ଡାକ୍ତରଙ୍କୁ ଠିକ୍‌ ସମୟରେ ଦରମା ଦିଅ

ନୂଆଦିଲ୍ଲୀ, ୧।୮(ପି.ଟି.): କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ବେତନ ପ୍ରଦାନ କରିବା ନିର୍ଦ୍ଦେଶନାମାକୁ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ ଓ ତ୍ରିପୁରା ସରକାର ପାଳନ କରୁ ନ ଥିବା ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କୋଭିଡ୍‌-୧୯ ଡ୍ୟୁଟିରେ ଥିବା ଡାକ୍ତର ଓ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀମାନଙ୍କୁ ଯେପରି ଠିକ୍‌ ସମୟରେ ବେତନ ମିଳିବ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ସମୟକୁ ଛୁଟି ବିବେଚନା କରାଯାଇ ସେମାନଙ୍କର ସେହି ସମୟର ବେତନକୁ କଟାଯାଇପାରିବ ନାହିଁ। ଜଷ୍ଟିସ୍‌, ଅଶୋକ ଭୂଷଣ, ଆର୍‌. ସୁଭାଷ ରେଡ୍ଡୀ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଯଦି ରାଜ୍ୟ କାର୍ଯ୍ୟକାରୀ ନ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରିଥିଲେ।
ସୁପ୍ରିମକୋର୍ଟଙ୍କ ଜୁନ୍‌ ୧୭ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ବେତନ ଦେବା ଲାଗି ଜୁନ୍‌ ୧୮ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଅଧିକାଂଶ ରାଜ୍ୟ ଏହାକୁ ଅନୁପାଳନ କରୁଥିବାବେଳେ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ ଓ ତ୍ରିପୁରା ଠିକ୍‌ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଠିକ୍‌ ସମୟରେ ବେତନ ଦେଉ ନ ଥିବା ମେହେଟ୍ଟା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?