କଟକଣା କ୍ଷତି କଲା

ଆକାର ପଟେଲ

ନୀତି ଆୟୋଗ କ’ଣ ଓ ଏହା କି କାମ କରେ ଏ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। କିନ୍ତୁ ଏହାର ମୁଖ୍ୟ ଅମିତାଭ କାନ୍ତ ଭାରତରେ ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ କିଭଳି ବୃଦ୍ଧି କରାଯାଇପାରିବ ତା’ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଭାରତରେ ସାମାଜିକ ଭିତ୍ତିଭୂମି ଯଥା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିବେଶ କରିବା ଲାଗି ସରକାରୀ ଏବଂ ଘରୋଇ ସହଭାଗିତା ଏକ ଭଲ ଉପାୟ। ଏହା ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଗତ ୫ ବର୍ଷ ମଧ୍ୟରେ ଭାରତରେ ନିଯୁକ୍ତି ସଂଖ୍ୟା ଯଥେଷ୍ଟ ହ୍ରାସପାଇଛି; ଯଦିଓ ଜନସଂଖ୍ୟା ବୃଦ୍ଧି ଘଟିଛି। ଦେଖାଯାଇଛି, ଆମେରିକାରେ ଏନ୍‌ଜିଓ କିମ୍ବା ବେସରକାରୀ ସଂସ୍ଥାଗୁଡ଼ିକ କର୍ମଚାରୀ ସଂଖ୍ୟାଦୃଷ୍ଟିରୁ ତୃତୀୟ ବୃହତ୍‌ କ୍ଷେତ୍ର ଭାବେ ଜଣାଶୁଣା। ଆମେରିକାର ୫୦ଟି ରାଜ୍ୟରୁ ୨୪ଟିରେ ଏନ୍‌ଜିଓଗୁଡ଼ିକ ବାସ୍ତବରେ ମାନୁଫାକ୍‌ଚରିଂର ସବୁ ଶାଖାରେ ନିଯୁକ୍ତ ଲୋକଙ୍କଠାରୁ ଅଧିକ ନିଯୁକ୍ତି ଦେଇଥାଏ। ଏଭଳି ସମାନ ପରିସ୍ଥିତି ଇଂଲଣ୍ଡରେ ବି ଦେଖାଯାଇଥାଏ। ୟୁରୋପରେ୧୩% ଚାକିରି ଏନ୍‌ଜିଓ ସେକ୍ଟରରେ ରହିଛି ଓ ଏହି ସଂଖ୍ୟା ୨.୮ କୋଟି। କିନ୍ତୁ ଭାରତରେ ମୋଟ ଚାକିରିର ୧୦%ରୁ କମ୍‌ ଫର୍ମାଲ ସେକ୍ଟର ବା ଓ୍ୟପଚାରିକ କ୍ଷେତ୍ରରେ ରହିଛି।
ଆସନ୍ତୁ ଦେଖିବା,ମୋଦି ସରକାର ପ୍ରାଇଭେଟ୍‌ ସେକ୍ଟର୍‌ର ଏନ୍‌ଜିଓ କ୍ଷେତ୍ରରେ କିଭଳି ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ ବଢ଼ାଇଛନ୍ତି। ୨୦୨୦ରେ ଭାରତରେ ଏନ୍‌ଜିଓ କେଉଁ ଧାରାରେ କାମ କରିବେ ସେଥିପାଇଁ ସରକାର ଏକ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପରିବର୍ତ୍ତନ ଥିଲା, ୨୩,୦୦୦ ଏନ୍‌ଜିଓ ଗ୍ରହଣ କରୁଥିବା ଯେ କଣସି ପ୍ରକାର ବୈଦେଶିକ ଅନୁଦାନ ରାଶି କେବଳ ନୂଆଦିଲ୍ଲୀ ସଂସଦ ମାର୍ଗସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଗ୍ରହଣ କରିପାରିବେ। ଏଥି ସକାଶେ କେବଳ ୧,୪୮୮ ଏନ୍‌ଜିଓ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିଲେ। ଆଉ ଯେଉଁ ଏନ୍‌ଜିଓଗୁଡ଼ିକ ରହିଲେ ସେମାନେ ଏହି ଶାଖାରେ ଆକାଉଣ୍ଟ ଖୋଲି ତାହାକୁ କାର୍ଯ୍ୟକାରୀ କରିବା ଲାଗି ଦିଲ୍ଲୀ ଆସିବେ; ପୁଣି କୋଭିଡ୍‌ ମହାମାରୀ ସମୟରେ। କିନ୍ତୁ ପ୍ରାଇଭେଟ ସେକ୍ଟରର ଅନ୍ୟ କୌଣସି କ୍ଷେତ୍ରକୁ ଏହା କରିବାକୁ କୁହାଯାଇନାହିଁ। ଅନ୍ୟପକ୍ଷରେ କର୍ପୋରେଟ୍‌ଗୁଡ଼ିକ ଭାରତରେ ଯେ କୌଣସି ବ୍ୟାଙ୍କ୍‌ରେ ବୈଦେଶିକ ଅର୍ଥ ଗ୍ରହଣ କରିବାର ପ୍ରାବଧାନ ରହିଛି। ଏହି ଏନ୍‌ଜିଓଗୁଡ଼ିକ ମଧ୍ୟରୁ ୪୬% ଏଫ୍‌ସିଆରଏ ଲାଇସେନ୍‌ସ ଥାଇ ମଧ୍ୟ ୨୦୧୮-୧୯ରେ କୌଣସି ବୈଦେଶିକ ମୁଦ୍ରା ଗ୍ରହଣ କରି ନ ଥିଲେ। ଆଉ ୪୧% ଏନ୍‌ଜିଓ ୧ କୋଟି ଟଙ୍କାରୁ କମ୍‌ ପାଇଥିଲେ। ଦ୍ୱିତୀୟ ପରିବର୍ତ୍ତନରେ ସରକାର କହିଥିଲେ ଯେ,ଏନ୍‌ଜିଓଗୁଡ଼ିକ ପାଇଥିତ୍ବା ମୋଟ ରାଶିରୁ ୨୦% ସରକାରଙ୍କ ନିର୍ଦ୍ଧାରିତ ‘ପ୍ରଶାସନିକ ବ୍ୟୟ’ ବାବଦରେ ଖର୍ଚ୍ଚ କରିପାରିବେ। ଏହିସବୁ ଉପରେ ୨୦%ରୁ ବେଶି ଖର୍ଚ୍ଚ କରାଯାଇପାରିବ ନାହିଁ। ତୃତୀୟରେ, ପ୍ରାପ୍ତ ଅନୁୁଦାନ ରାଶିକୁ ଗୋଟିଏ ଏନ୍‌ଜିଓ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଛୋଟ ଛୋଟ ଏନ୍‌ଜିଓଗୁଡ଼ିକୁ ପାଣ୍ଠି ଆବଣ୍ଟନରେ ଉପଯୋଗ କରିବା ଲାଗି ବାରଣ କରାଯାଇଛି। ଏହାଦ୍ୱାରା ଛୋଟ ଏନ୍‌ଜିଓଗୁଡ଼ିକ ଟଙ୍କା ପାଇବାରୁ ବଞ୍ଚିତ ହେଲେ। ଏହି ନିୟମ ପୂରା ସେକ୍ଟରକୁ କ୍ଷତି ପହଞ୍ଚାଇବ, କାରଣ ବହୁ ଅଞ୍ଚଳରେ ଏନଜିଓଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଯୋଗିତା କି ସହଯୋଗ କରିିବେ ନାହିଁ। ଅଶୋକ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୪୧୦୭ ଛୋଟ ଏନ୍‌ଜିଓ ମଧ୍ୟରୁ ଅଧା ଯେଉଁମାନେ ୨୦୧୮-୧୯ରେ ମାତ୍ର ୭.୬ ଲକ୍ଷ ଟଙ୍କା ପାଇଥିଲେ, ସେମାନେ ଏହି ନିୟମରେ ଏବେ ସେତକ ବି ପାଇବେ ନାହିଁ। ଏହାବାଦ୍‌ ଅନ୍ୟସବୁ ପରିବର୍ତ୍ତନ କରାଯାଇଛି। ତେବେ ଏଥିରେ ଭାରତର କ’ଣ କ୍ଷତି ହୋଇଛି ସେ ବିଷୟରେ ଆଲୋଚନା କରିବା। ବଡ଼ କଥା ହେଉଛି କୋଭିଡ୍‌ ଦ୍ୱିତୀୟ ଲହର ଯେତେବେଳେ ଭାରତକୁ ପ୍ରଚଣ୍ଡ ଆଘାତ ହେଲା, ମୋଦି ସରକାର ସେହିସବୁ ଏନ୍‌ଜିଓଗୁଡ଼ିକୁ ସାହାଯ୍ୟ ପାଇଁ କହିଲେ। ବିବିସି ତା’ନ୍ୟୁଜ୍‌ନାଇଟ୍‌ ଶୋ’ରେ କହିଥିଲା ଯେ, ନୂଆ ନିୟମ ଯୋଗୁ ୧୦ଟି ଏନ୍‌ଜିଓ ଚିକିତ୍ସା ସହାୟତା ଯୋଗାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଭାରତରେ ହସ୍ପିଟାଲ ଏବଂ ଚାରିଟେବଲ ଟ୍ରଷ୍ଟଗୁଡ଼ିକ ପରିବର୍ତ୍ତିତ ନିୟମ ଯୋଗୁ ବିଦେଶରୁ ଡୋନର୍‌ଙ୍କଠାରୁ କୋଭିଡ୍‌ ରିଲିଫ ସାମଗ୍ରୀ ପାଇପାରିଲେ ନାହିଁ। ଏହାଦ୍ୱାରା ମୁଖ୍ୟତଃ ଗ୍ରାମାଞ୍ଚଳ ପାଇଁ ଅକ୍ସିଜେନ ପ୍ଲାଣ୍ଟ୍‌ ଏବଂ କନ୍‌ସେନ୍‌ଟ୍ରେଟର ପ୍ରତିଷ୍ଠା କରିବାର ଡୋନର୍‌ମାନଙ୍କ ଯୋଜନାକୁ କ୍ଷତି ପହଞ୍ଚତ୍ଲା। ଏପରି କି ଅକ୍ସିଜେନ ଅଭାବରୁ ଯେଉଁ ହସ୍ପିଟାଲରେ ଦୁଇ ଡଜନ ଲୋକଙ୍କର ମୃତ୍ୟୁ ଘଟିଥିଲା, ନିୟମ କାରଣରୁ ସେଠାକୁ ଡୋନର୍‌ମାନେ ଏକ ଅକ୍ସିଜେନ ଉପତ୍ାଦନ ପ୍ଲାଣ୍ଟ ପଠାଇ ପାରିଲେ ନାହିଁ। ଏନ୍‌ଜିଓ ନିୟମ ‘ଫରେନ୍‌ କନ୍‌ଟ୍ରିବୁଶନ ରେଗୁଲେଶନ ଆକ୍ଟ’(ଏଫ୍‌ସିଆର୍‌ଏ)ରେ ବିନା ପଞ୍ଜୀକୃତରେ କୌଣସି ସଂସ୍ଥା ବୈଦେଶିକ ସାହାଯ୍ୟ ,ଏପରି କି ଓ୍ୟଷଧ କିମ୍ବା ଜୀବନ ରକ୍ଷାକାରୀ ଉପକରଣ ପାଇଲେ ନାହିଁ। ଏଫସିଆର୍‌ଏର ଅତି କଠୋର ନିୟମରେ ରହିଛି ଯେ, ଟ୍ରଷ୍ଟ ବା ସଂସ୍ଥା ବୈଦେଶିକ ଅନୁଦାନକୁ ଯେଉଁ କ୍ଷେତ୍ରରେ ଉପଯୋଗ କରିବାକୁ ପଞ୍ଜୀକରଣ ସମୟରେ ଚାହଁିଛି ତାହା ତା’ର ସେହି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଖର୍ଚ୍ଚ ହେବା ଦରକାର । ଅର୍ଥାତ୍‌, ଏନଜିଓ ନିର୍ଦ୍ଦିଷ୍ଟ ଭାବେ ଯଦି ଶିକ୍ଷା କ୍ଷେତ୍ରରେ ଅନୁଦାନ ଖର୍ଚ୍ଚ କରିବାକୁ ପଞ୍ଜୀକୃତ ହୋଇଛି , ତେବେ ତାହା ପ୍ରାପ୍ତ ଅନୁଦାନ ରାଶିକୁ ଭେଣ୍ଟିଲେଟର କିଣିବାରେ ଲଗାଇପାରିବ ନାହିଁ। ଏଭଳି କଟକଣା ମଧ୍ୟ ପ୍ରାଇଭେଟ ସେକ୍ଟରର କୌଣସି ଭାଗରେ ଲାଗୁ କରାଯାଇନାହିଁ। କଟକଣା କେବଳ ଭାରତର ଏନଜିଓଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ଏପରି କି ଏହି କଟକଣା ଦେଶର ବହୁ କ୍ଷତି କରିଛି, ଯାହା ମହାମାରୀ ସମୟରେ ପଦାକୁ ଆସିଛି।
ଏନ୍‌ଜିଓଗୁଡ଼ିକ ଭାରତରେ କିଭଳି ସହଜରେ କାର୍ଯ୍ୟକରିବେ ତା’ଉପରେ ଯଦି ସରକାର ଗୁରୁତ୍ୱ ଦେବାକୁ ଚାହଁୁଛନ୍ତି ,ତେବେ ଏଥିତ୍ପାଇଁ ଗୋଟିଏ ସହଜ ବାଟ ରହିଛି। ଏନ୍‌ଜିଓ ସେକ୍ଟର ପ୍ରତି ସରକାର ଲଗାତର ଯାହା କରିଆସୁଛନ୍ତି ତାହାକୁ ବନ୍ଦ କରିବାକୁ ପଡ଼ିବ ଓ ଅନ୍ୟ ପ୍ରାଇଭେଟ ସେକ୍ଟର ଭଳି ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ହେବ। ସରକାର ଆମେରିକା, ଇଂଲଣ୍ଡ ଏବଂ ୟୁରୋପର ବ୍ୟବସ୍ଥାକୁ ଲକ୍ଷ୍ୟ କରିବା ଉଚିତ। କେଉଁଥିରେ ଅଧିକ ଲାଭ ହେବ ସେ ସମ୍ପର୍କରେ ବିଚାର କରିବା ଆବଶ୍ୟକ। ଏହାବାଦ୍‌ ଅର୍ଥବ୍ୟବସ୍ଥା, ନିଯୁକ୍ତି ଓ ସମାଜର ଉନ୍ନତି ପାଇଁ ଏନ୍‌ଜିଓ ସେକ୍ଟରକୁ ମଜଭୁତ କରିବାକୁ ପଡ଼ିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?