୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ମଧୁର ସମ୍ପର୍କର ସ୍ମୃତି ରୋମନ୍ଥନ କରିବାକୁ ଆରମ୍ଭ ହୋଇଥିଲା ଐତିହାସିକ ବଳଦଯାତ୍ରା। କେଉଁ ଆବହମାନ କାଳରୁ ଚାଲିଆସିଥିବା ଏହି ପରମ୍ପରାର ଯାତ୍ରାରେ ପ୍ରାୟ ୫୦ରୁ ୫୫ବର୍ଷ ତଳେ ଘଟିଥିଲା ବଡ଼ ବ୍ୟତିକ୍ରମ। ଏକ ବିବାଦୀୟ ଘଟଣାକ୍ରମେ କାଚରା ସମାଜ ନିଜକୁ ଯାତ୍ରାରୁ ଦୂରେଇ ନେଇଥିଲା। ଫଳରେ ଯାତ୍ରା ଆରମ୍ଭରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ବ୍ୟବସାୟିକ ସମ୍ପ୍ରଦାୟ ଗୁରୁତ୍ୱ ହରାଇଥିଲା। ତେବେ ଦୀର୍ଘ ୪ବର୍ଷର ଦାବି ପରେ ଚଳିତବର୍ଷ ପ୍ରଶାସନ ଏବଂ ଶାନ୍ତି କମିଟି ଉଦ୍ୟମରେ କାଚରା ସମାଜ ଫେରିପାଇଛି ହୃତ ଗୌରବ। ଭଙ୍ଗା ମନ ଯୋଡ଼ିହୋଇଛି। ଏହାସହ ଥୋରିଆ, ବଣିଆଙ୍କ ସହ କାଚରା ସମାଜର ଘଟିଛି ପୁନର୍ମିଳନ।

ଲୁଣ ବ୍ୟବସାୟରୁ ଆରମ୍ଭ ହୋଇଥିଲା ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ତଥା ଢେଙ୍କାନାଳ ଜିଲା ଭୁବନର ପାରମ୍ପରିକ ବଳଦଯାତ୍ରା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଥୋରିଆ, ବଣିଆ ଏବଂ କାଚରା ସମ୍ପ୍ରଦାୟ। ତେବେ ଦୀର୍ଘ ୫୦ରୁ ୫୫ବର୍ଷ ତଳେ ଯାତ୍ରା ପରିଚାଳନାକୁ ନେଇ ସୂତ୍ରପାତ ହୋଇଥିବା ବିବାଦ, ଯାହା ପରବର୍ତ୍ତୀ ସମୟରେ ଜଟିଳ ରୂପ ନେବାକୁ ଲାଗିଲା। ସାମ୍ପ୍ରଦାୟିକ ସଦ୍‌ଭାବନା ବ୍ୟାହତ ହେବା ଆଶଙ୍କା ଥିବାରୁ କାଚରା ସମାଜ ବଳଦଯାତ୍ରାରୁ ନିଜକୁ ଦୂରେଇ ରଖିଥିଲା। ଅନୁକୂଳ ଏବଂ ଭସାଣି ଶୋଭାଯାତ୍ରାରେ ଯଦିଓ ସମ୍ପ୍ରଦାୟର ବଳଦ ସାମିଲ ହେଉଥିଲେ, ତଥାପି ପୂର୍ବଭଳି ଆଉ ସେମାନଙ୍କୁ ଗୁରୁତ୍ୱ ମିଳିଲାନାହିଁ। ତେଣୁ ସେମାନେ ଗ୍ରାମର ସର୍ବପୁରାତନ ବନଦୁର୍ଗା ମେଢ଼ ଭିତରେ ନିଜକୁ ସୀମିତ କରି ରଖିଦେଇଥିଲେ। ତେବେ କାଚରା ସମାଜର ଯୁବବର୍ଗ ନିଜର ପୁରୁଣା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ୪ ବର୍ଷ ତଳେ ପ୍ରୟାସ ଆରମ୍ଭ କଲେ। ହେଲେ ଏଥିରେ ମଧ୍ୟ ଦାଉ ସାଧିଲା କରୋନା। ଦୁଇବର୍ଷ ଧରି ନିରାଡମ୍ବରରେ ପୂଜା ହୋଇଥିବାବେଳେ ସେମାନେ ଯାତ୍ରାରେ ସାମିଲ ହେବା ସ୍ବପ୍ନ ଧୂଳିସାତ ହୋଇଯାଇଥିଲା। ଚଳିତ ବର୍ଷ କରୋନା ନିୟନ୍ତ୍ରଣରେ ଥିବାରୁ ଯାତ୍ରା ଆଡମ୍ବରରେ ପାଳନ କରାଯାଉଛି। ଏଥିସହ କାଚରା ସମ୍ପ୍ରଦାୟକୁ ପୂର୍ବଭଳି ଗୁରୁତ୍ୱ ଦେବାକୁ ପ୍ରଶାସନ ଓ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି, ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ଚଳିତବର୍ଷ ଅନୁକୂଳ ଯାତ୍ରାରେ କାଚରା ସମାଜର ଗୋଟିଏ ବଳଦ ସାମିଲ ହେବ। ବଳଦକୁ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ବଳଦଯାତ୍ରା ପରିଚାଳନାରେ ପ୍ରଶାସନ ପକ୍ଷରୁ ଯେଉଁ ଦାୟିତ୍ୱ ଦିଆଯିବ, ତାହାକୁ ସୁରାରୁରୂପେ ତୁଲାଇବେ ବୋଲି କାଚରା ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri