Posted inଜାତୀୟ

କଶ୍ମୀରକୁ ଫେରାଅ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୩:ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ଦାବିକୁ ଜାତୀୟ ସ୍ତରର ବିରୋଧୀ ନେତାମାନେ ଗୁରୁବାର ସମର୍ଥନ କରିଛନ୍ତି। ଏଥିସହ ଏହି ପ୍ରାକ୍ତନ ରାଜ୍ୟରେ ଅବିଳମ୍ବେ ବିଧାନସଭା ନିର୍ବାଚନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏପରି କି ବିରୋଧୀ ଦଳଗୁଡ଼ିକର ନେତାମାନେ ଆସନ୍ତା ମେ’ରେ କଶ୍ମୀରବାସୀଙ୍କ ସମର୍ଥନରେ ଶ୍ରୀନଗର ଗସ୍ତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ମୁଖ୍ୟ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ୍‌ କ୍ଲବ୍‌ରେ କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି, ସିପିଆଇଏମ୍‌, ଆର୍‌ଜେଡି, ଏସ୍‌ପି, ଏଏପି ସମେତ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ସାକ୍ଷାତ କରିଛନ୍ତି। ପରେ ସେମାନେ ଭାରତର ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ବିଧାନସଭା ନିର୍ବାଚନ କରାଇବା ପାଇଁ ଏକ ସ୍ମାରକପତ୍ର ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି, ସବୁ ବିରୋଧୀ ଦଳର ନେତାମାନେ ଶ୍ରୀନଗର ଗସ୍ତକରି ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ସମର୍ଥନ ଜଣାଇବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ କହିଛନ୍ତି, ନିର୍ବାଚନ ବିଳମ୍ବ କରାଇବାର କୌଣସି ଯଥାର୍ଥତା ନାହିଁ ବୋଲି ସମସ୍ତ ବିରୋଧୀ ଦଳ ଏକମତ। ଜମ୍ମୁ-କଶ୍ମୀରରେ ୨୦୧୪ରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ୫ ବର୍ଷ ଧରି ଏହି କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନିର୍ବାଚିତ ସରକାର ନାହିଁ। ଏହି ସ୍ଥଳେ ସାଧାରଣ ଲୋକଙ୍କ ପ୍ରତି ଉତ୍ତରଦାୟୀ ନ ଥିବା ଅମଲାତନ୍ତ୍ରକୁ ସରକାର ଚଳାଇବାକୁ ଦିଆଯାଇଛି। ଫଳରେ କଶ୍ମୀରବାସୀ ସମ୍ବିଧାନ ପ୍ରଦତ୍ତ ନିଜ ମୌଳିକ ଓ ଗଣତାନ୍ତ୍ରିକ ଅଧିକାରଗୁଡ଼ିକରୁ ବଞ୍ଚତ୍ତ ହୋଇଛନ୍ତି। ପଞ୍ଚାୟତ ସମେତ ଅନ୍ୟ ସ୍ଥାନୀୟ ନିର୍ବାଚନଗୁଡ଼ିକ କେବେ ହେଲେ ବିଧାନସଭା ଭୋଟର ବିକଳ୍ପ ନୁହେଁ। ଏହି ସମସ୍ତ ବିଷୟ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କୁ କୁହାଯାଇଛି। ସିଇସି ନିର୍ବାଚନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଏହି ପ୍ରସଙ୍ଗରେ କମିଶନ ଖୁବ୍‌ଶୀଘ୍ର ଏକ ବୈଠକ ଡାକିବେ ବୋଲି ଫାରୁକ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ମାରକପତ୍ରରେ ପାଓ୍ବାଙ୍କର ସମେତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଏଏପି ନେତା ସଞ୍ଜୟ ସିଂ ପ୍ରମୁଖ ସ୍ବାକ୍ଷର କରିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ସେବେଠୁ ଅଦ୍ୟାବଧି ରାଜ୍ୟ ମାନ୍ୟତା ଫେରସ୍ତ ଏବଂ ନିର୍ବାଚନ କରାଇବା ଦାବି ନେଇ ଏହା ହେଉଛି ସବୁଠୁ ବଡ଼ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?