ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ଲୋଡ଼ା

ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ବିଷୟ ଆଲୋଚନା ପୂର୍ବରୁ ଆମେ ଜାଣିବା ଦରକାର ଯେ ଏ ପୁଷ୍ପଗିରି ବିଶ୍ବବିଦ୍ୟାଳୟ କ’ଣ? କେଉଁଠି ଥିଲା ଓ କେବେ ଥିଲା? ପୁଷ୍ପଗିରି ବିଶ୍ବବିଦ୍ୟାଳୟ ହେଉଛି ଆଧୁନିକ ଭାରତର ସର୍ବପ୍ରାଚୀନ ବିଶ୍ବବିଦ୍ୟାଳୟ। ଅର୍ଥାତ୍‌ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ଯେତେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି, ସେଗୁଡ଼ିକ ମଧ୍ୟରୁ ପ୍ରାଚୀନତମ ବିଶ୍ୱବିଦ୍ୟାଳୟ ହେଉଛି ପୁଷ୍ପଗିରି। ଏହା ଓଡ଼ିଶା (ତତ୍କାଳୀନ କଳିଙ୍ଗ ରାଜ୍ୟ) ଯାଜପୁର ଜିଲାର ଲାଙ୍ଗୁଡ଼ି ପାହାଡ଼ରେ ଅବସ୍ଥିତ ଥିଲା। ଏହା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସ୍ଥାପିତ ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଏହା କଳିଙ୍ଗ ଯୁଦ୍ଧ ପୂର୍ବରୁ ନିର୍ମିତ ହୋଇଥିଲା। ମାତ୍ର ଆଉ କେତେକ ବିଶେଷଜ୍ଞ ମତଦିଅନ୍ତି, ମଗଧ ସମ୍ରାଟ୍‌ ଅଶୋକ କଳିଙ୍ଗ ବିଜୟ ଲାଭ କଲାପରେ ଏହାର ନିର୍ମାଣ କରିଥିଲେ। କେହି କେହି ଗବେଷକ ଏହା ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ବହୁ ପୂର୍ବରୁ ସ୍ଥାପିତ ହୋଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଯାହାହେଉନI କାହିଁକି, ଏହା ସେତେବେଳେ ବିଶ୍ୱ ପ୍ରସିଦ୍ଧି ଲାଭ କରିଥିଲା ବୋଲି ନିଃସନ୍ଦେହରେ କୁହାଯାଇପାରେ। ଏଠାରେ ଯୋଗାଚାର, କାଳଚକ୍ରଯାନ, ବଜ୍ରଯାନ, ସହଜଯାନ ଓ ତନ୍ତ୍ର ବିଜ୍ଞାନ ବିଷୟରେ ଶିକ୍ଷା ଦିଆଯାଉଥିଲା ଏବଂ ଭୌମକର ସମୟରେ ଏହା ଆନ୍ତର୍ଜାତିକ ଖ୍ୟାତିର ଶୀର୍ଷରେ ପହଞ୍ଚିଥିଲା। ଭାରତ ଓ ଭାରତ ବାହାରୁ ଅଗଣିତ ଛାତ୍ର ଏହି ବିଶ୍ୱବିଦ୍ୟାଳୟକୁ ଆସୁଥିଲେ ଉଚ୍ଚତର ଅଧ୍ୟୟନ ପାଇଁ। ଛାତ୍ରୀଛାତ୍ରମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି ଅଧିକ ଉଚ୍ଚତର ଅଧ୍ୟୟନ ପାଇଁ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଆସୁଥିଲେ। ପୁଷ୍ପଗିରିର ଅଧ୍ୟୟନ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଚାଇନା ପରିବ୍ରାଜକ ହୁଏନ୍‌ସା (ଖ୍ରୀଷ୍ଟାବ୍ଦ ୬୦୨ରୁ ୬୬୪) ଲେଖିଛନ୍ତି ଯେ, ସେ ପୁଷ୍ପଗିରି ପରିଦର୍ଶନ କରି ବିସ୍ମୟରେ ଅଭିଭୂତ ହୋଇଥିଲେ। ସେ ଲେଖିଛନ୍ତି ଏହାର ବିଭିନ୍ନ ଅଂଶ ଯଥା ବିହାର, ସ୍ତୂପ ଓ ଚୈତ ପ୍ରଭୃତି ଯେ ମନୁଷ୍ୟ ନିର୍ମାଣ କରିଛି ସେ ବିଶ୍ବାସ କରିପାରୁନଥିଲେ। ତାଙ୍କ ମତରେ ଏହାକୁ ଯକ୍ଷମାନେ ହିଁ ନିର୍ମାଣ କରିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, କେବଳ ପୁଷ୍ପଗିରି ବିଶ୍ବବିଦ୍ୟାଳୟର ପ୍ରଶଂସା ଶୁଣିଥିଲେ, ମାତ୍ର ସ୍ବଚକ୍ଷୁରେ ଦେଖିଲା ପରେ ସେ ବିସ୍ମୟ ଓ ମୋହାଚ୍ଛନ୍ନ ହୋଇ ଭଗବାନ ତଥାଗତଙ୍କୁ ପ୍ରଣତି ଜଣାଇଥିଲେ। ଏହି ବିଶ୍ୱବିଦ୍ୟାଳୟରେ ସେ ସମୟରେ ବିଶ୍ୱବିଖ୍ୟାତ ଜ୍ଞାନୀ ଯଥା ରାହୁଲ ଭଦ୍ର, ଶାନ୍ତରକ୍ଷିତ, ପଦ୍ମ ସମ୍ଭବ, ଇନ୍ଦ୍ରଭୂତି, ଲକ୍ଷ୍ମୀଙ୍କରା, ପୀତୋପାଦ, ସରହପାଦ, କୃଷ୍ଣାଚାର୍ଯ୍ୟ, ବୋଧିଶ୍ରୀ ଓ ନାରୋପା ପ୍ରଭୃତି ଆଚାର୍ଯ୍ୟବୃନ୍ଦ ଅଧ୍ୟାପନା କରୁଥିଲେ। ବୌଦ୍ଧଗ୍ରନ୍ଥ ଅନୁସାରେ କାଳେ ଭଗବାନ୍‌ ବୁଦ୍ଧ ସ୍ବୟଂ ପଦ୍ମନାଭ ନାମରେ ଏଠାରେ ଜନ୍ମ ନେବେ ବୋଲି କହିଥିଲେ। ତେଣୁ ସେ ସମୟର ରାଜା ଏଠାରେ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଥିଲେ।
ବୌଦ୍ଧଶାସ୍ତ୍ର ଅନୁସାରେ ପୁଷ୍ପଗିରିର ଛାତ୍ର ପ୍ରଜ୍ଞା, ଶୁଭାକର ଦେବଙ୍କ ଗ୍ରନ୍ଥ ଓ ଅନ୍ୟାନ୍ୟ ଗ୍ରନ୍ଥ ନେଇ ଚାଇନା ଦେଶରେ ଆଜୀବନ ରହିଥିଲେ ଓ ସେଗୁଡିକୁ ଚାଇନା ଭାଷାରେ ଅନୁବାଦ କରିଥିଲେ। ଆମ ପୂର୍ବପୁରୁଷ ବର୍ତ୍ତମାନ ଭାରତର ସର୍ବପ୍ରାଚୀନ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ପ୍ରତିଷ୍ଠା କରିଥିବାରୁ ଆମେ ସମସ୍ତେ ଗର୍ବ କରିବା ଉଚିତ ଓ ପୁଷ୍ପଗିରି ନାମରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ତା’ର ସର୍ବପ୍ରାଚୀନତାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବା ଦରକାର। ନାଳନ୍ଦା ବିଶ୍ୱବିଦ୍ୟାଳୟ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ବହୁବର୍ଷ ପରେ ଅର୍ଥାତ୍‌ ୪୨୭ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ୧୧୯୭ ମସିହା ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର ସେଠାକାର ସରକାର ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର କରି ସମଗ୍ର ଦେଶରେ ଏହାକୁ ଏକ ପୁରାତନ ଐତିହ୍ୟସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ପରିଣତ କରି ତା’ର ପ୍ରାଚୀନତାକୁ ରକ୍ଷା କରିବାରେ ସମର୍ଥ ହେଲେ। ମାତ୍ର ଆମେ ପୁଷ୍ପଗିରି ବିଶ୍ବବିଦ୍ୟାଳୟକୁ ସଂପୂର୍ଣ୍ଣ ରୂପେ ଭୁଲିଗଲୁ। ଏପରିକି ତା’ ଉପରେ ଅଧିକ ଗବେଷଣା କରିପାରିଲୁ ନIହିଁ।
ପ୍ରାଚୀନ ଭାରତରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଉଚ୍ଚତର ଶିକ୍ଷା, ସୁନ୍ଦର ପରିବେଶ ଓ ସୂକ୍ଷ୍ମ କIରୁକାର୍ଯ୍ୟ ପାଇଁ ବିଶପ୍ରସିଦ୍ଧି ଲାଭ କରିଥିଲା। ମାତ୍ର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହାର ଖନନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ସାରିନାହାନ୍ତି। ଏହି ଖନନ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଆହୁରି ଅନେକ ରୋଚକ ତଥ୍ୟ ସାମ୍‌ନାକୁ ଆସିବ ଓ ଆମର ଐତିହ୍ୟକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର କରିବାରେ ସହାୟକ ହେବ। ଏହାର ସ୍ଥାପନା ଯାହାହେଉନା କାହିଁକି, ମାତ୍ର ଏହା ତୃତୀୟ ଖ୍ରୀଷ୍ଟାବ୍ଦ ପୂର୍ବରୁ ଏକ ବିଖ୍ୟାତ ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ଲାଭ କରିଥିଲା, ଏଥିରେ ଗବେଷକମାନଙ୍କ ମଧ୍ୟରେ ଦ୍ୱିମତ ନାହିଁ। ଆମ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ଅଛି। ସରକାର ମଧ୍ୟ ଦେଶର ଐତିହ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଯେହେତୁ ଭାରତର ସର୍ବପୁରାତନ ବିଶ୍ବବିଦ୍ୟାଳୟ ତକ୍ଷଶିଳା ଏବେ ଭାରତରେ ନIହିଁ, ପାକିସ୍ତାନକୁ ଚାଲିଯାଇଛି, ତେଣୁ ବର୍ତ୍ତମାନ ଭାରତର ସର୍ବପ୍ରIଚୀନ ବିଶ୍ବବିଦ୍ୟାଳୟ, ପୁଷ୍ପଗିରି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କୁଣ୍ଠI ପ୍ରକାଶ କରିବେ ନIହିଁ। ପୁଷ୍ପଗିରି ନାମରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିବ। ଲାଙ୍ଗୁଡ଼ି ପାହାଡ଼ ପାଦଦେଶରେ ଏହାକୁ ପ୍ରତିଷ୍ଠା କରିବା ଆବଶ୍ୟକ। ଏହା ପାଖରେ ଲଳିତଗିରି, ରତ୍ନଗିରି, ଉଦୟଗିରି ପ୍ରଭୃତି ପୁରାତନ ବୁଦ୍ଧସ୍ଥଳୀ ଅଛି । ଏଠାରେ ବୌଦ୍ଧ ଧର୍ମ, ଜୈନ ଧର୍ମ, ସନାତନ ଧର୍ମ, ମହିମା ଧର୍ମ ପ୍ରଭୃତି ପ୍ରାଚୀନ ଧର୍ମରେ ଶିକ୍ଷା ଓ ଗବେଷଣା ସହିତ ତାଳପତ୍ର ପୋଥି, ହିନ୍ଦୁ ଧର୍ମର ବୈଦିକ ପୂଜା ପଦ୍ଧତି, କଳିଙ୍ଗ ଭାସ୍କର୍ଯ୍ୟ ଶୈଳୀରେ ପଥରରେ ମୂର୍ତ୍ତି, ଦେଉଳ ଓ ମୋନାଷ୍ଟ୍ରି ନିର୍ମାଣ, କାଠ କାରୁକାର୍ଯ୍ୟ, ନୌବାଣିଜ୍ୟ ଓ ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ଶିକ୍ଷା ଏବଂ ଗବେଷଣା କରାଯାଇପାରିବ। ବୌଦ୍ଧ ଶିକ୍ଷା ଓ ଗବେଷଣା ଦ୍ୱାରା ଆମେ ଆମ ଐତିହ୍ୟକୁ ଉନ୍ମୋଚନ କରିବା ସହିତ ପୃଥିବୀର ବିଭିନ୍ନ ଦେଶରେ ବାସ କରୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ସହିତ ସଂପର୍କକୁ ମଜଭୁତ କରିପାରିବା ଓ ପର୍ଯ୍ୟଟନ ବୃଦ୍ଧି ଦ୍ୱାରା ଆମ ଲୋକଙ୍କ ପାଇଁ ରୋଜଗାରର ନୂଆ ଅବସର ସୃଷ୍ଟି କରିବାରେ ସକ୍ଷମ ହେବା।
ଆସନ୍ତୁ ଜାଣିବା ପୁରାତନ ଭାରତବର୍ଷରେ କେଉଁ କେଉଁ ବିଶ୍ୱବିଦ୍ୟାଳୟ ଥିଲା ଓ ସେସବୁ କେବେ ଗଢ଼ି ଉଠିଥିଲା। ୧. ତକ୍ଷଶିଳା ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ପାକିସ୍ତାନର ରାଓ୍ବଲପିଣ୍ଡିଠାରେ ଅବସ୍ଥିତ। ।
୨. ପୁଷ୍ପଗିରି ବିଶ୍ବବିଦ୍ୟାଳୟ ଆଧୁନିକ ଭାରତର ସର୍ବପ୍ରାଚୀନ ବିଶ୍ବବିଦ୍ୟାଳୟ। ଏହା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ୩. ନାଳନ୍ଦା ବିଶ୍ୱବିଦ୍ୟାଳୟ ଖ୍ରୀଷ୍ଟାବ୍ଦ ୪୨୭ ମସିହାରେ ଆରମ୍ଭ ହୋଇ ଖ୍ରୀଷ୍ଟାବ୍ଦ ୧୧୯୭ ମସିହା ପର୍ଯ୍ୟନ୍ତ ଚାଲିଥିଲା । ୪. ବିକ୍ରମଶିଳା ବିଶ୍ୱବିଦ୍ୟାଳୟକୁ ରାଜା ଧର୍ମପାଳ (ଖ୍ରୀଷ୍ଟାବ୍ଦ ୭୮୩ରୁ ୯୨୦ ମସିହା)ରେ ସ୍ଥାପନ କରିଥିଲେ। ୫. ଓଦନ୍ତପୁରୀ ବିଶ୍ୱବିଦ୍ୟାଳୟ ବିଶ୍ୱବିଦ୍ୟାଳୟକୁ ପାଳବଂଶର ସମ୍ରାଟ୍‌ ଗୋପାଳ ପାଳ ଅଷ୍ଟମ ଶତାବ୍ଦୀରେ ପ୍ରତିଷ୍ଠା କରିଥିଲେ। ୬. ଜଗଦଳ ବିଶ୍ୱବିଦ୍ୟାଳୟ ଅଧୁନା ବାଂଲାଦେଶରେ ଅବସ୍ଥିତ। ପାଳ ବଂଶର ରାଜା ରାମପାଳ ଖ୍ରୀଷ୍ଟାବ୍ଦ ୧୦୭୭ ରୁ ୧୧୨୦ ମସିହା ମଧ୍ୟରେ ନିର୍ମାଣ କରିଥିଲେ। ୭. ବଲ୍ଲଭୀ ବିଶ୍ୱବିଦ୍ୟାଳୟଗୁଜରାଟର ସୌରାଷ୍ଟ୍ରରେ ଅବସ୍ଥିତ। ଏହା ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇ ପ୍ରାୟ ୧୨୦୦ ମସିହା ପର୍ଯ୍ୟନ୍ତ ଚାଲିଥିଲା। ୮. ସୋମପୁରା ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ବାଂଲାଦେଶରେ ଅବସ୍ଥିତ। ଏହାକୁ ପାଳ ବଂଶର ରାଜା ଧର୍ମପାଳ ଅଷ୍ଟମ ଶତାବ୍ଦୀର ଶେଷଭାଗରେ ନିର୍ମାଣ କରିଥିଲେ। ୯.ନାଗାର୍ଜୁନକୋଣ୍ଡା ବିଶ୍ୱବିଦ୍ୟାଳୟ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ। ତେବେ ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଓଡ଼ିଶାର ଗର୍ବ ଓ ଗୌରବ। ଆସନ୍ତୁ ଆମେ ସମସ୍ତେ ଓଡ଼ିଶାବାସୀ ଏହି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର କରିବା।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri