ଗରିବର ଇଜ୍ଜତ

ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ ଶରୀରଠୁ ଶାଖା-ପ୍ରଶାଖା ଭଳି ବାହାରିଥିବା ହାତର ଯେଉଁ ଅଙ୍ଗୁଳିଗୁଡ଼ିକ ବ୍ୟବହାର କରି ସେମାନଙ୍କଠୁ ଭୋଟ ସଂଗ୍ରହ କରାଯାଏ, ସେହି ମଣିଷଙ୍କ ହୃଦୟକୁ କାହିଁକି ପାଦରେ ଦଳି ଦିଆଯାଆନ୍ତା। ଆଗରୁ ବ୍ରିଟିଶ ସରକାର ଥିଲେ। ଯାବତୀୟ ଦୁର୍ଦ୍ଦଶା ପାଇଁ ସେମାନଙ୍କ ମୁଣ୍ଡରେ ଅଠା ବୋଳିବା ଅଭ୍ୟାସ ଏକ ରାଜନୈତିକ ଆଲେଖ୍ୟ ଭାବେ ବେଶ୍‌ କିଛି ବର୍ଷ ଚାଲିଲା। ସ୍ବାଧୀନତାର ୭୭ ବର୍ଷ ପରେ ବି କ’ଣ ସେହି ଦୃଶ୍ୟ ଦେଖିବାକୁ ମିଳିବ? ୫/୧୦ କି.ମି. ନିତାନ୍ତ ପାଦ-ପ୍ରତିକୂଳ ରାସ୍ତାରେ ଚାଲିଚାଲି ମଣିଷ ଯିବ ଗୋଟିଏ ଚୁଆ ପାଖକୁ ପାଣି ଆଣିବାକୁ, ଯେତେବେଳେ କି ସମାନ୍ତରାଳ ଭାବେ ଆମେ ବିଶ୍ୱର ‘ଏତେ ନମ୍ବର ଅର୍ଥନୀତି’ ବୋଲି ଜୋର୍‌ ପାଟିରେ କହୁଥିବୁ। ବିଧାନସଭା ଓ ସଂସଦରେ ଆପେକ୍ଷିକ ପରିସଂଖ୍ୟାନମାନ ଦିଆଯାଉଥିବ କିପରି ଏତେ ମସିହାରେ ଏତେ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ଏବେ ଏତେ ପ୍ରତିଶତ ଲୋକ ଅଛନ୍ତି। ଏହି ଆପେକ୍ଷିକ ତତ୍ତ୍ୱର ମୂଲ୍ୟ କ’ଣ ଅତି ନିର୍ମମ ପରିବେଶରେ ରହୁଥିବା ମଣିଷଙ୍କ ପାଇଁ। ଦାରିଦ୍ର୍ୟ ସହ ଜାତିଗତ ଓ ଭୌଗୋଳିକ ପଛୁଆପଣ ଯେଉଁଠି ମିଶିଯାଏ, ସେଠି ଭିନ୍ନ ଏକ ଓଡ଼ିଶା, ଭିନ୍ନ ଏକ ଭାରତର ଚିତ୍ର ଦେଖିବାକୁ ମିଳେ। ତେବେ ସେହି ଭିନ୍ନ ଓ ଅପେକ୍ଷାକୃତ କମ୍‌ ଦୃଶ୍ୟମାନଙ୍କୁ ବେଶ୍‌୍‌ ବହୁଳଭାବରେ ଦେଖିବାକୁ ମିଳେ, ସାମାନ୍ୟ ଭିନ୍ନ ରୂପରେ ଆମ ଦୈନନ୍ଦିନ ଜୀବନରେ। ଉଦାହରଣ ପାଇଁ ଦୁଇଟି କ୍ଷେତ୍ର ନିଆଯାଉ-ସ୍ବାସ୍ଥ୍ୟ ଓ ରେଳସେବା।
ଗରିବର ଇଜ୍ଜତ କେତେ ତାହା ଜାଣିବା ପାଇଁ ଥରେ ସରକାରୀ ହସ୍ପିଟାଲ ବୁଲିଯିବା ଉଚିତ ହେବ। ସ୍ବାସ୍ଥ୍ୟକାର୍ଡ ପଛରେ କାର୍ଡ ଚାଲିଛି ଏବଂ ସମାନ୍ତରାଳ ଭାବରେ ସରକାରୀ ହସ୍ପିଟାଲରେ ଶୀତ, ବର୍ଷାରେ ଆତ୍ମ-ସଂଗୃହୀତ ମସିଣା ବା ବିଛଣା ଚାଦରରେ ରୋଗୀ ପଡ଼ିଛି। ସ୍ବାସ୍ଥ୍ୟକାର୍ଡ ଜଟିଳ ରୋଗର ଚିକିତ୍ସା ସୁଗମ କରିପାରେ, ଆବଶ୍ୟକ ଚିକିତ୍ସାକୁ କମ୍‌ ସମୟ ଭିତରେ ଉପଲବ୍ଧ କରିପାରେ, ମାତ୍ର ରୋଗୀର ପକ୍କା ଚଟାଣ ଉପରେ ଶୋଇବାଟା ପକ୍କା! ଆମେ କ’ଣ ସରକାରୀ ହସ୍ପପିଟାଲର ରୋଗୀମାନଙ୍କୁ ଖଟ ଖଣ୍ଡେ ଦେଇ ପାରିବାନି? ଖଟ ଉପରେ ଥୁଆ ବିଛଣା ଖାଲି ଫଳପ୍ରଦ ଚିକିତ୍ସା ପାଇଁ ନୁହେଁ, ଏହା ମାନସିକ ଭାବରେ ଗରିବ ରୋଗୀଟିକୁ ଆଶ୍ୱସ୍ତ କରେ। ସେ ଭାବେ ଏବେ ମୁଁ ଉତ୍ତୋଳିତ, ପ୍ରତ୍ୟାଖ୍ୟାତ ନୁହେଁ !!
ଭାରତ ଏକ ଜନବହୁଳ ରାଷ୍ଟ୍ର ହେଲା ବୋଲି ଏଠି କ’ଣ ରୋଗୀମାନେ ଚଟାଣରେ ଶୋଇବେ? ଯଦି ଏହା ହିଁ ବାସ୍ତବତା, ତାହା ଜାତୀୟ ସ୍ବାସ୍ଥ୍ୟ ସୂଚକାଙ୍କରେ ସନ୍ନିବେଶିତ କରାଯାଉ, ଯଦ୍ଦ୍ବାରା ଲୋକଙ୍କ ଭିତରେ ଭେଦଭାବ ରହିବ ନାହିଁ, ଲୋକେ କଥାଟିକୁ ମାନିନେବେ। ଦୁଃଖ ଲାଗେ ଯେତେବେଳେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିବା ଲୋକଟି ସେଠିକାର ଚିକିତ୍ସା ବ୍ୟବସ୍ଥା ବିଷୟରେ ଦୁର୍ବଳ ଶ୍ରେଣୀର ଲୋକ ଆଗରେ ଗୋଲାପି ଚିତ୍ର ଆଙ୍କି ବସେ। ଗରିବ ତ ଦୂରର କଥା, ନିମ୍ନ ମଧ୍ୟବିତ୍ତମାନେ ଭାବିବାକୁ ଲାଗନ୍ତି, ”ଆମର ପୁଣି କି ଇଜ୍ଜତ! ନିଜ ଘରର ଛିଣ୍ଡା ମଶିଣା ଆଉ ସରକାରୀ ହସ୍ପିଟାଲର ଚଟାଣ ପର୍ଯ୍ୟନ୍ତ ଆମର ଦୌଡ଼!“
ସମୟର ବିରଳତା ସମ୍ମାନ ଆଣେ। ମଣିଷର ଗୁରୁତ୍ୱ ବଢ଼ାଏ, ପଛେ ତାହା ଫମ୍ପା ହୋଇଥାଉ। ତେଣୁ ସାଧାରଣ ଲୋକଙ୍କ ଆଗମନର ସମୟ ୯.୩୦ ହୋଇଥିଲାବେଳେ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଆଗମନର ସମୟ ୯.୨୯ ବା ୯.୩୧! ପାସେଞ୍ଜର ଟ୍ରେନ୍‌। ସାଧାରଣ ଲୋକଙ୍କ ଜନପରିବହନ ବ୍ୟବସ୍ଥା।
ସାଧାରଣ ଲୋକ, ଗରିବ ଲୋକ, ସେମାନଙ୍କର ପୁଣି ସମୟ କ’ଣ? ସମୟକୁ ନେଇ ସେମାନଙ୍କର ଇଜ୍ଜତ ବା କ’ଣ? ବାଲେଶ୍ୱରରୁ ଜଳେଶ୍ୱର ୫୦ କି.ମି.। ରେଳ ସମୟ ସାରଣୀରେ ହୁଏତ ଗୋଟିଏ କିଛି ପହଞ୍ଚିବା ସମୟ ଦିଆଯାଇଛି। କିନ୍ତୁ ପ୍ରାୟତଃ ଲାଗେ ୨ରୁ ୩ ଘଣ୍ଟା। ସେ ପୁଣି ବିନା ଶୌଚାଳୟରେ।
ସାରା ଭାରତବର୍ଷର ଏହି ହେଉଛି ରେଳ ବ୍ୟବସ୍ଥା।
କିଏ କାହାଠୁ ଗୁରୁତ୍ୱପୂର୍ଣ୍ଣ ଏହା ଦେଖାଇବାକୁ ପ୍ରତିଯୋଗିତା। ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଟ୍ରେନ୍‌ ଆସିଲେ ବାକି ଟ୍ରେନ୍‌କୁ ରାସ୍ତା ଛାଡ଼ିଦିଅ, ବାଟ ଦିଅ। କାରଣ ବେଗଗାମୀ ଟ୍ରେନ୍‌ରେ ଦ୍ରୁତ ଅର୍ଥ କାରବାର କରୁଥିବା ଲୋକ ଯାଆନ୍ତି। ସେମାନେ ଦ୍ରୁତ ବେଗରେ ନ ଗଲେ, ଦ୍ରୁତ ବେଗର ଅର୍ଥ ଆହରଣ ସମ୍ଭବ ନୁହେଁ! ବୋଧହୁଏ ଏହା ହିଁ ଆମର ସାମାଜିକ, ରାଜନୈତିକ ବ୍ୟବସ୍ଥା। ଅଳ୍ପ କିଛି ଲୋକଙ୍କ ଆର୍ଥିକ, ରାଜନୈତିକ ବେଗ ବୃଦ୍ଧି ଓ ସମୃଦ୍ଧି ପାଇଁ ଅଧିକାଂଶ ଲୋକଙ୍କୁ ବାଟ ଛାଡ଼ିବାକୁ ପଡ଼ିବ, ବେକ ନୁଅଁାଇବାକୁ ପଡ଼ିବ।
ଗରିବର ଇଜ୍ଜତ, କେତେବେଳେ? ଜୀବନକାଳ ଭିତରେ ନା ମୃତ୍ୟୁ ବେଳେ? ଏ ପ୍ରସଙ୍ଗ ଉଠେଇଥିଲେ ମଦର ଟେରେସା ଯେତେବେଳେ ରାସ୍ତାକଡର ଏକ ଅସୁସ୍ଥ ମହିଳାଙ୍କୁ ମୂଷାମାନେ ଟିକିଟିକି କରି ଖାଉଥିବା ବିପର୍ଯ୍ୟୟରୁ ସାଉଁଟି ସେ ପହଞ୍ଚିଥିଲେ ହସ୍ପିଟାଲରେ। ତାଙ୍କର ଦାବି ଥିଲା ୟାଙ୍କର ଯଥୋଚିତ ଚିକିତ୍ସା କରାଯାଉ ବା ତାଙ୍କର ମୃତ୍ୟୁ ଯଦି ଆବଶ୍ୟମ୍ଭାବୀ, ତାଙ୍କୁ ମର୍ଯ୍ୟାଦାର ସହ ମୃତ୍ୟୁବରଣ କରିବାକୁ ସୁଯୋଗ ଦିଆଯାଉ। ମୃତ୍ୟୁର ମର୍ଯ୍ୟାଦା? କେଡ଼େବଡ଼ ହିମାଳୟ ସମ କଥା ଏ ଭାରତବର୍ଷରେ, ଯେଉଁଠି ପୁଅମାନେ ନିଜ ମା’କୁ ମାରି ଘରେ ବିଲେଇ ମରିଛି ବୋଲି କହନ୍ତି।
ବହୁ ବର୍ଷ ଧରି ପ୍ରଚଳିତ ବ୍ୟବସ୍ଥା, ସମାଜର ଅବହେଳିତ ମଣିଷ ଓ ସାଧାରଣ ଭାବରେ ସମ୍ବଦେନଶୀଳ ମଣିଷର ସୂକ୍ଷ୍ମ ମାନସିକ ସ୍ତରରେ କି ପ୍ରଭାବ ପକାଉଥିବ, ତାହା ବୁଝିବାକୁ କାହାରି ସମୟ ନାହିଁ। ଜଣେମାତ୍ର ମଣିଷ ପାଇଁ ଯେତେବେଳେ ୧୦୦ଟି ଭିନ୍ନ ଭିନ୍ନ ରକମର ଗାଡ଼ି ଛୁଟି ଯାଉଥିବ, ରାସ୍ତାକଡ଼ରେ ଦୁଇଓଳି ଠିକ୍‌ ଭାବରେ ଖାଇବାକୁ ପାଉ ନ ଥିବା ମଣିଷଟି, ଯାହା ପାଖରେ ଛୁଟି ଯାଉଥିବା ଗାଡ଼ିରୁ ଉଡ଼ିଯାଉଥିବା ଧୂଳି ପୋଛିବାକୁ କନା ଖଣ୍ଡେ ନ ଥିବ, ଏହି ଅତିରଞ୍ଜିତ କାର୍‌-ଶୋଭାଯାତ୍ରା ଦେଖି ଭାବୁଥିବ, ମୋ ଜୀବନର ଓଜନ କେତେ?
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ମଣିଷ-ମଣିଷ ଭିତରେ ଥିବା ଭେଦଭାବ ଦୂରୀକରଣ କ୍ରମରେ ସମାଜର ଗରିବ, ଅବହେଳିତ ଲୋକଙ୍କୁ ସମ୍ମାନ ଦିଏ। ପ୍ରକୃତରେ ଅତି ଗରିବମାନଙ୍କୁ ନ୍ୟାୟୋଚିତ ବର୍ଗୀକରଣ କରି ସେମାନଙ୍କ ସାମଗ୍ରିକ ସମୃଦ୍ଧିକୁ ସଂଖ୍ୟାନୂ୍ୟନତା ଯୋଗୁ ଭୋଟବ୍ୟାଙ୍କ ରାଜନୀତିଠୁ ଦୂରେଇ ରଖି, ସେମାନଙ୍କ ପ୍ରତି ପ୍ରଦର୍ଶିତ ବ୍ୟବହାର ଯଦି ସମ୍ମାନବୋଧରେ ରୂପାନ୍ତରିତ କରା ନ ଯାଏ, ଭାରତବର୍ଷ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଏକଥା କହିହେବ ନାହିଁ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର,
ମୋ : ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri