ପ୍ରାଚୀନ ବୌଦ୍ଧଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର

ଚଣ୍ଡିଖୋଲ,୧୩ା୫(ଡି.ଏନ୍‌.ଏ.): ଏବେବି ମାଟିତଳେ ଅନେକ ପ୍ରାଚୀନ କୀର୍ତ୍ତିରାଜି ପୋତି ହୋଇ ରହିଛି। ବିଭିନ୍ନ ସମୟରେ ଖନନ କରାଯିବା ହେତୁ ଏହାର ସନ୍ଧାନ ମିଳୁଛି। ଗୁରୁବାର ଯାଜପୁର ଜିଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ପଞ୍ଚାୟତ ଅଧୀନ ପାଇକରାପୁର ଗ୍ରାମରେ ଏକ ପୋଖରୀ ଖନନ ସମୟରେ ପ୍ରାଚୀନ ବୌଦ୍ଧ ଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର କରାଯାଇଛି। ମୂର୍ତ୍ତିଟି ଦେଢ଼ ଫୁଟ ଲମ୍ବ ଓ ଦେଢ଼ଫୁଟ ଚଉଡ଼ାରେ ହୋଇଥିବାବେଳେ ମନ୍ଦିର ଆକୃତିର ଶିଳା ମଧ୍ୟରେ ଖୋଦିତ ହୋଇଛି। ପୋଖରୀରୁ ମିଳିଥିବା ଏହି ଶିଳାଟି ପ୍ରାଚୀନ ବୌଦ୍ଧ ବିହାର ମଧ୍ୟରେ ଶୋଭା ପାଉଥିବା ୪ ଫୁଟ ଉଚ୍ଚର ଓ ୩ ଫୁଟ ଗୋଲେଇ ସ୍ତୂପ ଭଳି ଦେଖାଯାଉଛି। ଏ ସମ୍ପର୍କରେ ଐତିହାସିକ ତଥା ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କହିଛନ୍ତି, ଏହା ଏକ ବୋଧିସତ୍ତ୍ୱ ମୂର୍ତ୍ତି ବୋଲି ଅନୁମାନ କରାଯାଉଛି। ଏହା ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ହୋଇଥାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି। ମୂର୍ତ୍ତିଟି ପଦ୍ମାସନରେ ଲଳିତ ମୁଦ୍ରାରେ ବସିଥିବା ଦେଖାଯାଉଛି। ଏହାର ଚତୁଃପାର୍ଶ୍ୱରେ ପଥରର ଖୋଲ ସୃଷ୍ଟି କରାଯାଇଛି। ସେ ସମୟରେ ମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏହା କରାଯାଇଥିବା ଅନୁମାନ କରାଯାଉଛି।
ସୂଚନା ଥାଉକି, କଣ୍ଟିଗଡ଼ିଆ ପାହାଡ଼ରେ ପ୍ରାଚୀନ ବୌଦ୍ଧ ଗୁମ୍ଫା ଓ ବୌଦ୍ଧ ମୂର୍ତ୍ତି ପୂର୍ବରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଦ୍ୱାରା ଆବିଷ୍କୃତ ହୋଇଛି। ଏଠାରେ ଚାରୋଟି ବୌଦ୍ଧ ଗୁମ୍ଫା ରହିଥିବା ବେଳେ ପାହାଡ଼ର ନାସି ନିକଟରେ ପ୍ରାଚୀନ ବୌଦ୍ଧ ମୂର୍ତ୍ତିମାନ ରହିଛି। ଯେହେତୁ କଣ୍ଟିଗଡ଼ିଆ ପାହାଡ଼ ତଳେ ପାଇକରାପୁର ଗ୍ରାମ ଅବସ୍ଥିତ ସେଥିପାଇଁ ଏହି ପାହାଡ଼ରେ ବୌଦ୍ଧ କୀର୍ତ୍ତିରାଜି ପାହାଡ଼ ପାଦଦେଶରେ ଥିବା ଗ୍ରାମଗୁଡ଼ିକରେ ପୋତି ହୋଇ ଥାଏ ପାରେ ବୋଲି ଡ. ପୃଷ୍ଟି କହିଛନ୍ତି। ମୂର୍ତ୍ତି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ତେବେ ମୂର୍ତ୍ତିଟି ସମ୍ପର୍କରେ ସବିଶେଷ କେହି ଜାଣି ନ ଥିବାରୁ ଏହା ଦେବଦେବୀଙ୍କ ମୂର୍ତ୍ତି ବୋଲି ସେମାନେ ଅନୁମାନ କରୁଛନ୍ତି। ନିକଟସ୍ଥ କଣ୍ଟିଗଡ଼ିଆ ପାହାଡ଼ ସମେତ ଶଙ୍ଖ, ଲାଙ୍ଗୁଡ଼ି ଓ କାଏମାରେ ବୌଦ୍ଧ କୀର୍ତ୍ତିରାଜି ପରିପୂର୍ଣ୍ଣ ରହିଥିବା ବେଳେ ଏହାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ନିଜ ଅଧୀନକୁ ନେଇ ସୁରକ୍ଷିତ ରଖିଛି। ଏହି କଣ୍ଟିଗଡ଼ିଆ ପାହାଡ଼ରେ ଆବିଷ୍କୃତ ହୋଇଥିବା ବୌଦ୍ଧ ଗୁମ୍ଫାଗୁଡ଼ିକ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହୋଇଥିବାବେଳେ ଏହାର ପରିପାର୍ଶ୍ୱରେ ଅଧିକ ବୌଦ୍ଧ କୀର୍ତ୍ତିରାଜି ମିଳିପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri