ପ୍ରାଚୀନ ବୌଦ୍ଧଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର

ଚଣ୍ଡିଖୋଲ,୧୩ା୫(ଡି.ଏନ୍‌.ଏ.): ଏବେବି ମାଟିତଳେ ଅନେକ ପ୍ରାଚୀନ କୀର୍ତ୍ତିରାଜି ପୋତି ହୋଇ ରହିଛି। ବିଭିନ୍ନ ସମୟରେ ଖନନ କରାଯିବା ହେତୁ ଏହାର ସନ୍ଧାନ ମିଳୁଛି। ଗୁରୁବାର ଯାଜପୁର ଜିଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ପଞ୍ଚାୟତ ଅଧୀନ ପାଇକରାପୁର ଗ୍ରାମରେ ଏକ ପୋଖରୀ ଖନନ ସମୟରେ ପ୍ରାଚୀନ ବୌଦ୍ଧ ଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର କରାଯାଇଛି। ମୂର୍ତ୍ତିଟି ଦେଢ଼ ଫୁଟ ଲମ୍ବ ଓ ଦେଢ଼ଫୁଟ ଚଉଡ଼ାରେ ହୋଇଥିବାବେଳେ ମନ୍ଦିର ଆକୃତିର ଶିଳା ମଧ୍ୟରେ ଖୋଦିତ ହୋଇଛି। ପୋଖରୀରୁ ମିଳିଥିବା ଏହି ଶିଳାଟି ପ୍ରାଚୀନ ବୌଦ୍ଧ ବିହାର ମଧ୍ୟରେ ଶୋଭା ପାଉଥିବା ୪ ଫୁଟ ଉଚ୍ଚର ଓ ୩ ଫୁଟ ଗୋଲେଇ ସ୍ତୂପ ଭଳି ଦେଖାଯାଉଛି। ଏ ସମ୍ପର୍କରେ ଐତିହାସିକ ତଥା ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କହିଛନ୍ତି, ଏହା ଏକ ବୋଧିସତ୍ତ୍ୱ ମୂର୍ତ୍ତି ବୋଲି ଅନୁମାନ କରାଯାଉଛି। ଏହା ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ହୋଇଥାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି। ମୂର୍ତ୍ତିଟି ପଦ୍ମାସନରେ ଲଳିତ ମୁଦ୍ରାରେ ବସିଥିବା ଦେଖାଯାଉଛି। ଏହାର ଚତୁଃପାର୍ଶ୍ୱରେ ପଥରର ଖୋଲ ସୃଷ୍ଟି କରାଯାଇଛି। ସେ ସମୟରେ ମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏହା କରାଯାଇଥିବା ଅନୁମାନ କରାଯାଉଛି।
ସୂଚନା ଥାଉକି, କଣ୍ଟିଗଡ଼ିଆ ପାହାଡ଼ରେ ପ୍ରାଚୀନ ବୌଦ୍ଧ ଗୁମ୍ଫା ଓ ବୌଦ୍ଧ ମୂର୍ତ୍ତି ପୂର୍ବରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଦ୍ୱାରା ଆବିଷ୍କୃତ ହୋଇଛି। ଏଠାରେ ଚାରୋଟି ବୌଦ୍ଧ ଗୁମ୍ଫା ରହିଥିବା ବେଳେ ପାହାଡ଼ର ନାସି ନିକଟରେ ପ୍ରାଚୀନ ବୌଦ୍ଧ ମୂର୍ତ୍ତିମାନ ରହିଛି। ଯେହେତୁ କଣ୍ଟିଗଡ଼ିଆ ପାହାଡ଼ ତଳେ ପାଇକରାପୁର ଗ୍ରାମ ଅବସ୍ଥିତ ସେଥିପାଇଁ ଏହି ପାହାଡ଼ରେ ବୌଦ୍ଧ କୀର୍ତ୍ତିରାଜି ପାହାଡ଼ ପାଦଦେଶରେ ଥିବା ଗ୍ରାମଗୁଡ଼ିକରେ ପୋତି ହୋଇ ଥାଏ ପାରେ ବୋଲି ଡ. ପୃଷ୍ଟି କହିଛନ୍ତି। ମୂର୍ତ୍ତି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ତେବେ ମୂର୍ତ୍ତିଟି ସମ୍ପର୍କରେ ସବିଶେଷ କେହି ଜାଣି ନ ଥିବାରୁ ଏହା ଦେବଦେବୀଙ୍କ ମୂର୍ତ୍ତି ବୋଲି ସେମାନେ ଅନୁମାନ କରୁଛନ୍ତି। ନିକଟସ୍ଥ କଣ୍ଟିଗଡ଼ିଆ ପାହାଡ଼ ସମେତ ଶଙ୍ଖ, ଲାଙ୍ଗୁଡ଼ି ଓ କାଏମାରେ ବୌଦ୍ଧ କୀର୍ତ୍ତିରାଜି ପରିପୂର୍ଣ୍ଣ ରହିଥିବା ବେଳେ ଏହାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ନିଜ ଅଧୀନକୁ ନେଇ ସୁରକ୍ଷିତ ରଖିଛି। ଏହି କଣ୍ଟିଗଡ଼ିଆ ପାହାଡ଼ରେ ଆବିଷ୍କୃତ ହୋଇଥିବା ବୌଦ୍ଧ ଗୁମ୍ଫାଗୁଡ଼ିକ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହୋଇଥିବାବେଳେ ଏହାର ପରିପାର୍ଶ୍ୱରେ ଅଧିକ ବୌଦ୍ଧ କୀର୍ତ୍ତିରାଜି ମିଳିପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri