ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର

ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ପୋଲିସ। ଡମୋଳ ଗ୍ରାମରୁ ଆସିଥିବା ଏଭଳି ହୃଦୟ ବିଦାରକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଡମୋଳ ସରପଞ୍ଚ ସୁନୀଲ ଧଳ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରାଙ୍ଗ ଗ୍ରାମର କାଳିଆ ନାୟକ ହେଉଛନ୍ତି ସମ୍ପୃକ୍ତ ଦୁଇ ଶିଶୁଙ୍କ ପ୍ରକୃତ ବାପା। ସେମାନଙ୍କ ମଧ୍ୟରୁ ବଡ଼ ଝିଅଟିର ବୟସ ୭ବର୍ଷ ଏବଂ ସାନପୁଅର ବୟସ ୪ ବର୍ଷ। ତେବେ ସ୍ତ୍ରୀଙ୍କ ଆକସ୍ମିକ ମୃତ୍ୟୁ ପରେ ଉଭୟ ସନ୍ତାନଙ୍କୁ ଲାଳନପାଳନ କରିବାରେ ଅସମର୍ଥ ହୋଇପଡ଼ିଥିଲେ କାଳିଆ। ଏଭଳି ସ୍ଥିତିରେ ଡମୋଳ ଗ୍ରାମର ଦମ୍ପତି ଅଜୟ ସାହୁ ଓ ସୁକାନ୍ତି ସାହୁଙ୍କ ଉପରେ ଭରସା କରି ପ୍ରାୟ ୮ ମାସ ତଳେ ଉଭୟଙ୍କୁ ସେମାନଙ୍କ ହାତରେ ଟେକିଦେଇଥିଲେ। ହେଲେ ଏହାପରେ ଶିଶୁ ଦୁହିଙ୍କ ଉପରେ ପାଳିତ ମା’ବାପାଙ୍କ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ସେମାନଙ୍କୁ ଘର କାମ କରିବାକୁ ବାଧ୍ୟ କରୁଥିଲେ। ଠିକ୍‌ ଭାବେ ଖାଇବାକୁ ଦେଉ ନ ଥିଲେ। ସାମାନ୍ୟ ଭୁଲ୍‌ ହେଲେ ନିସ୍ତୁକ ମାଡ଼ମାରି ଘରେ ତାଲା ପକାଇ ବନ୍ଦ କରିଦେଉଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୌଣସି ସୂତ୍ରରୁ ସୂଚନା ପାଇ ପରଜଙ୍ଗ ପୋଲିସକୁ ଶିଶୁଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ସାହୁ ପହଞ୍ଚତ୍ ଜଣେ ଶିଶୁଙ୍କୁ ବନ୍ଦ ପାଇଖାନା ଘରୁ ଏବଂ ଅନ୍ୟଜଣଙ୍କୁ ବନ୍ଦ କୋଠରିରୁ ଉଦ୍ଧାର କରିଥିଲେ। ଶିଶୁ ନିର୍ଯାତନା ଭଳି ଘଟଣାରେ ସମ୍ପୃକ୍ତ ଦମ୍ପତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ
ଶିଶୁଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାଳିତ ମା’ବାପା ସୁକାନ୍ତି ଏବଂ ଅଜୟ। ସେମାନେ କହିଛନ୍ତି, ଶିଶୁମାନେ ଅବାଧ୍ୟ ହେଉଛନ୍ତି। ସ୍କୁଲ ଛୁଟି ପରେ ବହୁ ବିଳମ୍ବରେ ଘରକୁ ଫେରୁଛନ୍ତି। ସେମାନଙ୍କୁ ଘରେ ଛାଡ଼ି ଜରୁରୀ କାମରେ ଗଲେ କଳିଝଗଡ଼ା କରୁଛନ୍ତି। ତେଣୁ ଶୁକ୍ରବାର ଏକ କାମରେ ସରାଙ୍ଗ ଯାଇଥିବାରୁ ଖାଇବାକୁ ଦେଇ ସେମାନଙ୍କୁ ଅଲଗା ଅଲଗା ଘରେ କବାଟ ବନ୍ଦ କରି ରଖି ଯାଇଥିବା କହିଛନ୍ତି। ଏ ସଂକ୍ରାନ୍ତରେ ସରାଙ୍ଗ ଫାଣ୍ଡି ଅଧିକାରୀ କୁହନ୍ତି, ଉଦ୍ଧାର ପରେ ଦୁଇ ଶିଶୁ ଏବଂ ସେମାନଙ୍କ ପାଳିତ ମା’ବାପାଙ୍କୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଯାଇଛି। ସିଡବ୍ଲ୍ୟୁସିଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଘଟଣା ଅତି ସମ୍ବେଦନଶୀଳ ଥିବାରୁ ଏହାର ତଦନ୍ତ କରାଯିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri