାଗିଲା। ସାମ୍ପ୍ରଦାୟିକ ସଦ୍‌ଭାବନା ବ୍ୟାହତ ହେବା ଆଶଙ୍କା ଥିବାରୁ କାଚରା ସମାଜ ବଳଦଯାତ୍ରାରୁ ନିଜକୁ ଦୂରେଇ ରଖିଥିଲା। ଅନୁକୂଳ ଏବଂ ଭସାଣି ଶୋଭାଯାତ୍ରାରେ ଯଦିଓ ସମ୍ପ୍ରଦାୟର ବଳଦ ସାମିଲ ହେଉଥିଲେ, ତଥାପି ପୂର୍ବଭଳି ଆଉ ସେମାନଙ୍କୁ ଗୁରୁତ୍ୱ ମିଳିଲାନାହିଁ। ତେଣୁ ସେମାନେ ଗ୍ରାମର ସର୍ବପୁରାତନ ବନଦୁର୍ଗା ମେଢ଼ ଭିତରେ ନିଜକୁ ସୀମିତ କରି ରଖିଦେଇଥିଲେ। ତେବେ କାଚରା ସମାଜର ଯୁବବର୍ଗ ନିଜର ପୁରୁଣା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ୪ ବର୍ଷ ତଳେ ପ୍ରୟାସ ଆରମ୍ଭ କଲେ। ହେଲେ ଏଥିରେ ମଧ୍ୟ ଦାଉ ସାଧିଲା କରୋନା। ଦୁଇବର୍ଷ ଧରି ନିରାଡମ୍ବରରେ ପୂଜା ହୋଇଥିବାବେଳେ ସେମାନେ ଯାତ୍ରାରେ ସାମିଲ ହେବା ସ୍ବପ୍ନ ଧୂଳିସାତ ହୋଇଯାଇଥିଲା। ଚଳିତ ବର୍ଷ କରୋନା ନିୟନ୍ତ୍ରଣରେ ଥିବାରୁ ଯାତ୍ରା ଆଡମ୍ବରରେ ପାଳନ କରାଯାଉଛି। ଏଥିସହ କାଚରା ସମ୍ପ୍ରଦାୟକୁ ପୂର୍ବଭଳି ଗୁରୁତ୍ୱ ଦେବାକୁ ପ୍ରଶାସନ ଓ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି, ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ଚଳିତବର୍ଷ ଅନୁକୂଳ ଯାତ୍ରାରେ କାଚରା ସମାଜର ଗୋଟିଏ ବଳଦ ସାମିଲ ହେବ। ବଳଦକୁ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ବଳଦଯାତ୍ରା ପରିଚାଳନାରେ ପ୍ରଶାସନ ପକ୍ଷରୁ ଯେଉଁ ଦାୟିତ୍ୱ ଦିଆଯିବ, ତାହାକୁ ସୁରାରୁରୂପେ ତୁଲାଇବେ ବୋଲି କାଚରା ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?