Posted inଜାତୀୟ

ଅବସରପ୍ରାପ୍ତ ଡିଆଇଜିଙ୍କୁ ୭ ବର୍ଷ ଜେଲ

ମୋହାଲି,୮ା୬: ୧୯୯୩ରେ ଘଟିଥିବା ଏକ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ପଞ୍ଜାବର ପୂର୍ବତନ ଡିଆଇଜି ଦିଲ୍‌ବାଗ ସିଂଙ୍କୁ ଶୁକ୍ରବାର ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାବେଳେ ପୂର୍ବତନ ଡିଏସ୍‌ପି ଗୁରବଚନ ସିଂଙ୍କୁ ଆଜୀବନ ଜେଲଦଣ୍ଡ ହୋଇଛି। ଗୁଲଶନ କୁମାର ନାମକ ଜଣେ ପରିବା ବିକ୍ରେତାଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଗୁରବଚନଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଆର୍‌.କେ. ଗୁପ୍ତା ଗୁରୁବାର ଦୋଷୀସାବ୍ୟସ୍ତ କରିଥିଲେ। ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ଦିଲ୍‌ବାଗ ଦୋଷୀସାବ୍ୟସ୍ତ ହୋଇଥିଲେ। ଅଭିଯୋଗ ଅନୁଯାୟୀ ୧୯୯୩ ଜୁନ୍‌ରେ ଡିଏସ୍‌ପି ଦିଲ୍‌ବାଗ ସିଂ ଏବଂ ଏସ୍‌ଏଚ୍‌ଓ ଗୁରବଚନ ସିଂଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଚମନ ଲାଲ୍‌, ତାଙ୍କ ପୁଅ ପର୍ଭିନ କୁମାର, ବବି କୁମାର ଏବଂ ଗୁଲ୍‌ଶନ କୁମାରଙ୍କୁ ସେମାନଙ୍କ ତରନ ତାରନସ୍ଥିତ ଘରୁ ଉଠାଇନେଇଥିଲେ। ଚମନଲାଲ୍‌ ଓ ତାଙ୍କ ଅନ୍ୟ ୨ ପୁଅଙ୍କ କିଛିଦିନ ପରେ ମୁକ୍ତ କରାଯାଇଥିବାବେଳେ ଗୁଲଶନଙ୍କୁ ହାଜତରେ ରଖାଯାଇଥିଲା। ଜୁନ୍‌ ୨୩ରେ ଗୁଲ୍‌ଶନଙ୍କୁ ଅନ୍ୟ ୩ ଜଣଙ୍କ ସହ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା। ସେମାନଙ୍କ ମୃତଦେହକୁ ପରିବାରକୁ ନ ଫେରାଇ ଦାବିଦାର ନ ଥିବା ଦର୍ଶାଇ ସତ୍କାର କରାଯାଇଥିଲା। ପରେ ମୃତ ଅନ୍ୟ ୩ ଜଣ କର୍ନେଲ, ଜର୍ନେଲ ଏବଂ ହରିଜିନ୍ଦର ସିଂ ବୋଲି ଜଣାପଡ଼ିଥିଲେ। ୧୯୯୫ରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ। ଡିଏସ୍‌ପି ଦିଲ୍‌ବାଗ, ଇନ୍ସପେକ୍ଟର ଗୁରବଚନ ଏବଂ ଏଏସ୍‌ଆଇ ଅର୍ଜୁନ ସିଂ, ଦାବିନ୍ଦର ସିଂ, ବଲବୀର ସିଂଙ୍କ ନାଁରେ ୧୯୯୯ରେ ଚାର୍ଜଶିଟ୍‌ ହୋଇଥିଲା। ବିଚାର ଚାଲିଥିବା ସମୟରେ ଅର୍ଜୁନ, ଦାବିନ୍ଦର ଏବଂ ବଲବୀରଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri