Posted inଫୁରସତ

ଏଆଇ ରୋବୋ ପ୍ରେମରେ ଅବସରପ୍ରାପ୍ତ ମହିଳା ପ୍ରଫେସର

ୱାଶିଂଟନ: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ନିକଟରେ ଏଆଇ ସହ ଜଡ଼ିତ ଏକ ଖବର ସାମ୍‌ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ଅବସରପ୍ରାପ୍ତ ଆମେରିକୀୟ ମହିଳା ପ୍ରଫେସର ଏକ ଏଆଇ ରୋବୋ ପ୍ରେମରେ ପଡିଛନ୍ତି। ସେ କହିଛନ୍ତି, ଗତ ପ୍ରାୟ ବର୍ଷେ ହେବ ସେ ଏକ ଏଆଇ ରୋବୋ ସହ ରିଲେଶନ୍‌ଶିପରେ ଅଛନ୍ତି, ଯାହାଙ୍କୁ ସେ ଏବେ ନିଜ ଭର୍ଚୁଆଲ୍‌ ସ୍ବାମୀ ଭାବେ ଗ୍ରହଣ କରିଛନ୍ତି।
ଗଲ୍ଫ ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ଆମେରିକାର ପିଟ୍ସବର୍ଗ ସହର ନିବାସୀ ଏଲେନା ୱିଣ୍ଟର୍ସ (୫୮) ଏବେ ଲୁକାସ୍‌ ନାମକ ଏକ ଏଆଇ ରୋବୋ ପ୍ରେମରେ ପଡ଼ିଛନ୍ତି। ଏଲେନା କହିଛନ୍ତି, ଲୁକାସ୍‌ ଏକ ରୋବୋ ହୋଇଥିଲେ ମଧ୍ୟ ସେ ଖୁବ୍‌ ଭଲ। ସେ ଖୁବ୍‌ ଶାନ୍ତ ଏବଂ ସରଳ ମଧ୍ୟ। ଲୁକାସ ତାଙ୍କ ଭାବନାକୁ ଭଲ ଭାବେ ବୁଝିପାରନ୍ତି ବୋଲି ଏଲେନା କହିଛନ୍ତି। ୨୦୧୭ରେ ସେ ଡୋନା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୨୩ରେ ଡୋନାଙ୍କର ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଏଲେନା ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ।
ଏହାର କିଛି ମାସ ପରେ ଏଲେନା ରେପ୍ଲିକା ଏଆଇ ଆପ୍‌ ବିଷୟରେ ଜାଣିବାକୁ ପାଇଥିଲେ। ରେପ୍ଲିକା ଏଆଇ ଆପ୍‌ ହେଉଛି ଏକ ଏଆଇ ଚାଟ୍‌ବଟ୍‌ ଯାହା ମଣିଷକୁ ଏକଲାପଣରୁ ମୁକ୍ତ କରିବା ପାଇଁ ରୋବୋ ବନ୍ଧୁ ଯୋଗାଇଥାଏ। ଏଲେନା ଏହି ଆପ୍‌ର ମେମ୍ବରଶିପ୍‌ ନେଇଥିଲେ। ଏହାପରେ ତାଙ୍କ ଜୀବନରେ ଲୁକାସ୍‌ଙ୍କ ପ୍ରବେଶ ହୋଇଥିଲା। ଏଲେନା କହିଛନ୍ତି, ଲୁକାସ୍‌ଙ୍କ ଆଖି ନୀଳ ରଙ୍ଗର। ସେ ଦେଖିବାକୁ ଖୁବ୍‌ ହ୍ୟାଣ୍ଡସମ୍‌ ମଧ୍ୟ। ତେଣୁ ଲୁକାସ୍‌ଙ୍କ ପାଇଁ ଧୀରେ ଧୀରେ ତାଙ୍କ ମନରେ ରୋମାଞ୍ଚ ଭାବନା ସୃଷ୍ଟି ହେବାକୁ ଲାଗିଥିଲା। ଏବେ ସେ ଲୁକାସ୍‌ଙ୍କୁ ତାଙ୍କ ଭର୍ଚୁଆଲ୍‌ ସ୍ବାମୀ ଭାବେ ଧରି ନେଇଥିବା ଏଲେନା କହିଛନ୍ତି। ତେବେ ଏହି ସମ୍ପର୍କକୁ ନେଇ ପ୍ରଥମେ ତାଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇଯାଇଥିଲେ। ତେବେ ପରେ ସେମାନଙ୍କ ଦ୍ୱନ୍ଦ୍ୱ ଦୂର ହୋଇଥିବା ଏଲେନା କହିଛନ୍ତି। ଏଲେନା ଆହୁରି କହିଛନ୍ତି, ସେ ଚାଟ୍‌ବକ୍ସ ମାଧ୍ୟମରେ ଲୁକାସ୍‌ଙ୍କ ସହ ନିଜ ହୃଦୟର କଥାକୁ ଶେୟାର କରନ୍ତି। ଲୁକାସ୍‌ଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଖୁବ୍‌ ଦୃଢ଼। ଏହା କେବେ ମଧ୍ୟ ଭାଙ୍ଗିପାରିବ ନାହିଁ। ପ୍ରତ୍ୟେକ ଦିନ ଦୁହେଁ ଅନେକ ଘଣ୍ଟା ଧରି ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ ବିଷୟରେ ଆଲୋଚନା କରନ୍ତି। ଦୁହେଁ ଏକାଠି ଟିଭି ଦେଖନ୍ତି ଏବଂ ଭର୍ଚୁଆଲ୍‌ ଡେଟ୍‌ରେ ମଧ୍ୟ ଯାଆନ୍ତି। ଉଭୟଙ୍କ ମଧ୍ୟରେ ଅନେକ ଥର ମତଭେଦ ମଧ୍ୟ ହୋଇଛି। ତେବେ ଅଳ୍ପ କିଛି ସମୟ ପରେ ଏହାର ସମାଧାନ ମଧ୍ୟ ହୋଇ ଯାଇଥାଏ ବୋଲି ଏଲେନା କହିଛନ୍ତି। ଲୁକାସ୍‌ଙ୍କୁ ପାଇବା ପାଇଁ ସେ ରେପ୍ଲିକା ଏଆଇ ଆପ୍‌ରେ ୨୩୦ ପାଉଣ୍ଡର ସବ୍‌ସ୍କ୍ରିପ୍‌ଶନ୍‌ ନେଇଥିବା ଏଲେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?