Posted inଜାତୀୟ

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି ଦେଶର ପ୍ରତିନିଧି ଅଛନ୍ତି। ଏଥିରେ ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ୟୁରୋପୀୟ ଦେଶର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଚିଲି, ବ୍ରାଜିଲ୍‌, କ୍ୟୁବା, ବଲିଭିଆ, ଇଷ୍ଟୋନିଆ, ଫିନଲାଣ୍ଡ୍‌, ଫ୍ରାନ୍ସ, ଏୟାରଲାଣ୍ଡ୍‌, ନେଦରଲାଣ୍ଡ, ପର୍ତ୍ତୁଗାଲ, ବେଲଜିୟମ୍‌, ସ୍ପେନ୍‌, ସ୍ବିଡେନ୍‌, ଇଟାଲୀ, ବାଂଲାଦେଶ, ମାଲାଓ୍ବି ଆଦି ଦେଶର ପ୍ରତିନିଧି ଏଥିରେ ରହିଛନ୍ତି। ସେହିପରି ଇରିଟ୍ରିୟା, କୋଟେ ଡାଲଭୋଏର, ଘାନା, ସେନେଗାଲ, ମାଲେସିଆ, ତାଜିକିସ୍ତାନ ଏବଂ କିରଗିଜ୍‌ସ୍ତାନର ପ୍ରତିନିଧିଙ୍କୁ ଏହି ଦଳରେ ସାମିଲ କରାଯାଇଛି। ପ୍ରତିନିଧି ଦଳ ଜିଲା ବିକାଶ ପରିଷଦ( ଡିଡିସି)ର ନବ ନିର୍ବାଚିିିତ ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ। ଏହାସହିତ କେତେକ ରାଜନୈତିକ ଦଳର ନେତା, ସାମାଜିକକର୍ମୀ, ଗଣମାଧ୍ୟମ ପ୍ରତିନିଧି, ସାଧାରଣ ପ୍ରଶାସନିକ ଅଧିକାରୀ ଏବଂ ସେନା ଯବାନଙ୍କ ସହିତ ସାକ୍ଷାତ୍‌ କରିବେ। ୨୦୧୯ ଅକ୍ଟୋବରରେ ୟୁରୋପୀୟ ଦେଶର ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଥମେ ଜମ୍ମୁ-କଶ୍ମୀରରେ ପହଞ୍ଚିଥିଲେ। ଏହାପରେ ୨୦୨୦ ଜାନୁୟାରୀ ୯ରେ ୧୬ ବିଦେଶୀ ରାଜନୈତିକ ଏଠାକୁ ଗସ୍ତରେ ଆସିଥିଲେ। ସେହିପରି ୨୦୨୦ ଫେବୃୟାରୀ ୧୨ରେ ୨୫ ଜଣିଆ ପ୍ରତିନିଧି ଦଳ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

ଉଦ୍ଧାର କାର୍ଯ୍ୟ ବିଳମ୍ବ ନେଇ କ୍ଷମା ମାଗିଲେ ରାଷ୍ଟ୍ରପତି

ଇସ୍ତାନବୁଲ, ୨୮।୨ସୋମବାର ତୁର୍କୀର ପୂର୍ବାଞ୍ଚଳରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିିଥିବାବେଳେ ୬୯ ଜଣ ଆହତ ହୋଇଛନ୍ତି।...

ଅବସର ନେଲେ ସେନା ଉପମୁଖ୍ୟ ସି.ପି. ମହାନ୍ତି

ନୂଆଦିଲ୍ଲୀ,୧।୨: ଭାରତର ସେନା ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସୋମବାର ଅବସର ଗ୍ରହଣ କରିଛନ୍ତି। ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ...

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ...

ବିହାର ଜାତିଗତ ଜନଗଣନା: ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧(ପି.ଟି.): ବିହାରରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଆବେଦନଗୁଡ଼ିକ...

କୌରବଙ୍କ ରାଜଧାନୀର ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମିରଟ ଜିଲାରେ ଥିବା କୌରବଙ୍କ ରାଜଧାନୀ ହସ୍ତିନାପୁରର ପୁନଃ ନିର୍ମାଣ ପାଇଁ ଦାୟିତ୍ୱ ନେଇଛନ୍ତି। ମହାଭାରତ ସମୟରୁ...

ରାମଦେବ ପୁଣି ହେଲେ ବିବାଦୀୟ: ତୃତୀୟ ସନ୍ତାନଙ୍କୁ ନ ମିଳୁ ଭୋଟ ଦେବା ଅଧିକାର

ହରିଦ୍ୱାର,୨୬।୫: ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସୁଥିବା ବାବା ରାମଦେବ ପୁଣି ଥରେ ବିବାଦୀୟ ହୋଇପଡ଼ିଛନ୍ତି । ହରିଦ୍ୱାରରେ ଏକ ସଭାରେ ଯୋଗଦେଇ...

ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା...

Advertisement
Archives

Model This Week