ଆବାସିକ ପୁନଃ ଥଇଥାନ

ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଜୀବନରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥା’ନ୍ତି। ଅସୁସ୍ଥତା ସମୟରେ ବ୍ୟକ୍ତିକୁ କେବଳ ଯେ ନୂଆ କୌଶଳ ଶିଖିବାରେ ଅସୁବିଧା ହୋଇ ନ ଥାଏ ବରଂ ନିଜ ପାଖରେ ଥିବା ଦୈନନ୍ଦିନ ଜୀବନଚର୍ଯ୍ୟା, ଭାବର ଆଦାନପ୍ରଦାନ ଏବଂ ସାମାଜିକ କୌଶଳ ହରାଇବାର ସମ୍ଭାବନା ଥାଏ। ଚିକିତ୍ସାସେବା ବ୍ୟକ୍ତିର ଅସୁସ୍ଥତାର ଲକ୍ଷଣଗୁଡ଼ିକୁ କମ୍‌ କରିଥାଏ କିନ୍ତୁ ଅସୁସ୍ଥତାର ଫଳସ୍ବରୂପ ହରାଇଥିବା କୌଶଳଗୁଡ଼ିକ ଫେରିପାଏ ନାହିଁ। ତେଣୁ ମାନସିକ ଅସୁସ୍ଥ ବ୍ୟକ୍ତିକୁ ସମାଜରେ ସାମିଲ ପାଇଁ ସେ ହରାଇଥିବା କୌଶଳକୁ ଫେରାଇ ଆଣିବା ଜରୁରୀ।
ଅନେକ ସମୟରେ ମାନସିକ ଅସୁସ୍ଥ ବ୍ୟକ୍ତିଟି ଧୀରେ ଧୀରେ ଗୋଷ୍ଠୀରୁ ଦୂରେଇ ଯାଇଥାଏ। ଫଳରେ ତା’ଭିତରେ ଏକାକିତ୍ୱବୋଧ, ଚିଡ଼ିଚିଡ଼ା ହେବା ଏବଂ ବିରୋଧାଭାବ ମାନସିକତା ଦେଖାଯାଏ। ଉପଚାରାତ୍ମକ ସମୁଦାୟର ସହଯୋଗ ଫଳରେ ମାନସିକ ଅସୁସ୍ଥ ବ୍ୟକ୍ତିଟି ଅନ୍ୟମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ସହିତ ସ୍ବ-ନିୟନ୍ତ୍ରିତ ହୋଇଥାଏ ଏବଂ ଯେଉଁମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟରେ ସହାୟକ ହୁଏ। ଆବାସିକ ଶିବିରରେ ରହିବା ଦ୍ୱାରା ନିଜ ନିଜ ଭିତରେ ସମ୍ପର୍କ ସ୍ଥାପନ, ଭାବର ଆଦାନପ୍ରଦାନ ଏବଂ ପରସ୍ପର ସହଯୋଗ ସୁସ୍ଥତା ଆଡ଼କୁ ନେଇଯାଇଥାଏ। ଜଣେ ଅସୁସ୍ଥ ବ୍ୟକ୍ତି ତା’ର ହରେଇଥିବା ଦକ୍ଷତାକୁ ଫେରାଇ ଆଣିବାରେ ସକ୍ଷମ ହୋଇଥାଏ ଏବଂ ସମାଜରେ ସମ୍ମାନର ସହିତ ସାମିଲ ହେବାକୁ ସହଜ ହୋଇଥାଏ। ଏହି ଶିବିର ମାନସିକ, ଆବେଗିକ ଏବଂ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ, ଯାହାକି ଅସୁସ୍ଥ ବ୍ୟକ୍ତିକୁ ଶିଖିବା, ଗୋଷ୍ଠୀରେ କାମ କରିବାରେ ସହଜ ହୋଇଥାଏ। ଶିବିରରେ ଗୋଟିଏ ପରିବାର କେବଳ ନିଜର ବିକାଶରେ ଦାୟୀ ହୋଇ ନ ଥାଏ ବରଂ ଅନ୍ୟର ପରିବାରର ବିକାଶର ମଧ୍ୟ ଦାୟିତ୍ୱ ନେଇଥାଏ।
ଆବାସିକ ଶିବିରରେ ମାନସିକ ଅସୁସ୍ଥ ବ୍ୟକ୍ତି, ସେମାନଙ୍କର ପରିବାର, ସ୍ବେଚ୍ଛାସେବୀ, ସଂଗଠନ କାର୍ଯ୍ୟକର୍ତ୍ତା, ଗୋଷ୍ଠୀ ଏବଂ ସ୍ବାସ୍ଥ୍ୟକର୍ମୀମାନେ କିପରି ମାନସିକ ଅସୁସ୍ଥ ବ୍ୟକ୍ତିକୁ ସମାଜରେ ସାମିଲ ସକାଶେ ସାହାଯ୍ୟ କରିପାରିବେ ତାହା ଉପଲବ୍ଧି କରିଥା’ନ୍ତି। ସମସ୍ତେ ପାଞ୍ଚଦିନ ଧରି ଗୋଟିଏ ସ୍ଥାନରେ ଏକ ଗୋଷ୍ଠୀ ଭାବରେ ବାସକରି, ବିଭିନ୍ନ ଦାୟିତ୍ୱକୁ ନିଜ ନିଜ ମଧ୍ୟରେ ବ୍ୟକ୍ତିଗତ ଏବଂ ଦଳଗତ ଭାବରେ ସମ୍ପାଦନ କରିଥାନ୍ତି। ସମସ୍ତେ ମିଶି ମାନସିକ ଅସୁସ୍ଥ ବ୍ୟକ୍ତିକୁ ଶିଖିବାରେ ସାହାଯ୍ୟ କରନ୍ତି। ଏହି ପ୍ରକ୍ରିୟା ମାନସିକ ଅସୁସ୍ଥ ବ୍ୟକ୍ତିକୁ କାମ କରିବାକୁ ଉତ୍ସାହିତ କରିଥାଏ । ଶିବିରରେ ଅଂଶଗ୍ରହଣ କରୁଥିବା ସ୍ବେଚ୍ଛାସେବୀ ଏବଂ କର୍ମକର୍ତ୍ତାମାନେ ଏକୀକରଣର ଅଭିଜ୍ଞତା ହାସଲ କରିବା ଦ୍ୱାରା ସେମାନଙ୍କୁ ଅନ୍ୟ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ ସାହାଯ୍ୟ ସମୟରେ ସହାୟକ ହୁଏ।
ପୁନଃ-ଥଇଥାନ ଶିବିରରେ ମୁଖ୍ୟତଃ ପ୍ରାର୍ଥନା, ଯୋଗ, ପ୍ରାଣାୟାମ, ହାଲୁକା ବ୍ୟାୟାମ, ଦଳଗତ ଆଲୋଚନା, ଦୈନନ୍ଦିନ କାର୍ଯ୍ୟ ଶିଖିବାରେ ସହଯୋଗ, ସାମାଜିକ କୌଶଳ, ଜୀବନ କୌଶଳ, ବୃତ୍ତିଗତ ତାଲିମ, ହାସ୍ୟ କାର୍ଯ୍ୟକ୍ରମ, ବ୍ୟକ୍ତିଗତ ଏବଂ ପରିବାର ପରାମର୍ଶ ସେବା ଯୋଗାଇ ଦିଆଯାଇଥାଏ। ଉପରୋକ୍ତ କାର୍ଯ୍ୟ ଗୋଷ୍ଠୀ ମାଧ୍ୟମରେ ହୁଏ। ଫଳରେ ଅସୁସ୍ଥ ବ୍ୟକ୍ତିଟି ଗୋଷ୍ଠୀରେ ସାମିଲ ହେବାର ସୁଯୋଗ ପାଏ। ଚିତ୍ତ ବିନୋଦନ ପାଇଁ ଭ୍ରମଣ, ସ୍ବତନ୍ତ୍ର ତାଲିମ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବିଭିନ୍ନ ଯୋଜନାରେ ସାମିଲ କାର୍ଯ୍ୟକ୍ରମ କରାଯାଇଥାଏ। ଜୀବନଜୀବିକା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା, ଆର୍ଥତ୍କ ସାକ୍ଷରତା ଇତ୍ୟାଦି ମଧ୍ୟ ସାମିଲ କରାଯାଇ ପାରିବ। ରୋଗ ନିବାରଣ ସହିତ ମନୋ-ସାମାଜିକ କାର୍ଯ୍ୟକ୍ରମ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ ପରବର୍ତ୍ତୀ ସମୟରେ ଅଭ୍ୟାସ ପାଇଁ ସାହାଯ୍ୟ କରିଥାଏ। ଏହି ଶିବିର ଅସୁସ୍ଥ ବ୍ୟକ୍ତିର ଗୁଣାତ୍ମକ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ।
ମନୋସାମାଜିକ ଆବାସିକ ପୁନଃ ଥଇଥାନ ଶିବିର ଏକ ବହୁମୁଖୀ ଉପଚାର ଭଳି କାମ କରିଥାଏ। ଏହି ଶିବିର କେବଳ ମାନସିକ ରୋଗର ଉପଚାର ନୁହେଁ, ଏହା ଅସୁସ୍ଥ ବ୍ୟକ୍ତିର ଅନ୍ୟାନ୍ୟ ଦକ୍ଷତା, ବୃତ୍ତିଗତ ତାଲିମ, ପରିବାର ଓ ଗୋଷ୍ଠୀ ଲୋକଙ୍କୁ ମାନସିକ ରୋଗ ଏବଂ ଗ୍ରହଣୀୟତା ବିଷୟରେ ସଚେତନ କରିବା ଲକ୍ଷ୍ୟ ରଖେ।
ଆବାସିକ ଶିବିର ମାନସିକ ଅସୁସ୍ଥ ବ୍ୟକ୍ତିକୁ ସ୍ବାଧୀନ ଭାବରେ ନିଜ କାମ ନିଜେ କରିବାକୁ ସକ୍ଷମ ହେବାର କୌଶଳ ଶିଖେଇଥାଏ। ପରିବାର ଲୋକ, ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରିବାର କୌଶଳ ସହିତ ଅନ୍ୟାନ୍ୟ ଜୀବନ କୌଶଳ ହାସଲ କରିଥାଏ। ମାନସିକ ଅସୁସ୍ଥ ବ୍ୟକ୍ତିମାନେ ଜୀବନସାରା ଘରେ, ଗାଁରେ, କର୍ମକ୍ଷେତ୍ରରେ ଅନେକ ଘୃଣା ଏବଂ ବାଛବିଚାରର ଶିକାର ହୋଇଥା’ନ୍ତି। ଏହି ଘୃଣ୍ୟଭାବ ବଢ଼ିବା ଫଳରେ ମାନସିକ ଅସୁସ୍ଥତା ବଢ଼େ ଏବଂ ସୁସ୍ଥତାରେ ବିଳମ୍ବ ହୋଇଥାଏ। ପରବର୍ତ୍ତୀ ସମୟରେ ଅସୁସ୍ଥତା କମିବା ପରେ ମଧ୍ୟ ଘୃଣାଭାବ ଯୋଗୁ ବ୍ୟକ୍ତିଟି ବୃତ୍ତିଗତ ସୁଯୋଗ ପାଏନାହିଁ, ଫଳରେ ପରିବାରରେ ଆର୍ଥିକ ବୋଝ ବଢ଼େ। ନିଜେ ଆୟକରି ପରିବାରକୁ ଆର୍ଥିକ ସହଯୋଗ କରିପାରୁଥିବା ବ୍ୟକ୍ତିର ସମ୍ମାନ ସମାଜରେ ଅଧିକ ହୋଇଥାଏ। ଅସୁସ୍ଥ ବ୍ୟକ୍ତିର ବୃତ୍ତିର ସ୍ଥାୟିତ୍ୱ ସବୁବେଳେ ବ୍ୟକ୍ତିର ଲକ୍ଷଣ, ସ୍ବାସ୍ଥ୍ୟର ଯତ୍ନ, ଆତ୍ମସମ୍ମାନ ଏବଂ ଆତ୍ମତୃପ୍ତି ଉପରେ ନିର୍ଭରକରେ। ପରିବାର ଏବଂ ଗୋଷ୍ଠୀର ସହଯୋଗ ଫଳରେ ଅସୁସ୍ଥ ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼ିବା ସହିତ ସେ ଅସୁସ୍ଥତାଜନିତ ଆହ୍ବାନକୁ ମୁକାବିଲା କରିବାକୁ ସକ୍ଷମ ହୋଇଥାଏ।
ସମୟାନ୍ତରରେ ଆବାସିକ ଶିବିର ଆୟୋଜନ କରାଯାଉଛି। ଏହି ଶିବିରରୁ ପ୍ରତ୍ୟାବର୍ତ୍ତନ ପରେ ଶିଖିଥିବା ଉପାୟଗୁଡ଼ିକୁ ନିୟମିତ ଅଭ୍ୟାସ କରିବା ଆବଶ୍ୟକ। ଏଥିରେ ଅଂଶଗ୍ରହଣ କରୁଥିବା କର୍ମକର୍ତ୍ତାମାନେ ସହଯୋଗୀ ବାତାବରଣ ସୃଷ୍ଟି କରିବା ଉଚିତ୍‌। ଯାହାଦ୍ୱାରା ପରିବାରର ମାନସିକ ଅସୁସ୍ଥତା ପ୍ରତି ଥିବା ନକାରାତ୍ମକ ମନୋଭାବ ସକାରାତ୍ମକ ମନୋଭାବରେ ପରିବର୍ତ୍ତନ ହୋଇପାରିବ। ଏଭଳି ଆବାସିକ ଶିବିରର ବହୁସଂଖ୍ୟାରେ ଆୟୋଜନ କରିବାର ଆବଶ୍ୟକତା ରହିଛି। ଏହାକୁ ଜିଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମାନସିକ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ କରିବାର ସୁଯୋଗ ରହିଛି। ଏହା ସରକାରୀ, ବେସରକାରୀ ଏବଂ ସି.ଏସ୍‌.ଆର. ସହଯୋଗରେ କରାଯାଇପାରିବ। ଏଥିପାଇଁ କେବଳ ମାନସିକ ସ୍ବାସ୍ଥ୍ୟ କର୍ମକର୍ତ୍ତା ନୁହେଁ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଗୋଷ୍ଠୀ ଆଗକୁ ଆସିବା ଦରକାର।

  • ରାଜୀବ କର୍ମି
    ମୋ:୮୩୨୮୮୪୮୧୪୫

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri