ଧାନ ଖାଇବାକୁ ଆସି ଡଗଓ୍ବେଲ୍‌ରେ ଫସିଥିବା ୨ ହାତୀ ଉଦ୍ଧାର

ବାରିପଦା ଅଫିସ,୮।୧୨: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି)ରେ ଏକ ଡଗ୍‌ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି । ଏଥିପାଇଁ ଗ୍ରାମବାସୀ, ବନ ଓ ଅଗ୍ନିଶମ ବିଭାଗଙ୍କ ଉପସ୍ଥିତ ବୁଦ୍ଧିକୁ ସାଧାରଣରେ ପ୍ରଶଂସା କରାଯାଉଛି । ବୁଧବାର ରାତିରେ ଧାନ ଖାଇବାକୁ ଆସିଥିବା ହାତୀପଲ ମଧ୍ୟରୁ ଦୁଇଟି ହାତୀ ଶିମିଳିପାଳ ସନ୍ନିକଟ ବାରିପଦା ରେଞ୍ଜ ଅନ୍ତର୍ଗତ ହଳଦିବଣୀ ଫରେଷ୍ଟ କାର୍ଯ୍ୟାଳୟ ଅଧୀନ କାଠରୁମା (ଦେହୁରୀ ସାହି )ର ସାଧୁ ମୁର୍ମୁଙ୍କ ବିଲରେ ଥିବା ଏକ ପରିତ୍ୟକ୍ତ ଡଗୱେଲ ଭିତରେ ଖସି ପଡ଼ିଥିଲେ । ସକାଳେ ଗ୍ରାମବାସୀ ଜାଣିବା ପରେ ତାଙ୍କର ଉପସ୍ଥିତ ବୁଦ୍ଧି ଦ୍ୱାରା ଉଭୟଙ୍କୁ ଉଦ୍ଧାର କରାଯାଇଛି ।

ବୁଧବାର ରାତି ଦୁଇଟା ସମୟରେ ୩୫ଟିକିଆ ହାତୀ ପଲ ଧାନ ଖାଇବାକୁ ବିଲକୁ ପଶିଥିଲେ । ଅଜାଣତରେ ଡଗ ୱେଲରେ ୬ଟି ହାତୀ ଖସିପଡ଼ିଥିଲେ । ସେଥି ମଧ୍ୟରୁ ୪ ହାତୀ କୌଶଳ କ୍ରମେ ଉଠିଯାଇଥିଲେ । ୨ ହାତୀ ଉଠି ପାରି ନ ଥିଲେ । ଗୋଟିଏ ଦନ୍ତା ଓ ଅନ୍ୟଟି ହାତୀ ଶାବକ ଦୀର୍ଘ ସମୟ ଆପ୍ରାଣ ଉଦ୍ୟମ ପରେ ମଧ୍ୟ କାଦୁଅରେ ପଶି ରହିଥିଲେ । ଖବର ପାଇ ଘଟଣା ସ୍ଥଳରେ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ସଦଳ ବଳେ ପହଞ୍ଚିଥିଲେ । ଚନ୍ଦୁଆରୁ ଅଗ୍ନିଶମ ବିଭାଗ ମଧ୍ୟ ସେଠାରେ ପହଞ୍ଚିଥିଲେ । ସେମାନେ ହାତୀଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ସହଯୋଗ ନେଇଥିଲେ । ଡଗଓ୍ବେଲ ହିଡ ଧାରକୁ କାଠ ଖଣ୍ଡ ଓ ଡାଳୁଅ ପକାଇବା ପରେ ହାତୀ ୨ଟିକୁ ଉଦ୍ଧାର କରିଥିଲେ । ୩ିଦିନ ହେବ ୩୫ଟି ହାତୀ ଉକ୍ତ ଅଞ୍ଚଳରେ ରହି ଅମଳ ସମୟର ଚାଷ ଜମିରୁ ଧାନ ଖାଇବା ସହିତ ବ୍ୟାପକ କ୍ଷତି ପହଞ୍ଚାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯ଜଣଙ୍କୁ ‘କନ୍ୟାରତ୍ନ ସମ୍ମାନ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଲିଙ୍ଗଗତ ବୈଷ୍ୟମ୍ୟତା ଦୂର କରିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୁରୁବାର ଉତ୍କଳ ରଙ୍ଗମଞ୍ଚଠାରେ ଏକ ନିଆରା କାର୍ଯ୍ୟକ୍ରମ ‘କଳିଙ୍ଗ...

ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ...

ଶହୀଦ ଡାକ୍ତରଙ୍କୁ ସଲାମ

ନିଜ ଦେଶର ମଙ୍ଗଳ ପାଇଁ ଯେ ଜୀବନ ଦିଏ ତାହାଙ୍କୁ ଶହୀଦ୍‌ କୁହାଯାଏ। ଜଣେ ନିଜର ବିଚାରଧାରା ପାଇଁ କୌଣସି ବିରୋଧୀ କିମ୍ବା ଶତ୍ରୁ ଦ୍ୱାରା...

ଅଧିକାରୀ, କର୍ମଚାରୀଙ୍କ ଅନୁପସ୍ଥିତିରେ ଅସନ୍ତୋଷ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) – ପ୍ରତି ସୋମବାର ବ୍ଲକ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ...

ପ୍ଲାଷ୍ଟିକମୁକ୍ତ ହେବ ବେଳାଭୂମି

ଛତ୍ରପୁର,୧ା୧୧(ଡି.ଏନ.ଏ.): ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବଚ୍ଛ ଓ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି। ଗଞ୍ଜାମ ବ୍ଲକର ‘ଦି...

ପୂର୍ବରୁ ଆବେଦନ କରିଥିବା ଆଶାୟୀଙ୍କୁ ଦେବାକୁ ପଡିବନି ଟଙ୍କା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ ଯୁକ୍ତ୨ ନାମଲେଖା ଶେଷ ହୋଇଯାଇଛି। କିନ୍ତୁ ଏବେ ବି ଅନେକ ଉଚ୍ଚ ମାଧ୍ୟମିକ ସ୍କୁଲରେ ସିଟ୍‌ ଖାଲି ପଡ଼ିଛି। ବଳକା ସିଟ୍‌ ପୂରଣ...

ମା’ଙ୍କ ପ୍ରେରଣାରେ ମାସ୍କ ତିଆରି କଲେ ନର୍ସ

ସୋରଡା,୬ା୪(ଡି.ଏନ୍‌.ଏ.)- ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଜ୍ୟୋସ୍ନାରାଣୀ ମା’ଙ୍କ ପ୍ରେରଣାରେ ଘରେ ମାସ୍କ ତିଆରି କରୁଛନ୍ତି। ସକାଳୁ ପୋଲିସି ଥାନାର ସମସ୍ତ କର୍ମଚାରୀ, ଅଧିକାରୀ, ଗଣମାଧ୍ୟମ...

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।...

Advertisement
Archives

Model This Week