୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ ଅସଜଡା ଅବସ୍ଥାକୁ ଚାଲିଯାଇଛି। ଏଥିଯୋଗୁ ଟ୍ରାଫିକ ସମସ୍ୟାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ ଅସୁବିଧା ହେଉଛି। ବିଳମ୍ବରେ ହେଉ ପଛେ ୫୦ ବର୍ଷ ପାଇଁ ସହରର ନବୀକରଣ ଯୋଜନାର ମାଷ୍ଟର ପ୍ଲାନ ହେବା ନେଇ ପ୍ରକ୍ରିୟା ଚାଲିଛି। ବାଙ୍ଗାଲୋରର ସ୍କାଏ ଗ୍ରୁପ ନାମକ ସଂସ୍ଥାକୁ ଏହି ଯୋଜନା ପ୍ରସ୍ତୁତି କାମ ଦିଆଯାଇଛି। ଉକ୍ତ ସଂସ୍ଥା ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଜେଆର୍‌ଆଇଟି) ସହ ୨୬ା୫ା୧୮ରେ ରାଜିନାମା ସ୍ବାକ୍ଷରିତ କରିଥିଲା। ରାଜିନାମା ଅନୁଯାୟୀ, ୨୩ା୭ା୧୯ ଭିତରେ ଏହି ସଂସ୍ଥା ମାଷ୍ଟର ପ୍ଲାନ କରିବାକୁ ସମୟ ଦିଆଯାଇଥିଲା। କିନ୍ତୁ ଅବଧି ସରିବାର ଏଥିମଧ୍ୟରେ ପାଖାପାଖି ୩ ବର୍ଷ ହୋଇଯାଇଥିଲେ ସୁଦ୍ଧା ଯୋଜନା ଆଗେଇ ପାରୁ ନ ଥିଲା। କାରଣ କରୋନା ମହାମାରୀ ଯୋଗୁ ସମସ୍ତ କାର୍ଯ୍ୟରେ ବାଧା ଉପୁଜିଥିବା କୁହାଯାଇଥିଲା। ଗୁରୁବାର ଏହି ପ୍ଲାନ ନେଇ ଭାଗୀଦାରି ବୈଠକ ପରେ ପ୍ରକଳ୍ପ ଆଗେଇବ ବୋଲି ଆଶା ସଞ୍ଚାର ହୋଇଛି।
ପ୍ଲାନ କରିବା ଦାୟିତ୍ୱ ନେଲା ପରେ ସ୍କାଏ ଗ୍ରୁପ୍‌କୁ ଓର୍‌ସାକ ଦ୍ୱାରା ଉତ୍ତୋଳିତ ସାଟେଲାଇଟ୍‌ ଡାଟା ଓ ଅନ୍ୟ ତଥ୍ୟ ଜେଆର୍‌ଆଇଟି ପକ୍ଷରୁ ଯୋଗାଇ ଦିଆଯାଇଥିଲା। ତାହା ପରେ ସ୍କାଏ ଗ୍ରୁପ ଏକ କର୍ମଶାଳା ଓ ପରିକଳ୍ପନା (କନସେପ୍ଟ) ରିପୋର୍ଟ ପ୍ରସ୍ତୁତ କରିଥିଲା। ପରିକଳ୍ପନା ରିପୋର୍ଟ ଉପରେ ଗୁରୁବାର ଭାଗୀଦାରିମାନଙ୍କୁ ନେଇ କର୍ମଶାଳା ହୋଇଥିଲା। ପରେ ତଥ୍ୟ ପର୍ଯ୍ୟବେକ୍ଷଣ (ଡାଟା ଭାଲିଡେଶନ୍‌), ସର୍ଭେକ୍ଷଣ ରିପୋର୍ଟ ଓ ଚିଠା (ଡ୍ରାଫ୍ଟ) ମାଷ୍ଟର ପ୍ଲାନ ଉପସ୍ଥାପନ ହେବ। ଏହା ଉପରେ ଜନ ଅଭିଯୋଗ ଶୁଣାଣି ପରେ ଶେଷରେ ଚୂଡାନ୍ତ ମାଷ୍ଟର ପ୍ଲାନ ପ୍ରକାଶ ପାଇବ। ଗୁରୁବାର ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଜେଆର୍‌ଆଇଟି) ପକ୍ଷରୁ ଜଗତ୍‌ସିଂହପୁର ପୌରାଞ୍ଚଳ ତଥା ତତ୍‌ସଂଲଗ୍ନ ୨୨ଟି ରାଜସ୍ବ ଗ୍ରାମ, ତିର୍ତ୍ତୋଲ ବ୍ଲକର ୨୧, ରଘୁନାଥପୁରର ୧୦, ବିରିଡ଼ିର ୧୨ ଓ ବାଲିକୁଦା ବ୍ଲକର ୮ଟି ରାଜସ୍ବ ଗ୍ରାମକୁ ମିଶାଇ ମୋଟ ୯୩ଟି ମୌଜାର ୧୧୪ ବର୍ଗ କି.ମି.କୁ ନେଇ ଜିଆଇଏସ୍‌ ପଦ୍ଧତିରେ ପ୍ରସ୍ତୁତ ହେବାକୁ ଥିବା ମାଷ୍ଟର ପ୍ଲାନର ଭାଗୀଦାରି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ସହର ଯୋଜନା ନିର୍ଦ୍ଦେଶକ ଶୁଭେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ସ୍କାଏ ଗ୍ରୁପ ସଂସ୍ଥାର ସହର ଯୋଜନାକାରୀ (ଟାଉନ ପ୍ଲାନର) ସଂଗୃହୀତ ତଥ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ମାଷ୍ଟର ପ୍ଲାନ ଅଞ୍ଚଳ ଅଧୀନସ୍ଥ ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀ ତଥା ସରପଞ୍ଚମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ. ରୁଦ୍ରନାରାୟଣ ଦାଶ କେତେକ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଶେଷରେ ଜେଆର୍‌ଆଇଟି ସଚିବ କୀର୍ତ୍ତନ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?