ସରକାରଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ/କଟକ ଅଫିସ, ୧୬।୯:  ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ଓଏଟି) ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ବୁଧବାର ଶୁଣାଣି ହୋଇଛି। ଓଏଟିକୁ ଉଚ୍ଛେଦ କରାଯାଇ ଏଠାରେ ଥିବା ସମସ୍ତ ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଘଟଣାକୁ ପ୍ରତିବାଦ କରି ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ବାର୍‌ ଆସୋସିଏଶନ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଟ୍ରିବ୍ୟୁନାଲ ଉଚ୍ଛେଦ କରାଗଲା, ସେନେଇ ୮ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଚାରପତି ଏଲ୍‌.ନାଗେଶ୍ୱର ରାଓ, ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି।
ଜେନେରାଲ କ୍ଲଜେସ୍‌ ଆକ୍ଟ-୧୮୯୭(ଜିସିଏ)ର ଧାରା ୨୧ର କ୍ଷମତା ଅନୁସାରେ କେନ୍ଦ୍ର ସରକାର ବିଜ୍ଞପ୍ତି ମାଧ୍ୟମରେ ଓଏଟିକୁ ଉଚ୍ଛେଦ କରିଛନ୍ତି। ହେଲେ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଆକ୍ଟ-୧୯୮୫(ଏଟି)ରେ କେନ୍ଦ୍ର ସରକାରଙ୍କ ଉକ୍ତ କ୍ଷମତାକୁ ହଟାଇ ଦିଆଯାଇଛି ବୋଲି ସର୍ବୋଚ୍ଚ ଅଦାଲତରେ ଆବେଦନକାରୀ ଦର୍ଶାଇଛନ୍ତି। ଏହି ଆବେଦନକୁ ଗୁରୁତର ସହ ଗ୍ରହଣ କରି ଓଏଟି ଉଚ୍ଛେଦ ସମ୍ପର୍କିତ ନିଷ୍ପତ୍ତି ଉପରେ ବିଚାର କରାଯିବାର ଆବଶ୍ୟକ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ଆବେଦନକାରୀ ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ଏହାକୁ ଉପରଠାଉରିଆ ଭାବେ ଗ୍ରହଣ କରିବା ସହ ଏହାକୁ ପ୍ରଶାସନିକ କାର୍ଯ୍ୟ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ। ଆବେଦନକାରୀଙ୍କ କହିବା ହେଲା ଏଟି ଆକ୍ଟରେ ନିଷେଧ ହୋଇଥିବା ପ୍ରତ୍ୟକ୍ଷ କ୍ଷମତାକୁ କେନ୍ଦ୍ର ଜିସିଏର ଧାରା ୨୧ ଅନୁସାରେ ପରୋକ୍ଷ ଭାବେ ଗ୍ରହଣ କରିଛନ୍ତି। ଏପରି କି ବେଆଇନ ଏବଂ ସ୍ବେଚ୍ଛାଚାରିତା ଭାବେ ଓଏଟିକୁ ଉଚ୍ଛେଦ କରିଛନ୍ତି। ପାର୍ଲାମେଣ୍ଟର ୪୨ତମ ସାମ୍ବିଧାନିକ ସଂଶୋଧନ ଏବଂ ସମ୍ବିଧାନର ୩୨୩(ଏ) ଧାରା ଅନୁସାରେ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଆକ୍ଟ ପ୍ରଚଳନ ହୋଇଥିଲା। ବିଶେଷ କରି ଦୁଇଟି ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା। ପ୍ରଥମତଃ ଏହା ହାଇକୋର୍ଟର ମାମଲା ବୋଝକୁ ହ୍ରାସ କରିବ ଏବଂ ଦ୍ୱିତୀୟରେ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବାରେ ସହାୟକ ହେବ। କେନ୍ଦ୍ର ସରକାର ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ସହ ରାଜ୍ୟର ଅନୁରୋଧ ଅନୁଯାୟୀ ଷ୍ଟେଟ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିବା ଆବଶ୍ୟକ। ହେଲେ ଏଠାରେ ବିନା କାରଣରେ ଉଚ୍ଛେଦ କରାଯାଉଛି। ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଯେପରି କେନ୍ଦ୍ର ସରକାରଙ୍କ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା ଏବଂ ବିଜ୍ଞପ୍ତି ପ୍ରକାଶ କରିବାର କ୍ଷମତା ରହିଛି। ଏହାକୁ ଉଚ୍ଛେଦ କରିବାବେଳେ ମଧ୍ୟ ସେହିଭଳି ନିୟମ ଅନୁସରଣ କରିବା ଆବଶ୍ୟକ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆତ୍ମାରାମ୍‌ ନାଡ୍‌କର୍ନି ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତରେ ପ୍ରାର୍ଥନା କରିବା ପରେ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ୍‌ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ନଇଁ ପଡ଼ିଛନ୍ତି ବିଜୟ ସରକାର

ଚେନ୍ନାଇ,୨୭।୯: ତାମିଲନାଡୁରେ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ TVK ସରକାର ଶେଷରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ…

ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…

ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍‌ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍‌ ଏକ ମାଙ୍କଡ ପଶି…

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ବୈଠକ ପୂର୍ବରୁ CJP ନେତାଙ୍କୁ ଉଠାଇନେଲା ପୋଲିସ; ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ୍ ଦୀପକେ, କହିଲେ…

ଗୁଆହାଟୀ,୨୭।୯: କକ୍ରୋଚ୍ ଜନତା ପାର୍ଟି (CJP)ର କୋ-ଫାଉଣ୍ଡର ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍‌କୁ ଆସାମ ପୋଲିସ ଅଟକ ରଖିଥିବା ନେଇ ଆଶୁତୋଷ ନିଜେ ସୂଚନା ଦେଇଛନ୍ତି…

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?