ଭଗବାନଙ୍କ ନାଁରେ ମିଛ

ବଞ୍ଚିବା ଲାଗି ଖାଦ୍ୟ ଦରକାର ଏବଂ ଖାଦ୍ୟ ଦୃଷ୍ଟିରୁ ଦୁନିଆରେ ପ୍ରତ୍ୟେକ ଜୀବନ୍ତ ଜିନିଷ ଦୁଇ ଭାଗରେ ବିଭକ୍ତ – ଗୋଟିଏ ଆତ୍ମଜୀବୀ ବା ଅଟୋଟ୍ରଫିକ୍‌, ଅନ୍ୟଟି ପରଜୀବୀ ବା ହେଟେରୋଟ୍ରଫିକ୍‌। ଅଟୋଟ୍ରଫିକ୍‌ ଜୀବଟି ନିଜେ ଅଖାଦ୍ୟ ନିର୍ଜୀବ ବସ୍ତୁରୁ ଖାଦ୍ୟ ତିଆରି କରେ। ମଣିଷ ହେଟେରୋଟ୍ରଫିକ୍‌ ଅର୍ଥାତ୍‌ ଅନ୍ୟ ଜୀବନ୍ତ ଜିନିଷମାନେ ଯେଉଁ ଖାଦ୍ୟ ତିଆରି କରିଥାନ୍ତି ତାକୁ ଖାଆନ୍ତି, ନିଜେ କୌଣସି ନିର୍ଜୀବ ବସ୍ତୁକୁ ଖାଇପାରନ୍ତି ନାହିଁ କି ତାକୁ ଖାଇବା ଉପଯୋଗୀ କରିପାରନ୍ତି ନାହିଁ। ଅଟୋଟ୍ରଫିକ୍‌ ଜୀବ ବାହାରର ତେଜ (ଶକ୍ତି ବା ଊର୍ଜା)କୁ ବ୍ୟବହାର କରି ଅଙ୍ଗାରକାମ୍ଳ ଓ ଜଳ ଭଳି ନିର୍ଜୀବ ସାମଗ୍ରୀ (କମ୍ପାଉଣ୍ଡ)ରୁ ଖାଦ୍ୟ ତିଆରି କରିଥାଏ, ତାକୁ ଖାଏ ବା ଅନ୍ୟକୁ ସିଧାସଳଖ ଯୋଗାଏ। ସକଳ ଶକ୍ତିର ଆଧାର ତ ସୂର୍ଯ୍ୟ। ସୂର୍ଯ୍ୟରୁ ମିଳୁଥିବା ଊର୍ଜାକୁ ଜାଳେଣି ଭାବେ ବ୍ୟବହାର କରି ପାଣି, ଖଣିଜ ଦ୍ରବ୍ୟ ଓ ଅଙ୍ଗାରକାମ୍ଳ ଭଳି ଅଜୈବ ସାମଗ୍ରୀକୁ ମିଶାଇ ଉଦ୍ଭିଦ ଏକ ମଣ୍ଡ (ଷ୍ଟାର୍ଚ) ତିଆରି କରେ। ଲିପିଡ୍‌ ଓ ପ୍ରୋଟିନ୍‌ ଭଳି ବଡ଼ ଜଟିଳ ଜୈବ ଅଣୁକୁ ଗଛଲତା ଖାଦ୍ୟରେ ପରିଣତ କରନ୍ତି। ପ୍ରାଣୀମାନେ ହେଟେରୋଟ୍ରଫିକ୍‌ – ଗଛଲତା ତିଆରି କରିଥିବା ଖାଦ୍ୟକୁ ଖାଆନ୍ତି କିମ୍ବା ଗଛଲତାକୁ ଖାଇ ବଞ୍ଚତ୍ଥିବା ପ୍ରାଣୀକୁ ଖାଆନ୍ତି। ଯଦି ଭଗବାନ ମଣିଷକୁ ତାଙ୍କ ପ୍ରତିଛବି ଭାବେ ଗଢ଼ିଛନ୍ତି ତେବେ କାହିଁକି ମଣିଷ ଗଛଲତା ନ ଥିବା ସ୍ଥାନରେ, ପାଣି ପବନ ନ ଥିବା ଜାଗାରେ ଚଳିପାରୁ ନାହିଁ, ମଣିଷର ଦେହଟା କାହିଁକି ଖାଦ୍ୟ ତିଆରି କରୁନାହିଁ? ଭଗବାନ କ’ଣ ମଣିଷକୁ ଖାଦ୍ୟଚୋର ହିସାବରେ ଗଢ଼ିଛନ୍ତି? ଅଟୋଟ୍ରଫିକ୍‌ମାନେ ତ ଯେ କୌଣସି ପରିବେଶରେ ବଢ଼ିପାରନ୍ତି, ଯଥା ଆମ ପାଉଁରୁଟିରେ ଥିବା ୟିଷ୍ଟ, ଆମ ଚମ ଉପରେ ଯାଦୁ କରୁଥିବା ଜୀବାଣୁ/ଭୂତାଣୁ, ଫୁସ୍‌ଫୁସ୍‌ରେ ଥିବା ବାୟୁଥଳି ଭିତରେ ବସବାସ କରିବାକୁ ଚାହୁଁଥିବା କୋଭିଡ୍‌-୧୯ ଭୂତାଣୁ ା ପାଉଁରୁଟି ବା ଦହିଜୁଆରେ ଯେଉଁ ଅଦୃଶ୍ୟ ୟିଷ୍ଟ ଅଛି ତା’ର ଦେହରେ ସବୁ ପ୍ରକାର ଏନ୍‌ଜାଇମ୍‌ ବା ପାଚକ ଅଛି, (ଶର୍କରା ଓ ବାୟୋଟିନ୍‌ ନାମକ କେବଳ ଦୁଇଟି ପାଚକକୁ ଛାଡି଼)। ଜୀବ ଯେତେ ଜଟିଳତର ହୋଇଛି ସେତେ ପରିମାଣରେ ଏନ୍‌ଜାଇମ୍‌ ହରାଇଛି: ମଣିଷ ସବୁଠାରୁ ବେଶି ଏନ୍‌ଜାଇମ୍‌ ହରାଇଛି। ଏହା ବିବର୍ତ୍ତନର ଫଳ; ମୂଳରୁ (ବା ଭଗବାନଙ୍କ) ସୃଷ୍ଟି ନୁହେଁ; କାରିଗର ଯେପରି ମୂର୍ତ୍ତି ତିଆରି କରେ ଭଗବାନ ସେମିତି ଗୋଟି ଗୋଟି କରି ମଣିଷ (ଅନ୍ୟ ଜୀବକୁ ବି) ତିଆରି କରିନାହାନ୍ତି ବା କରୁନାହାନ୍ତି।
ମଣିଷର ବିଭିନ୍ନ ପ୍ରକାରର ଆବଶ୍ୟକତା ମଧ୍ୟରେ ଆମିନୋଏସିଡ୍‌ ଓ ଭିଟାମିନ୍‌ ପ୍ରଧାନ, ସେଗୁଡ଼ିକ ମଣିଷକୁ ରେଡିମେଡ୍‌(ଅନ୍ୟଦ୍ୱାରା ପ୍ରସ୍ତୁତ ହୋଇ) ମିଳିବା ଦରକାର। ଗଛଲତା ହିଁ ଆମିନୋଏସିଡ୍‌ ଓ ଭିଟାମିନ୍‌ ପ୍ରସ୍ତୁତ କରିଥାନ୍ତି ା ପ୍ରାଣୀ ଯେତେ ଉଚ୍ଚତର, ପ୍ରକୃତିଠାରୁ ସେତେ ଦୂର; ଖାଦ୍ୟ ଦୃଷ୍ଟିରୁ ସେତେ ପରମୁଖାପେକ୍ଷୀ। ଜଟିଳତର ପ୍ରାଣୀ ହେବାମାନେ ପରିବେଶ ଉପରେ ନିର୍ଭର କରିବା – ପରିବେଶ ସନ୍ତୁଳିତ ନ ରହିଲେ ପ୍ରାଣୀମାନଙ୍କର ଅଧୋପତନ ଆରମ୍ଭ ହୋଇଯିବ। ପରିବେଶ ଉପଯୁକ୍ତ ନ ହେଲେ ଅର୍ଥାତ୍‌ ରେଡିମେଡ୍‌ ଖାଦ୍ୟ ନ ମିଳିଲେ ଉଚ୍ଚତର ପ୍ରାଣୀ ଅସୁବିଧାରେ ପଡ଼ିବ, ନଷ୍ଟ ହୋଇଯିବ (ମରିବ)। ଅନ୍ୟ ଉପରେ ନିର୍ଭର କରିବା ଧର୍ମ ଦୃଷ୍ଟିରୁ ଅଧଃପତନର କାରଣ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିରୁ ବୁଦ୍ଧିମାନର କାମ। ଯଦି ଶରୀର ଗଠନ ଲାଗି ପରିବେଶରୁ ସବୁ ଜିନିଷ ମିଳିପାରୁଛି ତେବେ ପ୍ରାଣୀର ଶରୀର କାହିଁକି ଖଟିବ, କାହିଁକି ସେସବୁ ଜିନିଷ ତିଆରି କରିବାର ଯନ୍ତ୍ରପାତି ବା ଏନ୍‌ଜାଇମ୍‌ ବୋହିବ? ବରଂ କୋଷଗୁଡ଼ିକ ନିଜର ବୋଝ ହାଲୁକା କରି ବିଭିନ୍ନ ପ୍ରକାରର ବିଶେଷ ଉଦ୍ଦେଶ୍ୟରେ ଓ ସୂକ୍ଷ୍ମତର କାମ ପାଇଁ ଶକ୍ତି ଓ ସ୍ଥାନ ଯୋଗାଇ ପାରିବେ। ସେହି କାରଣରୁ ଉଚ୍ଚତର ପ୍ରାଣୀର ମସ୍ତିଷ୍କ ବଢ଼େ, ସେ ସାମାଜିକ ହୁଏ, ତା’ର ବିଶ୍ରାମକୁ ବ୍ୟାବହାରିକ କୌଶଳ ବା କାରିଗରି ବିଦ୍ୟାର ବିକାଶରେ ଲଗାଇ ପାରେ। ଏହି କାରଣରୁ ମଣିଷ ଭଳି ଉଚ୍ଚତର ପ୍ରାଣୀ କାରିଗରି ବିଦ୍ୟାର ବିକାଶ କରୁଛି, ଦର୍ଶନ ବା ବିଜ୍ଞାନରେ ମଜ୍ଜି ଯିବାକୁ ସମୟ ପାଉଛି। ପରିବେଶକୁ ପୂରାପୂରି ବ୍ୟବହାର କରିପାରିଲେ, ଅର୍ଥାତ୍‌ ଶରୀରର କୋଷଗୁଡ଼ିକ ଆପେ ଆପେ ଖାଦ୍ୟ ସଂଗ୍ରହ କରିପାରିଲେ ମଣିଷ ଏକ ‘ଜ୍ଞାନ ଅସ୍ଥିତ୍ୱ’, ସେନ୍‌ସିଏଣ୍ଟ ବିଇଂ, ହୋଇଯାଆନ୍ତା, ଆମର ଉପସ୍ଥିତ ଭାଷାରେ ଦେବତା ହୋଇଯାଆନ୍ତା। ଏ ସବୁ ବିବର୍ତ୍ତନର ଫଳ, କୌଣସି ଦେବତାଙ୍କ କାମ ନୁହେଁ। ଅବଶ୍ୟ ବିବର୍ତ୍ତନର ନିୟମ ତିଆରି କରିଥିବା ଶକ୍ତିକୁ ଆମେ ଭଗବାନ କହନ୍ତେ, ନିୟମସବୁ ମାନିବାକୁ ଭକ୍ତି କହନ୍ତେ। ତେଣୁ ଭଲ ହେବା ଲାଗି ପରିବେଶ ସୃଷ୍ଟି କରିବା ଓ ଭଲ ରହିବା ନିଜର କ୍ରିୟାଧୀନ, ଭଗବାନଙ୍କୁ ପ୍ରାର୍ଥନା କରିବାର ଫଳ ନୁହେଁ।
ପ୍ରାଣୀ କାହିଁକି ମାଂସାଶୀ ହୁଏ? କାରଣ ଭୋଜ୍ୟ ଜୀବ ଦେହରେ ଥିବା ଜୈବିକ ଉପାଦାନଗୁଡ଼ିକ ଉଚ୍ଚତର ପ୍ରାଣୀର ରେଡିମେଡ୍‌ ଖାଦ୍ୟ, ପ୍ରକୃତିର ଫାଷ୍ଟ୍‌ ଫୁଡ୍‌: ଭୋଜୀର ଅନ୍ତ୍ରରେ ପହଞ୍ଚତ୍ଲା କ୍ଷଣି ଭୋଜ୍ୟ ଜୀବର ଟୁକୁରା ଟୁକୁରା ମାଂସ ଓ ରକ୍ତ ଆଦିରୁ ଅଣୁଗୁଡ଼ିକ ଏନ୍‌ଜାଇମ୍‌-କ୍ରିୟା ଦ୍ୱାରା ଚୂର୍‌ମାର ହୋଇ ଉଚ୍ଚତର ପ୍ରାଣୀର ଦେହରେ ମିଶେ: ଏଭଳି ପ୍ରସେସିଂ ବା ପ୍ରକ୍ରିୟାକରଣକୁ ଆମେ ହଜମ କ୍ରିୟା (ଡାଇଜେସନ୍‌) କହୁଛୁ। ଖାଦ୍ୟ ଲାଗି ପ୍ରତ୍ୟେକ ଉଚ୍ଚତର ଜୀବ ନୀଚ ଜୀବର ସମ୍ପଦକୁ ଡକାୟତି କରୁଛି ବା ତାକୁ ହତ୍ୟା କରୁଛି। ଯଦି ସବୁ ପ୍ରାଣୀ ମାଂସାଶୀ ହୋଇଥାନ୍ତେ ତେବେ ପୃଥିବୀରୁ କେଉଁ ଦିନୁ ପ୍ରାଣୀମାନେ ଲୋପ ପାଇ ସାରନ୍ତେଣି: ଶୁଦ୍ଧ ବିଜ୍ଞାନର ଏ ନିୟମକୁ ମନ ଭିତରେ ରଖି ଲୋକଙ୍କୁ ନିରାମିଷାଶୀ ହେବା ଲାଗି ଆମେ ଧର୍ମର ଦ୍ୱାହି ଦେଉ। ଯେଉଁ ଧର୍ମରେ ଏ ଯାବତ୍‌ ନିରାମିଷାଶୀ ହେବା ଉପରେ ଜୋର୍‌ ଦିଆଯାଇନାହିଁ, ସେ ଧର୍ମରେ ଦିନେ ଧର୍ମସଂସ୍ଥାପନାର୍ଥୟ ଏକ ମହାପୁରୁଷ ସମ୍ଭବ (ଆବିର୍ଭାବ) ହେବେ।
ଆଉ ଗୋଟିଏ ଦିଗରୁ ଦେଖନ୍ତୁ। ଆମେ ଯାହା ଖାଉ ସବୁଯାକ ଆମ ଦେହରେ ଲାଗେ ନାହିଁ। ଭୋଜ୍ୟ ଉଦ୍ଭିଦ/ପ୍ରାଣୀର ବିଭିନ୍ନ ତନ୍ତୁରେ ଥିବା ଶକ୍ତିର ୧୦% ମାତ୍ର ଭୋଜୀ/ଖାଦକର ଦେହକୁ ଆସେ, ବାକି ୯୦% ମଳମୂତ୍ର ଆକାରରେ ବାହାରିଯାଏ। ହୁଣ୍ଡା ହିସାବରେ ଗୋଟିଏ ବୟସ୍କ ମାଂସାଶୀ ପ୍ରାଣୀ ବଞ୍ଚିବା ଲାଗି ବର୍ଷକୁ ୧୦ଟି ପ୍ରାଣୀ ମାରିବାକୁ ବାଧ୍ୟ; ଏହି କାରଣରୁ ସମସ୍ତେ ମାଂସାଶୀ ହୋଇନାହାନ୍ତି, ବେଶି ସଂଖ୍ୟକ ତୃଣଭୋଜୀ। ସବୁ ତୃଣଭୋଜୀ ପ୍ରାଣୀଙ୍କୁ ଓଜନ କଲେ ମାଂସାଶୀ ପ୍ରାଣୀମାନଙ୍କ ମୋଟ ଓଜନର କୋଟି କୋଟି ଗୁଣ ହେବ। ତୃଣଭୋଜୀମାନେ ୧୦୦ କିଲୋ ଘାସ ଖାଇଲେ ଗାଈକୁ ମାତ୍ର ଦୁଇ କିଲୋ ପ୍ରୋଟିନ ମିଳେ। ଶୁଖିଲା ନଡ଼ା ଖାଉଥିବା ଗାଈ ନଡ଼ାରୁ ଯାହା ଶକ୍ତି ପାଏ ତାହା ଚୋବାଇବାରେ ହିଁ ଖର୍ଚ୍ଚ କରିଦିଏ, ଦେହ ବୃଦ୍ଧି ପାଇଁ ନାମମାତ୍ର ପାଏ। ସୁଖର କଥା ଯେ ଗଛଲତାମାନେ ଯେତେ ପରିମାଣରେ ଖାଦ୍ୟ ତିଆରି କରନ୍ତି ପ୍ରାଣୀମାନେ ସେତେ ପରିମାଣରେ ଡକାୟତି କରିପାରନ୍ତି ନାହିଁ। ତେଣୁ ଉଦ୍ଭିଦ ଜଗତର ଗୁରୁତ୍ୱ ଏତେ ବେଶି। ଗଛଲତାଶୂନ୍ୟ ହୋଇଗଲେ ପୃଥିବୀରେ ଜୀବସତ୍ତା ରହିବ ନାହିଁ।
ଯଦି ଭଗବାନ ମଣିଷକୁ ତାଙ୍କ ରୂପରେ ଗଢ଼ିଛନ୍ତି, ତେବେ ତାହା ଦେହର ଗଠନ କାହିଁକି ସ୍ବୟଂସମ୍ପନ୍ନ ନୁହେଁ? କାହିଁକି ମଣିଷ ବଞ୍ଚିବା ଲାଗି ଅନ୍ୟ ଉପରେ ନିର୍ଭର କରୁଛି? ୨୦୦୩ରୁ ସରିଥିବା ମଣିଷର ଡିଏନ୍‌ଏ ଅନୁଧ୍ୟାନ ପ୍ରକଳ୍ପ – ଜିନୋମ୍‌ – ଜଣାଏ ଯେ ମଣିଷ ଏକ ଇତର ପ୍ରାଣୀଙ୍କଠାରୁ ଜଟିଳ ନୁହେଁ ା ଗଣଗଣିଆ ମାଛିର ୧୪,୦୦୦ ଜିନ୍‌, ନେମାଟୋଡ୍‌ ପୋକର ୨୦,୦୦୦ ଜିନ୍‌। ମଣିଷର ଲକ୍ଷାଧିକ ଜିନ୍‌ ବାହାରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବାହାରିଛି ୨୦ରୁ ୨୫ ହଜାର ଭିତରେ: ପୋକଠାରୁ ହୀନ। ଏତେ ବୁଦ୍ଧିଆ ପ୍ରାଣୀର ହଜିଲା ଜିନ୍‌ ସବୁ କେଉଁଠି ଅଛି? ଆମ ଦେହ ଭିତରେ ଥିବା ୧୦ ଲକ୍ଷକୋଟି ଅଣୁଜୀବ (ପ୍ରତ୍ୟେକେ ଗୋଟିଏ କୋଷ) ମାନଙ୍କ ଭିତରେ, ମଣିଷକୁ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍‌ ଭାବିଲେ ଅଣୁଜୀବମାନେ ହେବେ ଭିନ୍ନ ଭିନ୍ନ ଆପ୍ଲିକେଶନ୍‌। ଆମଦେହର ଏହି ବନ୍ଧୁ ଅଣୁଜୀବମାନେ ଯଥେଷ୍ଟ ସଂଖ୍ୟାରେ ନ ଥିବେ ତ ବାହାରର (ପ୍ରବାସୀ) ଅଣୁଜୀବମାନେ ସହଜରେ ଦେହରେ ପ୍ରବେଶ କରି ଦେହକୋଷକୁ ନଷ୍ଟ କରିବେ, ତାହା ହିଁ ତ ରୋଗ! ରୋଗ ତ ମୃତ୍ୟୁର କାରଣ! ତେଣୁ ଭଗବାନଙ୍କୁ ପୂଜା କରିବାର ଅନ୍ତର୍ନିହିତ ଅର୍ଥ ପରିବେଶକୁ ସୁସ୍ଥ ରଖିବାର ନିୟମ ସବୁ ମାନିବା ା ଏଇଥିପାଇଁ ଏ ଲେଖକର ଏକ ପୁସ୍ତକର ନାମ ‘ଭଗବାନଙ୍କ ନାଁରେ ମିଛ’!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?