ଚନ୍ଦ୍ରକୁ ନିଜ ଡିଏନଏ ପଠାଇବେ ଏହି ବ୍ୟକ୍ତି, ମହାକାଶରେ ମିଳିବ ଜୀବସତ୍ତାର ସନ୍ଧାନ

ଓ୍ବାଶିଂଟନ୍‌,୨୫।୧୧: ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ଲକ୍ଷ ୮୪ହଜାର ୪ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ। ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ ଆଗକୁ ମଣିଷ ମଧ୍ୟ ଚନ୍ଦ୍ରକୁ ଯିବାକୁ ବୈଜ୍ଞାନିକମାନେ ଯୋଜନା କରୁଛନ୍ତି। ବର୍ତ୍ତମାନ ସେଠାକୁ ମଣିଷର ଡିଏନଏ ଯିବାକୁ ଯୋଜନା ପ୍ରସ୍ତୁତ ହେଉଛି। ମହାକାଶକୁ ଆହୁରି ଜାଣିବାର ଅଭିପ୍ରାୟକୁ ନେଇ ୮୬ବର୍ଷିିୟ ଫିଜିକ୍ସ ପ୍ରଫେସର କେନେଥ ଓମ୍‌ ଚନ୍ଦ୍ରକୁ ନିଜ ଡିଏନଏ ପଠାଇବା ପାଇଁ ସବୁ ପ୍ରସ୍ତୁତି ଶେଷ କରିଛନ୍ତି। ମହାକାଶରେ ଥିବା ଅନ୍ୟ ସଭ୍ୟତା ତାଙ୍କ ଡିଏନଏକୁ ଖୋଜି ବାହାର କରି ପାରିବ ବୋଲି ସେ ଆଶାବାଦୀ ଅଛନ୍ତି। ଏହାଦ୍ୱାରା ଅଲଗା ଦୁନିଆର ଜୀବସତ୍ତାର ସନ୍ଧାନ ମିଳିପାରିବ।

ପ୍ରଫେସର ଓମଙ୍କ ପିଲାଟି ବେଳୁ ମହାକାଶ ବିଷୟରେ ଜାଣିବାକୁ ଅହେତୁକ ଇଚ୍ଛା ରହିଛି। ନାସାରେ ମହାକାଶଚାରୀ ହେବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ସେ ୬ଫୁଟ ୨ଇଞ୍ଚ ଉଚ୍ଚତା ହୋଇଥିବାରୁ ତାଙ୍କର ଏହି ସ୍ବପ୍ନ ସତ ହୋଇପାରୁ ନ ଥିଲା। ରିପୋର୍ଟ ଅନୁସାରେ, ସେ ଚନ୍ଦ୍ର ଓ ମଧ୍ୟପଶ୍ଚିମ ଜୀବନ ଉପରେ ଅନେକ ପୁସ୍ତକ ଲେଖିବା ସହ ୫୦ବର୍ଷ ଧରି ଶିକ୍ଷକତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri