୨୩ରେ ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ଚେତାବନୀ ପରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ଗାଁ ଗଣ୍ଡାରେ ହିଂସାକାଣ୍ଡକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ଏବଂ ବୁଥ୍‌ ଜବରଦଖଲ ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ନିଜ ସପକ୍ଷରେ ମତଦାନ ନ ଗଲେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଏପରି କି ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ମଧ୍ୟ ବାଦ୍‌ ପଡୁନାହାନ୍ତି। ଗତ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରୁ ଏଭଳି ଚିତ୍ର ଆସିଛି। ଚଳିତ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ଦୁଇ ପର୍ଯ୍ୟାୟରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଏବଂ ହିଂସାକାଣ୍ଡ ଯୋଗୁ ୪୫ଟି ବୁଥ୍‌ରେ ପୁଣିଥରେ ଭୋଟଗ୍ରହଣ କରାଯିବ। ଆସନ୍ତା ୨୩ ତାରିଖରେ ଉକ୍ତ ବୁଥ୍‌ଗୁଡ଼ିକରେ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୁଥ୍‌ ରିଗିଂ, ବାଲଟ ପେପର ନେଇଯିବା, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିବା, ବୁଥ୍‌ ଜବରଦଖଲ, ଗାଡ଼ି ଭଙ୍ଗାରୁଜା, ମାରପିଟ ଭଳି ଘଟଣା ଘଟିଥିବା ବୁଥ୍‌ଗୁଡ଼ିକରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ପୁନଃ ମତଦାନ ହେବ। ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟଗ୍ରହଣ କରାଯିବ। ବିଭିନ୍ନ କାରଣରୁ ପ୍ରଥମ ପର୍ଯ୍ୟାୟରେ ବାତିଲ ହୋଇଥିବା ଭଦ୍ରକ ଜିଲାର ଭଦ୍ରକ ବ୍ଲକର ୪, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୪, ଯାଜପୁର ଜିଲା ଯାଜପୁର ବ୍ଲକର ୯, ଧର୍ମଶାଳା ବ୍ଲକର ୨, ପୁରୀ ଜିଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗଣ୍ଡଗୋଳ ଯୋଗୁ ବାତିଲ ହୋଇଥିବା ୨୦ଟି ବୁଥ୍‌ରେ ସାନି ମତଦାନ ହେବ।

ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍‌ର ଗୋଟିଏ, ବୌଦ୍ଧ ଜିଲା ବୌଦ୍ଧ ବ୍ଲକର ଗୋଟିଏ, ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ଗୋଟିଏ, ଜଗତ୍‌ସିଂହପୁର ଜିଲା ଜଗତ୍‌ସିଂହପୁର ବ୍ଲକର ୩ଟି ଏବଂ ଯାଜପୁର ଜିଲାର ଦଶରଥପୁର ବ୍ଲକର ୧୦, କେନ୍ଦୁଝର ଜିଲା ତେଲକୋଇ ବ୍ଲକର ଗୋଟିଏ ଏବଂ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ଗୋଟିଏ, ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ପୁନଃ ମତଦାନ କରାଯିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri