୨୩ରେ ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ଚେତାବନୀ ପରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ଗାଁ ଗଣ୍ଡାରେ ହିଂସାକାଣ୍ଡକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ଏବଂ ବୁଥ୍‌ ଜବରଦଖଲ ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ନିଜ ସପକ୍ଷରେ ମତଦାନ ନ ଗଲେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଏପରି କି ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ମଧ୍ୟ ବାଦ୍‌ ପଡୁନାହାନ୍ତି। ଗତ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରୁ ଏଭଳି ଚିତ୍ର ଆସିଛି। ଚଳିତ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ଦୁଇ ପର୍ଯ୍ୟାୟରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଏବଂ ହିଂସାକାଣ୍ଡ ଯୋଗୁ ୪୫ଟି ବୁଥ୍‌ରେ ପୁଣିଥରେ ଭୋଟଗ୍ରହଣ କରାଯିବ। ଆସନ୍ତା ୨୩ ତାରିଖରେ ଉକ୍ତ ବୁଥ୍‌ଗୁଡ଼ିକରେ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୁଥ୍‌ ରିଗିଂ, ବାଲଟ ପେପର ନେଇଯିବା, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିବା, ବୁଥ୍‌ ଜବରଦଖଲ, ଗାଡ଼ି ଭଙ୍ଗାରୁଜା, ମାରପିଟ ଭଳି ଘଟଣା ଘଟିଥିବା ବୁଥ୍‌ଗୁଡ଼ିକରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ପୁନଃ ମତଦାନ ହେବ। ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟଗ୍ରହଣ କରାଯିବ। ବିଭିନ୍ନ କାରଣରୁ ପ୍ରଥମ ପର୍ଯ୍ୟାୟରେ ବାତିଲ ହୋଇଥିବା ଭଦ୍ରକ ଜିଲାର ଭଦ୍ରକ ବ୍ଲକର ୪, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୪, ଯାଜପୁର ଜିଲା ଯାଜପୁର ବ୍ଲକର ୯, ଧର୍ମଶାଳା ବ୍ଲକର ୨, ପୁରୀ ଜିଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗଣ୍ଡଗୋଳ ଯୋଗୁ ବାତିଲ ହୋଇଥିବା ୨୦ଟି ବୁଥ୍‌ରେ ସାନି ମତଦାନ ହେବ।

ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍‌ର ଗୋଟିଏ, ବୌଦ୍ଧ ଜିଲା ବୌଦ୍ଧ ବ୍ଲକର ଗୋଟିଏ, ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ଗୋଟିଏ, ଜଗତ୍‌ସିଂହପୁର ଜିଲା ଜଗତ୍‌ସିଂହପୁର ବ୍ଲକର ୩ଟି ଏବଂ ଯାଜପୁର ଜିଲାର ଦଶରଥପୁର ବ୍ଲକର ୧୦, କେନ୍ଦୁଝର ଜିଲା ତେଲକୋଇ ବ୍ଲକର ଗୋଟିଏ ଏବଂ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ଗୋଟିଏ, ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ପୁନଃ ମତଦାନ କରାଯିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ମିଳିବେନି ଝିଅ

ଯାଜପୁର ଅଫିସ,୨୫ା୧୨: ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୯-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟରେ ୧୦୦୦ ପୁଅରେ...

ଜୟଦେବ ପୁରସ୍କାର ଅର୍ଥ ରାଶି ବଢ଼ାଇବାକୁ ଦାବି

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଐତିହ୍ୟ କ୍ୟାବିନେଟ୍‌ ବୈଠକରେ ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ରାଶି ପରିମାଣ ୧ଲକ୍ଷରୁ ୫ଲକ୍ଷ...

ବେଆଇନ ନିର୍ମାଣ ବିରୋଧରେ ଏତଲା

ପୁରୀ ଅଫିସ,୧୬ା୪: ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର...

ଜିଲା ପରିଷଦ ସଭାପତି ନିର୍ବାଚନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଜିଲା ପରିଷଦ...

ନବନିର୍ମାଣ କୃଷକ ସଙ୍ଗଠନର ବୈଠକ: ରାଷ୍ଟ୍ରୀୟ ସମାବେଶରେ ଯୋଗଦେବାକୁ ଆହ୍ବାନ

ନୟାଗଡ଼ ଅଫିସ,୩।୧୧-ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନୂଆଗାଁ ବ୍ଲକରେ ବ୍ଳକସ୍ତରୀୟ ବୈଠକ ମହିପୁର ରାମଚଣ୍ଡୀଙ୍କ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୬ ତାରିଖରେ ଭୁବନେଶ୍ୱର ବରମୁଣ୍ଡା...

ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ

ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍‌ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ...

ବୁଧବାର ୪୫ ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର,୨୨ା୨(ବ୍ୟୁରୋ)-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣରେ ବାଧା ସୃଷ୍ଟି ହୋଇଥିବା ୪୫ଟି ସ୍ଥାନରେ ବୁଧବାର ପୁନଃ ମତଦାନ...

‘ସରକାରୀ ଚାକିରି ଲାଗି ସର୍ବାଧିକ ବୟସ ସୀମା ୪୨ ବର୍ଷ କରାଯାଉ’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ୪୨ ବର୍ଷ ଧାର୍ଯ୍ୟ କରାଯାଉ। ରାଜ୍ୟରେ ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ...

Advertisement
Archives

Model This Week