Posted inଖେଳ

ଅବଶିଷ୍ଟ ଭାରତ ଟାଇଟଲ ବଜାୟ ରଖିଲା

ଗ୍ବାଲିୟର, ୬ା୩ (ପି.ଟି.): ମଧ୍ୟ ପ୍ରଦେଶକୁ ୨୩୮ ରନରେ ପରାସ୍ତ କରି ଅବଶିଷ୍ଟ ଭାରତ ଦଳ ସମ୍ମାନଜନକ ଇରାନୀ କପ୍‌ ଟାଇଟଲ ବଜାୟ ରଖିଛି। ଅସମ୍ଭବ ମନେ ହେଉଥିବା ୪୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟ ପ୍ରଦେଶ ୫୮. ୪ ଓଭରରେ ୧୯୮ ରନ କରି ଅଲଆଉଟ ହୋଇଯାଇଥିଲା। ମ୍ୟାଚ ୫ମ ଦିବସ ହଖେଳ ଓପନିଂ ସେସନରେ ଶେଷ ହୋଇଯାଇଥିଲା। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଯେପରି ଭାବେ ଶେଷ ହେଲା ସେ ନେଇ ଇନ୍ଦୋର ପିଚ୍‌କୁ ଆଇସିସି ନିମ୍ନମାନର ବୋଲି ଦର୍ଶାଇବାର ସହ ୩ ଡିମେରିଟ୍‌ ପଏଣ୍ଟରେ ଦଣ୍ଡିତ କରିଥିଲା। ହେଲେ ଗ୍ବାଲିୟର ଟ୍ରାକ୍‌ ଖେଳର ସମସ୍ତ ବିଭାଗକୁ ସହାୟକ ହୋଇଥିଲା। ମ୍ୟାଚରେ ୪ଟି ଶତକ ସ୍କୋର ହୋଇଥିଲା। ୪୦ଟି ଉଇକେଟ ପତନ ଘଟିଥିଲା ଏବଂ ଉଭୟ ପେସ୍‌ ଓ ସ୍ପିନ ବୋଲରଙ୍କୁ ସମାନ ଫାଇଦା ମଳିଥିଲା। ମଧ୍ୟ ପ୍ରଦେଶର ଦ୍ୱିତୀୟ ଇନିଂସରେ ପେସ୍‌ ଓ ସ୍ପିନ ବୋଲରମାନେ ୫ଟି ଲେଖାଏଁ ଉଇକେଟ ବାଣ୍ଟିକରି ନେଇଥିଲେ। ଦୁଇଟି ଇନିଂସ (୨୧୩ ଓ ୧୪୪ରନ)ରେ ମୋଟ ୩୫୭ରନ ସଂଗ୍ରହ କରିଥିବା ଯଶସ୍ବୀ ଜୈସ୍ବାଲ ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିଲେ। ଜୈସ୍ବାଲ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଅବଶିଷ୍ଟ ଭାରତ ପ୍ରଥମ ଇନିଂସ: ୪୮୪। ମଧ୍ୟପ୍ରଦେଶ ପ୍ରଥମ ଇନିଂସ: ୨୯୪। ଅବଶିଷ୍ଟ ଭାରତ ଦ୍ୱିତୀୟ ଇନିଂସ: ୨୪୬। ମଧ୍ୟ ପ୍ରଦେଶ ଦ୍ୱିତୀୟ ଇନିଂସ: ୫୮.୪ ଓଭରରେ ୧୯୮/ଅଲଆଉଟ (ହିିମାଂଶୁ ମନ୍ତ୍ରୀ-୫୧, ହର୍ଶ ଗାଓଲି-୪୮; ସୌରଭ କୁମାର-୩/୬୦, ପୁଲକିତ ନାରଙ୍ଗ-୨/୨୭, ମୁକେଶ କୁମାର-୨/୩୪, ଅତିତ ଶେଠ୍‌-୨/୩୭)।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୋଦି ବିଦେଶରୁ ଜାରି କରିଛନ୍ତି ନୂଆ ଭିଡ଼ିଓ, ସୁନା କ୍ରୟ ସହ ବିଦେଶ ଯାତ୍ରା ଉପରେ ଦେଲେ ବଡ଼ ପରାମର୍ଶ

ବିଶକେକ/ନୂଆଦିଲ୍ଲୀ,୧।୯: ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri