Posted inଖେଳ

ଏହି ରେଷ୍ଟୁରାଣ୍ଟ ପରସୁଛି ୫ଫୁଟ ଲମ୍ବର ମୋଟେରା ଥାଳି, ପରସାଯାଉଛି ଧୋନୀ, କୋହଲିଙ୍କ ନାମରେ ଖାଦ୍ୟ

ଅହମ୍ମଦାବାଦର କୋର୍ଟୟାଡ ବାଏ ମାରିଅଟ ଭାରତର ୨ଟି ସବୁଠୁ ପ୍ରିୟ କ୍ରିକେଟ ଏବଂ ଖାଦ୍ୟକୁ ୫ ଫୁଟ ଲମ୍ବର ଏକ ପ୍ଲେଟରେ ଏକାଠି କରିବାକୁ ଚେଷ୍ଟା କରିଛି। ଏଠାରେ ଏକ ବିଶେଷ ପ୍ଲେଟ ଆରମ୍ଭ ହୋଇଛି, ଯାହାକି ୫ ଫୁଟ ଲମ୍ବ ଏବଂ ଖେଳାଳିଙ୍କ ନାମରେ ନାମିତ ଖାଦ୍ୟ ରହିଛି। ଏହି ମୋଟେରା ଥାଳି ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଶେଷକରି ପୂର୍ବତନ କ୍ରିକେଟର ତଥା ଓ୍ବିକେଟ କିପର ପାର୍ଥିବ ପଟେଲ ଏହାକୁ ପ୍ରଶଂସା କରିଛନ୍ତି। ପଟେଲ ନିଜ ବନ୍ଧୁଙ୍କ ସହ ପାରମ୍ପରିକ ଗୁଜୁରାଟୀ ପଗଡ଼ି ପିନ୍ଧି ଏହି ଥାଳିକୁ ଗ୍ରହଣ କରିଛନ୍ତି।
ବିଗତ କିଛି ଦିନ ହେବ ବଡ଼ ଥାଳି ଚ୍ୟାଲେଞ୍ଚ ଟ୍ରେଣ୍ଡ କରୁଛି। ଏହି ମୋଟେରା ଥାଳି ଚ୍ୟାଲେଞ୍ଜର ଭିନ୍ନ ନିୟମ ରହିଛି। ଏହି ୫ ଫୁଟର ମୋଟେରା ଥାଳିକୁ ଶେଷ କରିବା ପାଇଁ ବନ୍ଧୁ ଏବଂ ପରିବାର(୪ରୁ ଅଧିକ ନୁହନ୍ତି )ର ସାହାଯ୍ୟ ମଧ୍ୟ ନେଇପାରିବେ।
ଏହି ସ୍ବତନ୍ତ୍ର କ୍ରିକେଟ ଥିମ୍‌ ଥାଳିର ମେନୁରେ କୋହଲି ଖମନ, ପାଣ୍ଡ୍ୟା ପାତ୍ରା, ଧୋନୀ ଖେଚୁଡି, ଭୁବନେଶ୍ୱର ଭର୍ତ୍ତା, ରୋହିତ ଆଳୁ ରଶିଲା, ଶାର୍ଦ୍ଦୁଳ ଶ୍ରୀଖଣ୍ଡ, ବାଉଁଶର ବାସୁନ୍ଦୀ, ହ୍ୟାଟ୍ରିକ ଗୁଜରାଟୀ ହାଲି, ବୁମରା ଭେଣ୍ଡି ଶିମଲାମିର୍ଚ୍ଚ, ହରଭଜନ ହ୍ୟାଣ୍ଡଭୋ ସମେତ ଆହୁରି ଅନେକ ଗୁରୁରାଟୀ ଭୋଜନ ଅନ୍ତର୍ଭୁକ୍ତ। ଏଥିସହ ସ୍ନାକ୍ସ, ରୁଟି, ମିଠା ଆଦି ରହିଛି। ଏହି ଥାଳିକୁ ‘କ୍ରିକେଟ ରସ’ ମହୋତ୍ସବରେ ସାମିଲ କରାଯାଇଥିଲା। ଯାହା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ଭାରତର ଚମତ୍କାର ପ୍ରଦର୍ଶନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଇନିଙ୍କ ଯୋଗୁ ଭାରତୀୟ ଟିମ୍‌ରେ ନୂଆ ସମସ୍ୟା! ବାଧ୍ୟ ହୋଇ ନେଟ୍‌ ବୋଲର୍‌ଙ୍କୁ…

କଲମ୍ବୋ,୨୯।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜିତ ହୋଇଛି ଭାରତ। ଭାରତୀୟ ଦଳ ଏହି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ ହେଁ ହାର୍‌କୁ...

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଲେ ରୋହିତ୍‌ ଶର୍ମା

ଆବୁଧାବି, ୨୩।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୫ମ ମୁକାବିଲାରେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି।...

ଗୋଆ ଅନ୍ତର୍ଜାତୀୟ କରାଟେରେ ଜାହିଦଙ୍କ ସଫଳତା

କଟକ ଅଫିସ,୨୭ା୫- ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ଚାମ୍ପିୟନଶିପ୍‌ରେ କଟକର ମହମ୍ମଦ ଜାହିଦ ସଫଳତା ପାଇଛନ୍ତି । ଜାହିଦ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ...

ଶାସ୍ତ୍ରୀଙ୍କ ଯୋଗୁ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ: ଭାରତୀୟ ଟିମ୍‌ରେ ଗଢ଼ି ଉଠିଛି ନୂଆ ବନ୍ଧୁତା, ହେଉଛି ଏଭଳି…

ନୂଆଦିଲ୍ଲୀ,୩୦।୩: ବିଗତ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ ଖଟା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା।...

କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ, ୬୫ ରନ୍‌ରେ ହାରିଲା…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ମ୍ୟାଚ୍‌ରେ କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ...

ଧୋନୀଙ୍କ ସମର୍ଥନରେ ବାହାରିଲେ ଭାରତୀୟ ଦଳର ବ୍ୟାଟିଂ କୋଚ

ବର୍ମିଂହମ, ୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକୁ ନେଇ ଚାଲିଥିବା ଆଲୋଚନାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ବ୍ୟାଟିଂ...

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ...

ବିସିସିଆଇ ଏଜିଏମ୍‌: ୧୩ରେ ରାଜ୍ୟ ୟୁନିଟ୍‌ଗୁଡ଼ିକ ଏକାଠି ହେବେ

ପୁଣେ,୧୨।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁବନ୍ଧିତ ଆସୋସିଏଶନ ଗୁଡିକ ରବିବାର ଏକ ଅନୌପଚାରିକ ବୈଠକରେ ଏକାଠି ହେବେ। ଏହି ବୈଠକରେ ଆସୋସିଏଶନଗୁଡିକ ସେମାନଙ୍କ...

Advertisement
Archives

Model This Week