Posted inଜାତୀୟ

ଜୟସାଲମେର ଗଲେ କଂଗ୍ରେସ ବିଧାୟକ

ଜୟସାଲମେର/ଜୟପୁର, ୧।୮(ପି.ଟି.): ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲରେ ଅବସ୍ଥାନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ କଂଗ୍ରେସ ବିଧାୟକମାନଙ୍କୁ ଶୁକ୍ରବାର ତିନୋଟି ଚାର୍ଟାର୍ଡ ବିମାନରେ ଜୟସାଲମେର ପଠାଇଦିଆଯାଇଛି। ଅଗଷ୍ଟ ୧୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ହେବାକୁ ଥିବାବେଳେ ଏହା ପୂର୍ବରୁ ଘୋଡ଼ାବେପାର ଆଶଙ୍କା କରାଯାଉଛି। କଂଗ୍ରେସ ବିଧାୟକମାନଙ୍କୁ ଏକଜୁଟ କରି ରଖିବା ପାଇଁ ସେମାନଙ୍କୁ ଜୟସାଲମେର ପଠାଯାଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ କହିଛନ୍ତି। ଜଣେ ହେଲେ ବିଧାୟକ ଯେପରି ପ୍ରଲୋଭିତ ହୋଇ ଅନ୍ୟ ଶିବିରକୁ ନ ଯାଆନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଏଭଳି ରଣନୀତି ଆପଣାଇଛନ୍ତି। ବିଧାୟକମାନେ ଜୟସାଲମେରରେ ପହଞ୍ଚତ୍ବା ପରେ ସେଠାରୁ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବସ୍‌ ଓ ଅନ୍ୟ ଗାଡ଼ିରେ ହୋଟେଲ ସୂର୍ଯ୍ୟଗଡ଼କୁ ନିଆଯାଇଥିଲା। ଦୀର୍ଘଦିନ ଗୋଟିଏ ହୋଟେଲରେ ରହି ବୋରିଂ ହୋଇଯାଇଥିଲେ ବିଧାୟକ। ସେଥିପାଇଁ ସେମାନଙ୍କୁ ଜୟସାଲମେର ନିଆଯାଉଛି ବୋଲି ବିଧାୟକ ପ୍ରଶାନ୍ତ ବୈରଓ୍ବା ଜୟପୁର ବିମାନ ବନ୍ଦରରେ କହିଥିଲେ। ପ୍ରଥମେ ୫୪ ଜଣଙ୍କୁ ନିଆଯାଇଥିବାବେଳେ ଅନ୍ୟ ବିଧାୟକମାନଙ୍କୁ ଖୁବ୍‌ଶୀଘ୍ର ସ୍ଥାନାନ୍ତର କରାଯିବ। ଅଗଷ୍ଟ ୧୪ରେ ଅଧିବେଶନ ଆରମ୍ଭ ହେଲେ ଆସ୍ଥା ଭୋଟ ଲୋଡ଼ିବେ ବୋଲି ଗେହଲଟ ସୂଚନା ଦେବାର ଦିନକ ପରେ ବିଧାୟକମାନଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ୧୮ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ଜୁଲାଇ ୧୩ରୁ କଂଗ୍ରେସ ବିଧାୟକମାନେ ଜୟପୁର ହୋଟେଲରେ ରହିଥିଲେ।

ଚିଫ୍‌ ହୁଇପ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାଜସ୍ଥାନର ବହିଷ୍କୃତ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ୧୮ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଜୁଲାଇ ୨୪ରେ ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କଂଗ୍ରେସ ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଇନଜୀବୀ ବରୁଣ ଚୋପ୍ରାଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ ହାଇକୋର୍ଟଙ୍କ ରାୟ ଅସାମ୍ବିଧାନିକ ଏବଂ ବେଆଇନ ବୋଲି କୁହାଯାଇଛି। ବାଚସ୍ପତି ସି.ପି. ଜୋଷୀ ମଧ୍ୟ ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ୨୯ରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାଜିଲା ବରଯାତ୍ରୀ, ଥାନାରେ ବିବାହ କଲେ ପ୍ରେମୀଯୁଗଳ

ଭୋପାଳ,୧।୪: ହୋଶଙ୍ଗାବାଦର ମାଲଓ୍ବା ଥାନା ଅଞ୍ଚଳରେ ଏକ ବିବାହ ଚର୍ଚ୍ଚାରେ ରହିଛି। ଏଠାରେ ପ୍ରେମୀଯୁଗଳ ଥାନାରେ ବିବାହ କରିଛନ୍ତି। ପୋଲିସ ବରଯାତ୍ରୀ ଭାବରେ ଯାଇଥିବା ବେଳେ...

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଭାଗିର…

ମୁମ୍ବାଇ,୨୩।୧ : ଆଇଏନଏସ ଭାଗିରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରୋଜେକ୍ଟ ୭୫ ଅନ୍ତର୍ଗତ କଲଭାରି ଶ୍ରେଣୀର ଏହା ହେଉଛି ପଞ୍ଚମ ବୁଡ଼ାଜାହାଜ। ମୁମ୍ବାଇର ନାଭାଲ...

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ...

ବର୍ଷ ଆରମ୍ଭରୁ କଶ୍ମୀରରେ ନିହତ ହେଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର,୮।୧: ନୂଆବର୍ଷ ୨୦୨୨ର ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୧୧ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜୈଶ...

‘ମଦ ପିଅ ଅବା ଗୁଟକା ଖାଅ, ହେଲେ ପାଣିର ମୂଲ୍ୟ ବୁଝ’: ଭାଜପା ଏମପି ଜନାର୍ଦ୍ଦନ ମିଶ୍ରାଙ୍କ ଅଜବ ବୟାନ

ରିବା,୮ ।୧୧: ମଧ୍ୟ ପ୍ରଦେଶ ରିବାର ଏମପି ଜନାର୍ଦ୍ଦନ ମିଶ୍ରା ଏକ ଅଜବ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏମପି ଜନାର୍ଦ୍ଦନ ମିଶ୍ରା କହିଛନ୍ତି,...

ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଭୋପାଳ, ୧୫।୧ : ଏକ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ,ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି। ଏଥିରେ ହସ୍ତକ୍ଷେପକୁ...

୨୦୨୧ରେ ଡାଇବେଟିସ୍‌ ନେଇଛି ୬୭ ଲକ୍ଷ ଜୀବନ…

ବ୍ରସେଲ୍ସ୍‌,୧୪।୧୧: ପୃଥିବୀର ବିଭିନ୍ନ ଦେଶ କରୋନା ମହାମାରୀ ସହ ଲଢୁୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇବେଟିସ୍‌ ସବୁଠାରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର...

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ

ନୂଆଦିଲ୍ଲୀ,୨୫।୩: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଗୁରୁବାର ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହିତ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଆଦି...

Advertisement
Archives

Model This Week