Posted inଜାତୀୟ

ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ କଟକଣା

ନୂଆଦିଲ୍ଲୀ,୧।୮: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଜୁନ୍‌ ୧୫ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବେଜିଂ ବିରୋଧରେ ନୂଆଦିଲ୍ଲୀ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ଭାରତ ସରକାର ଚାଇନାର କେତେକ ମୋବାଇଲ ଆପ୍‌କୁ ରଦ୍ଦ କରିବା ସହ ସେଠାକାର କମ୍ପାନୀଗୁଡ଼ିକୁ ସରକାରୀ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦେଇଥିଲେ। ଏବେ ଘରୋଇ କମ୍ପାନୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ ସରକାର କଟକଣା ଲଗାଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ରଙ୍ଗୀନ ଟିଭି ଆମଦାନୀ ନୀତିରେ ସଂଶୋଧନ କରିଛି। ଜାରି ହୋଇଥିବା ନୋଟିସ ଅନୁଯାୟୀ ରଙ୍ଗୀନ ଟିଭି ଆମଦାନୀକୁ କଟକଣା ବର୍ଗରେ ରଖାଯାଇଛି। ପୂର୍ବରୁ ଏହା ମୁକ୍ତ ବର୍ଗରେ ରହିଥିଲା। ଏଣିକି ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ କରିବାକୁ ହେଲେ ସରକାରଙ୍କଠାରୁ ଲାଇସେନ୍ସ ହାସଲ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ କରୋନାର କେନ୍ଦ୍ରସ୍ଥଳ

ଜେନେଭା,୧୫ା୩ : ୟୁରୋପ ଏବେ ମାରାତ୍ମକ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚ୍‌ଓର...

କୃଷକ ଆନ୍ଦୋଳନ: ସିଙ୍ଘୁ ସୀମାରେ ମୁତୟନ ଦୁଇ ଆଇପିଏସ୍‌ ଅଫିସର କରୋନା ପଜେଟିଭ

ନୂଆଦିଲ୍ଲୀ,୧୧।୧୨: ହରିୟାଣା-ଦିଲ୍ଲୀର ସିଙ୍ଘୁ ସୀମାରେ ଦୀର୍ଘ ୧୬ ଦିନ ହେଲା ଚାଲିଥିବା କୃଷକ ଆନ୍ଦୋଳନଠାରେ ମୁତୟନ ହୋଇଥିବା ଦୁଇ ଆଇପିଏସ୍‌ ଅଫିସର କରୋନାରେ ଆକ୍ରାନ୍ତ। ଦିଲ୍ଲୀ...

ଆସନ୍ତା ମାସରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୧୮।୮: ପିଲାମାନଙ୍କ ଉପରେ କୋଭିଡ୍‌ ଟିକାର ପରୀକ୍ଷା ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏହାର ଫଳାଫଳ ମିଳିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ...

ଗର୍ଭପାତ ସମୟସୀମା ବୃଦ୍ଧି ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୩ା୩(ପି.ଟି.): ହସ୍ପିଟାଲ ଦ୍ୱାରା ଅନୁମୋଦିତ ଗର୍ଭପାତ ପାଇଁ ସର୍ବାଧିକ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବଢ଼ାଇବା ପାଇଁ ଏକ ବିଲ୍‌ ସୋମବାର ଲୋକ ସଭାରେ...

‘ହାଇଡ୍ରୋଜେନ୍‌ ବମ୍‌’ ପକାଇଲେ ନବାବ

ମୁମ୍ବାଇ,୧୦।୧୧: ମୁମ୍ବାଇ କ୍ରୁଜ ଡ୍ରଗ ମାମଲା ଦିନକୁ ଦିନ ବିବାଦ ଭିତରକୁ ଆସିଛି। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଏନସିପି ନେତା ନବାବ ମଲିକ...

ୟୁସିସି ସପକ୍ଷରେ ମନ୍ତବ୍ୟ ଦେଲେ ମୋଦି: ପାକିସ୍ତାନ-ବାଂଲାଦେଶରେ ବି ନାହିଁ ତିନ୍‌ ତଲାକ୍‌…

ଭୋପାଳ,୨୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଭୋପାଳରେ ସେ ‘ମେରା ବୁଥ, ସବସେ ମଜବୁତ’ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ...

ମେଣ୍ଟ ସମ୍ପର୍କିତ ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ: ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡଇଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି...

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା...

Advertisement
Archives

Model This Week