ପୁନରୁଦ୍ଧାର ହେଉଛି ବୌଦ୍ଧପୀଠ ଲାଙ୍ଗୁଡ଼ି

କାଏମା,୬ା୧୦(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜାପୁର ଓ ପାଟପୁର ପଞ୍ଚାୟତ ମଧ୍ୟଭାଗରେ ଥିବା ଲଙ୍ଗୁଡ଼ି ପାହାଡ଼ର ପୁନରୁଦ୍ଧାର କରାଯାଉଛି। ଏହି କାର୍ଯ୍ୟ ୨୦୨୩ ଜାନୁୟାରୀରୁ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା କାର୍ଯ୍ୟ ସରିବ। ଏହାପରେ ଉକ୍ତ ପାହାଡ଼ ପୂର୍ବଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସୂଚନା ମିଳିଛି।
ରାଜ୍ୟର ପ୍ରସିଦ୍ଧ ବୌଦ୍ଧପୀଠଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ୨୦୧୪ରେ ଏହା ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିଲା। ଐତିହାସିକ ଓ ଗବେଷକ କୁହନ୍ତି, ଏଠାରେ ଅଶୋକ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ। ଏହାର ଐତିହାସିକ ଗୁରୁତ୍ୱକୁ ଉପଲବ୍ଧି କରି ପରବର୍ତ୍ତୀ ସମୟରେ ଲାଙ୍ଗୁଡିକୁ ପୁଷ୍ପଗିରି ବିହାର ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଲାଙ୍ଗୁଡ଼ି ବୌଦ୍ଧ ବିହାର ଅଢ଼େଇ ହଜାର ବର୍ଷର ଇତିହାସ ବହନ କରୁଥିବା କୁହାଯାଏ। ଦେଶବିଦେଶର ପର୍ଯ୍ୟଟକ, ବୌଦ୍ଧ ଧର୍ମାବଲମ୍ବୀ ଓ ଗବେଷକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଓଟିଡିସି ପକ୍ଷରୁ ୨୦୦୮ରେ ପର୍ଯ୍ୟଟନର ବିକାଶ ନିମନ୍ତେ ବୌଦ୍ଧ ଶିକ୍ଷାକେନ୍ଦ୍ର କରାଯାଇଥିଲା। ମାର୍ବଲରେ ଶ୍ରେଣୀଗୃହ, ଗୋଦାମ ଗୃହ ଓ ରୋଷେଇ ଗୃହ ଆଦି ନିର୍ମାଣ କରାଯାଇଥିଲା। ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ଚନ୍ଦ୍ରଗିରିସ୍ଥିତ ମହାବିଦ୍ୟାଲୟକୁ ଦାୟିତ୍ୱ ପ୍ରଦାନ ଦିଆଯାଇଥିଲା। ୨୦୧୫ରୁ୨୦୧୭ ଯାଏ ଏଠାରେ ଶିକ୍ଷା ଦିଆଯାଇଥିଲା। କିନ୍ତୁ ସେ ଅଞ୍ଚଳର କେତେଜଣ ଅସାମାଜିକ ଲୋକ ହଇରାଣ ହରକତ କରିବା ହେତୁ ଶିକ୍ଷା ସମ୍ପନ୍ନ ପରେ ବୌଦ୍ଧ ଧର୍ମାବଲମ୍ବୀ ଏହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ପରେ ରକ୍ଷଣାବେକ୍ଷଣ ଅଭାବରୁ ଲାଙ୍ଗୁଡି ପାହାଡ଼ ଭୂତକୋଠି ପାଲଟି ଯାଇଥିଲା। ଶ୍ରୀହୀନ ହୋଇଯାଇଥିଲା ବୌଦ୍ଧ ବିହାର। କୋଟିକୋଟି ଟଙ୍କାରେ ନିର୍ମିତ ଷ୍ଟଡି ସେଣ୍ଟର, ରୋଷେଇ ଘର, ଡାଇନିଂ ଓ ପାନ୍ଥଶାଳା ଆଦି ଭାଙ୍ଗି ଚୂରମାର ହୋଇଯାଇଥିଲା। ଏଥିରେ ଥିବା ସଟର, କବାଟ, ଝରକା, ବୈଦ୍ୟୁତିକ ସରଞ୍ଜାମ ଓ ଲୁହା ଗେଟ୍‌ ସବୁକୁ ଦୁର୍ବୃତ୍ତ ତାଡ଼ି ନେଇ ଯାଇଥିଲେ। ଶୌଚାଳୟ ଉପକରଣ ମଧ୍ୟ ଛାଡ଼ି ନ ଥିଲେ। ସେବେଠୁ ଦିନକୁଦିନ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଏହାଉପରେ ଡିସେମ୍ବର ୫ରେ ‘ଅଲୋଡ଼ା ହୋଇଛି ବୌଦ୍ଧ ପୀଠ ଲାଙ୍ଗୁଡି’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପୂର୍ବରୁ ବିପୁଳ ଟଙ୍କା ବ୍ୟୟରେ ଲାଙ୍ଗୁଡ଼ିର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କୋହଳ ଯୋଗୁ ତାହା ଧ୍ୱଂସ ହୋଇଯାଇଥିଲା। ଏବେ ଏହାର ସୁରକ୍ଷା ନିମନ୍ତେ ଧର୍ମଶାଳାର ଯୁବ ସଂଗଠକ ଆଲୋକ ଜେନାସାମନ୍ତଙ୍କ ନେତୃତ୍ୱରେ ‘ଲାଙ୍ଗୁଡ଼ି ସୁରକ୍ଷା ମଞ୍ଚ’ ଗଠିତ ହୋଇଛି। ଆଗାମୀ ଦିନରେ କିଭଳି ଏହାକୁ ସୁରକ୍ଷା ଦିଆଯିବା ସହ ଆହୁରି ଉନ୍ନତି କରାଯାଇପାରିବ ସେଥିପାଇଁ ପଞ୍ଚାୟତର ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଶିକ୍ଷକ, ଯୁବକ, ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ପଞ୍ଚାୟତବାସୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ସର୍ବସମ୍ମତିକ୍ରମେ ଜେନାସାମନ୍ତ ସୁରକ୍ଷା ମଞ୍ଚର ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ସଭାପତି ଜେନାସାମନ୍ତ କହିଛନ୍ତି, ଏଠାରୁ ଆବିଷ୍କୃତ ଅନେକ ବିରଳ ବୌଦ୍ଧମୂର୍ତ୍ତିକୁ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରାଯାଇଛି। ଦକ୍ଷିଣପୂର୍ବ ନୌବାଣିଜ୍ୟ କେନ୍ଦ୍ର ଓ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଏହି ପାହାଡ଼ରୁ ଅନେକ କୀର୍ତ୍ତିରାଜି ଖନନ ମଧ୍ୟ ହୋଇଛି। ଆଉ ଯେପରି ଏହା ଅଲୋଡ଼ା ନ ହେବ ସେ ଦିଗରେ ନଜର ରଖାଯିବ। ଏହି ଐତିହାସିକ ବୌଦ୍ଧ ପୀଠର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ପୂର୍ବଠାରୁ ଅଧିକ ଆକର୍ଷଣ କରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?