ବାରମ୍ବାର କରୁଥିଲେ ପ୍ରେମ ନିବେଦନ, ଅନ୍ୟତ୍ର ବିବାହ କରିବାରୁ ପ୍ରେମିକାର ସ୍ବାମୀଙ୍କୁ କଲେ ଏମିତି …

ରାୟଗଡ଼/ଗଜପତି(ଡି.ଏନ୍‌.ଏ.),୧୭।୯: ଗଜପତି ଜିଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ହାଟରେ ଶୁକ୍ରବାର ଅଘଟଣ ଘଟିଛି। ଜନଗହଳି ପୂର୍ଣ୍ଣ ହାଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାସିବାଡଡ଼ ଗ୍ରାମର ରଞ୍ଜିତ ଦାଣ୍ଡିଆ। ପୋଲିସ ଆକ୍ରମଣକାରୀ ବାପୁନୀ ଆଚାରୀକୁ କାବୁ କରିଛି। ସେ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୁଚନା ମିଳିଛି। ତେବେ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଆକ୍ରମଣକାରୀ ବିବାହ ପୂର୍ବରୁ ରଞ୍ଜିତଙ୍କ ସ୍ତ୍ରୀ ସୁଚିତ୍ରା ଦଣ୍ଡିଆକୁ ପ୍ରେମ ନିବେଦନ କରି ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରଞ୍ଜିତଙ୍କ ସହ ସୁଚିତ୍ରାଙ୍କ ବିବାହ ହୋଇଥିଲା। ଇତି ମଧ୍ୟରେ ଆକ୍ରମଣକାରୀ ସୁଚିତ୍ରାଙ୍କୁ ହଇରାଣ ହରକତ କରୁଥିଲେ। ଶୁକ୍ରବାର ସେ ସ୍ବାମୀଙ୍କ ସହ ଜିରାଙ୍ଗ ହାଟକୁ ଆସିଥିବା ସମୟରେ ଅତର୍କିତ ଆକ୍ରମଣ କରି ରଞ୍ଜିତକୁ ଛୁରାରେ ଆକ୍ରମଣ କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକାମ ନ କରି ଉଠାଇ ନେଲେ ଟଙ୍କା

ବରଗଡ଼ ଅଫିସ୍‌,୧୨।୫: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ଚାଲିଥିବା ପ୍ରକଳ୍ପ କାମରେ କିଭିଳି ସ୍ବଚ୍ଛତା ରହିଛି, ତାର ଏକ ଦୃଷ୍ଟାନ୍ତ ପଦାକୁ ଆସିଛି...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଲୁଟିନେଲେ ୧ ଲକ୍ଷ ୬୦ ହଜାର

ପଦ୍ମପୁର(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ବାସୁଦେବପୁର ବ୍ଲକ ଅଧୀନ ରଘୁପୁର ଗ୍ରାମର ଶରତ ବେହେରା ବ୍ୟାଙ୍କରୁ...

ଜିଲା ପ୍ରଶାସନ ପକ୍ଷରୁ ସ୍ମୃତି ସଭା: ‘ଯୁବଶକ୍ତିର ପ୍ରେରଣା କଳ୍ପନା’

ଢେଙ୍କାନାଳ ଅଫିସ, ୨୯।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପରଲୋକରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଭାବୋଦ୍ଦୀପକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ପୂର୍ବାହ୍ନ...

୩ ମାସ ଧରି ଘରେ ଅଛି କାର୍‌, ଅନ୍‌ଲାଇନ୍‌ରେ ଫାଇନ୍‌ ଆସିଛି ୩୦୦୦ ଟଙ୍କା

ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍‌ ଉପରେ ଲାଗିଛି ୩...

ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ

ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ...

ହତ୍ୟା, ଭାଇରାଲ ଭିଡିଓ ଖୋଲିଲା ଗୁମର

ଖୋର୍ଦ୍ଧା ଅଫିସ/ ନିରାକାରପୁର,୩।୯ (ଡି.ଏନ୍‌.ଏ.): ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କୁ ଗୁରୁବାର ପୋଲିସ ଭୁବନେଶ୍ୱର...

ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ...

ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ

ମାଲକାନଗିରି, ୧୭।୧ (ଡି.ଏନ.ଏ.)  ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି...

Advertisement
Archives

Model This Week