ସରକାରଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ/କଟକ ଅଫିସ, ୧୬।୯:  ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ଓଏଟି) ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ବୁଧବାର ଶୁଣାଣି ହୋଇଛି। ଓଏଟିକୁ ଉଚ୍ଛେଦ କରାଯାଇ ଏଠାରେ ଥିବା ସମସ୍ତ ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଘଟଣାକୁ ପ୍ରତିବାଦ କରି ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ବାର୍‌ ଆସୋସିଏଶନ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଟ୍ରିବ୍ୟୁନାଲ ଉଚ୍ଛେଦ କରାଗଲା, ସେନେଇ ୮ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଚାରପତି ଏଲ୍‌.ନାଗେଶ୍ୱର ରାଓ, ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି।
ଜେନେରାଲ କ୍ଲଜେସ୍‌ ଆକ୍ଟ-୧୮୯୭(ଜିସିଏ)ର ଧାରା ୨୧ର କ୍ଷମତା ଅନୁସାରେ କେନ୍ଦ୍ର ସରକାର ବିଜ୍ଞପ୍ତି ମାଧ୍ୟମରେ ଓଏଟିକୁ ଉଚ୍ଛେଦ କରିଛନ୍ତି। ହେଲେ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଆକ୍ଟ-୧୯୮୫(ଏଟି)ରେ କେନ୍ଦ୍ର ସରକାରଙ୍କ ଉକ୍ତ କ୍ଷମତାକୁ ହଟାଇ ଦିଆଯାଇଛି ବୋଲି ସର୍ବୋଚ୍ଚ ଅଦାଲତରେ ଆବେଦନକାରୀ ଦର୍ଶାଇଛନ୍ତି। ଏହି ଆବେଦନକୁ ଗୁରୁତର ସହ ଗ୍ରହଣ କରି ଓଏଟି ଉଚ୍ଛେଦ ସମ୍ପର୍କିତ ନିଷ୍ପତ୍ତି ଉପରେ ବିଚାର କରାଯିବାର ଆବଶ୍ୟକ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ଆବେଦନକାରୀ ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ଏହାକୁ ଉପରଠାଉରିଆ ଭାବେ ଗ୍ରହଣ କରିବା ସହ ଏହାକୁ ପ୍ରଶାସନିକ କାର୍ଯ୍ୟ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ। ଆବେଦନକାରୀଙ୍କ କହିବା ହେଲା ଏଟି ଆକ୍ଟରେ ନିଷେଧ ହୋଇଥିବା ପ୍ରତ୍ୟକ୍ଷ କ୍ଷମତାକୁ କେନ୍ଦ୍ର ଜିସିଏର ଧାରା ୨୧ ଅନୁସାରେ ପରୋକ୍ଷ ଭାବେ ଗ୍ରହଣ କରିଛନ୍ତି। ଏପରି କି ବେଆଇନ ଏବଂ ସ୍ବେଚ୍ଛାଚାରିତା ଭାବେ ଓଏଟିକୁ ଉଚ୍ଛେଦ କରିଛନ୍ତି। ପାର୍ଲାମେଣ୍ଟର ୪୨ତମ ସାମ୍ବିଧାନିକ ସଂଶୋଧନ ଏବଂ ସମ୍ବିଧାନର ୩୨୩(ଏ) ଧାରା ଅନୁସାରେ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଆକ୍ଟ ପ୍ରଚଳନ ହୋଇଥିଲା। ବିଶେଷ କରି ଦୁଇଟି ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା। ପ୍ରଥମତଃ ଏହା ହାଇକୋର୍ଟର ମାମଲା ବୋଝକୁ ହ୍ରାସ କରିବ ଏବଂ ଦ୍ୱିତୀୟରେ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବାରେ ସହାୟକ ହେବ। କେନ୍ଦ୍ର ସରକାର ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ସହ ରାଜ୍ୟର ଅନୁରୋଧ ଅନୁଯାୟୀ ଷ୍ଟେଟ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିବା ଆବଶ୍ୟକ। ହେଲେ ଏଠାରେ ବିନା କାରଣରେ ଉଚ୍ଛେଦ କରାଯାଉଛି। ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଯେପରି କେନ୍ଦ୍ର ସରକାରଙ୍କ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା ଏବଂ ବିଜ୍ଞପ୍ତି ପ୍ରକାଶ କରିବାର କ୍ଷମତା ରହିଛି। ଏହାକୁ ଉଚ୍ଛେଦ କରିବାବେଳେ ମଧ୍ୟ ସେହିଭଳି ନିୟମ ଅନୁସରଣ କରିବା ଆବଶ୍ୟକ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆତ୍ମାରାମ୍‌ ନାଡ୍‌କର୍ନି ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତରେ ପ୍ରାର୍ଥନା କରିବା ପରେ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ୍‌ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାରେ ଲାଗିଛି କୃଷକ ବଜାରରେ ଥିବା ଦୋକାନ

ଝୁମ୍ପୁରା, ୧୩।୮ (ଡି.ଏନ.ଏ.)- ହାଟବାଟରେ ବସୁଥିବା କ୍ଷୁଦ୍ରଚାଷୀ ତଥା ବ୍ୟବସାୟୀଙ୍କୁ ଜୀବିକା ନିର୍ବାହ ଲାଗି କାର୍ଯ୍ୟକାରୀ ହେଉଥିବା କୃଷକ ବଜାର ନିର୍ମାଣ ଯୋଜନା ଦିଗହରା ହୋଇପଡିଛି।...

ଯାଞ୍ଚ ହେବ ୧୧୦ ଦିବ୍ୟାଙ୍ଗଙ୍କ ପ୍ରମାଣପତ୍ର

ଭଦ୍ରକ ଅଫିସ, ୧୭।୧: ଭଦ୍ରକ ସ୍ବୟଂଶାସିତ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟରେ ପାଠପଢ଼ା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ...

ଟଙ୍କା, ଅଳଙ୍କାର ଲୁଟ୍‌ ମାମଲା: ବନ୍ଧା ହେଲେ ଗ୍ୟାଙ୍ଗର ୩ ଅଭିଯୁକ୍ତ

ସୋରଡା,୧୬।୬(ଲମ୍ବୋଦର ପାଣିଗ୍ରାହୀ): ଟଙ୍କା, ଅଳଙ୍କାର ଲୁଟ୍‌ ମାମଲାରେ ଗଞ୍ଜାମ ଜିଲା ସୋରଡା ପୋଲିସକୁ ଏକ ସଫଳତା ମିଳିଛି। ଲୁଟ୍‌ ଘଟଣାରେ ସମ୍ପୃକ୍ତ ସରାବାଡି ପଞ୍ଚାୟତ ଖାରିଗୁଡ଼ା...

ଗୋଟିଏ ଘରେ ରହୁଛନ୍ତି ୧୪ ଜଣ, ରାଶନକାର୍ଡ ପାଇଁ ବିଡିଓଙ୍କୁ ଗୁହାରି

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.)- ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୭ରେ ରୁହନ୍ତି ଶିବରାମ ମହାରଣାଙ୍କ ପରିବାର। ଗୋଟିଏ ଘରେ ଶିବରାମଙ୍କ ଦୁଇ ପୁଅ ଓ ୨ ବୋହୁ ଓ ଅବିବାହିତ...

ସକାଳୁଆ ଅଫିସ: ମଧ୍ୟାହ୍ନ ଯାଏ କର୍ମଚାରୀଙ୍କ ଦେଖାମିଳୁନି

ରାୟଗଡ଼ା,୨୯ା୪(ସ୍ବ.ପ୍ର.): ଖରାତାତିକୁ ନଜରରେ ରଖି ରାଜ୍ୟ ସରକାର ଅଧିକାଂଶ ସରକାରୀ କାର୍ଯାଳୟ ସକାଳୁଆ ଖୋଲିବା ପାଇଁ ଘୋଷଣା କରିଛନ୍ତି । ହେଲେ ଅଧିକାରୀ ଓ କର୍ମଚାରୀମାନେ...

୨ ବ୍ଲକରେ ୭ ପରିବାର ବେଘର

ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ...

ବାଇକ୍‌ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ଆସିକା,୨୯ା୮(ଡି.ଏନ୍‌.ଏ.): ଆସିକା ଥାନା ଅଧୀନ ବଡ଼ଖୋଲି ଗ୍ରାମର ରଞ୍ଜିତ ଶିଅ ଶୁକ୍ରବାର ବାଇକ୍‌ ଧକ୍କାରେ ଗୁତୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର...

କଟକ ସହରରୁ ୫୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୧।୧୦-କଟକ ସହରରୁ ଆଜି ମୋଟ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯...

Advertisement
Archives

Model This Week